ଲଞ୍ଚ ହୋଇଛି Google Pixel 9, ଜାଣନ୍ତୁ ଫିଚର୍ସ ଏବଂ ପ୍ରାଇସ୍

କିଛି ମାସ ପୂର୍ବରୁ ଭାରତ ସମେତ ଗ୍ଲୋବାଲ ମାର୍କେଟରେ Google Pixel 9 ସିରିଜ୍ ଲଞ୍ଚ କରାଯାଇଛି । ଗୁଗୁଲ ଏହାର ଫ୍ଲାଗସିପ୍ ସିରିଜରେ ଚାରୋଟି ମଡେଲ୍ ଲଞ୍ଚ କରିଛି, ଯେଉଁଥିରେ ଏକ ଫୋଲଡେବଲ୍ ସ୍ମାର୍ଟଫୋନ୍ ମଧ୍ୟ ସାମିଲ୍ ଅଛି । ବର୍ତ୍ତମାନ କମ୍ପାନୀ ଏହି ସିରିଜର ସବୁଠାରୁ ଶସ୍ତା ମଡେଲ୍ Pixel 9a ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଗୁଗୁଲର ଏହି ଫୋନ୍ ବହୁତ ଶୀଘ୍ର ମାର୍କେଟକୁ ଆସିପାରେ । ଏହି ଫୋନର ପ୍ରାଇସ୍ ଏବଂ କିଛି ଫିଚର୍ସ ଅନଲାଇନରେ ପ୍ରକାଶ ପାଇଛି । ଏହାର ଲୁକ୍ ଏବଂ ଡିଜାଇନ୍ Pixel 9 ସିରିଜର ଅନ୍ୟ ଫୋନ୍ ପରି ହୋଇପାରେ ।

ଗୁଗୁଲର ଏହି ମିଡ୍ ବଜେଟ୍ ସ୍ମାର୍ଟଫୋନ୍ ଚଳିତ ବର୍ଷ ଲଞ୍ଚ ହୋଇଥିବା Google Pixel 8a ର ଅପଗ୍ରେଡ୍ ହେବ । ଫୋନର କ୍ୟାମେରା ଏବଂ ହାଡୱେର ଫିଚର୍ସଗୁଡିକ ଅପଗ୍ରେଡ ହେବ । ଏହି ଫୋନ୍ ଲାଟେଷ୍ଟ Tensor G4 ଚିପସେଟ୍ ଏବଂ AI ଫିଚର ସହିତ ଆସିପାରେ । ଏକ ରିପୋର୍ଟ ଅନୁଯାୟୀ ଏହି ଗୁଗୁଲ୍ ସ୍ମାର୍ଟଫୋନର ପ୍ରାଇସ୍ ୪୯୯ ଡଲାର ଅର୍ଥାତ୍ ପ୍ରାୟ ୪୨,୦୦୦ ଟଙ୍କାରୁ ଆରମ୍ଭ ହୋଇପାରେ । ଏହା Iris, Porcelain ଏବଂ Obsidian କଲର ଅପ୍ସନରେ ଲଞ୍ଚ କରାଯାଇପାରେ ।

ଗୁଗୁଲର ଏହି ଅପକମିଙ୍ଗ ଫୋନରେ ୬.୨୮୫ ଇଞ୍ଚର Actua ଡିସପ୍ଳେ ମିଳିପାରେ । ଏହି ଡିସପ୍ଲେର ପିକ୍ ବ୍ରାଇଟନେସ୍ ୨,୭୦୦ ନିଟ୍ସ ପର୍ଯ୍ୟନ୍ତ ରହିବ ଏବଂ ଏହା HDR ଫିଚରକୁ ସପୋର୍ଟ କରିବ । ଗୁଗୁଲର ଏହି ମିଡ୍ ବଜେଟ୍ ଫୋନର ଡିସପ୍ଲେ କର୍ନିଙ୍ଗ ଗୋରିଲା ଗ୍ଲାସ୍ ୩ ଦ୍ୱାରା ପ୍ରୋଟେକ୍ଟ ରହିବ ଏବଂ ଏହା ଇନ୍-ହାଉସ୍ Tensor G4 ଚିପସେଟ୍ ସହିତ ଆସିବ । ଫୋନରେ ସିକ୍ୟୁରିଟି ପାଇଁ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନସର୍ ମିଳିବ । କେବଳ ଏତିକି ନୁହେଁ Pixel 9 ସିରିଜର ଅନ୍ୟ ପ୍ରିମିୟମ୍ ଫୋନ୍ ପରି ଏଥିରେ ମଧ୍ୟ ଡେଡିକେଟେଡ୍ Titan M2 ସିକ୍ୟୁରିଟି ଚିପ୍ ଦିଆଯାଇପାରେ ।

Pixel 9a ୮ GB LPDDR5X RAM ଏବଂ ୧୨୮ GB ରୁ ୫୧୨ GB ପର୍ଯ୍ୟନ୍ତ ଷ୍ଟୋରେଜ୍ ଭ୍ୟାରିଆଣ୍ଟରେ ପ୍ରଦାନ କରାଯାଇପାରେ । ଏହି ଫୋନ୍ ଲାଟେଷ୍ଟ Android 15 ସହିତ ଆସିବ । ଏହି ଫୋନରେ ୫,୧୦୦ mAh ର ବ୍ୟାଟେରୀ ସହିତ ୨୩ W ୱାୟଡ୍ ଏବଂ ୭.୫ W ୱାୟାରଲେସ୍ ଚାର୍ଜିଂର ସପୋର୍ଟ ମିଳିବ । କମ୍ପାନୀ ଏହି ଫୋନ ସହିତ ୭ ବର୍ଷ ପାଇଁ OS ଏବଂ ସିକ୍ୟୁରିଟି ଅପଡେଟ୍ ଅଫର କରିପାରିବ ।

ଗୁଗୁଲର ଏହି ଫୋନ୍ ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିପାରିବ । ଏଥିରେ ୪୮ MP ର ମେନ୍ OIS କ୍ୟାମେରା ରହିବ । ଏହା ବ୍ୟତୀତ ଫୋନରେ ୧୩ MP ର ଅଲ୍ଟ୍ରା ୱାଇଡ୍ ଏବଂ ୧୦ MP ର ସେଲଫି କ୍ୟାମେରା ମିଳିପାରିବ ।