ମେ ୧୧ ରେ ଲଞ୍ଚ୍ ହୋଇପାରେ ଗୁଗୁଲର ପ୍ରଥମ ସ୍ମାର୍ଟୱାଚ୍ ; ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ ଓ ଡିଜାଇନ୍

ସ୍ମାର୍ଟଫୋନ୍ ପରେ ଗୁଗୁଲ ବର୍ତ୍ତମାନ ଏହାର ପ୍ରଥମ ସ୍ମାର୍ଟୱାଚ୍ ଗୁଗୁଲ୍ ପିକ୍ସେଲ ୱାଚ୍ ଉପରେ କାମ କରୁଛି। ଏହି ସ୍ମାର୍ଟ ୱାଚ୍ କିଛି ଦିନ ଧରି ବହୁ ଚର୍ଚ୍ଚାରେ ରହିଆସିଛି, କିନ୍ତୁ କମ୍ପାନୀ ପକ୍ଷରୁ ଏହା ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ତେବେ ଗୁଗଲ ଅଫିସିଆଲ୍ ରୂପେ ଏହାର ଫିଚର ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ଦେଇନି । ତେବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟୱାଚରେ କେଉଁ କେଉଁ ଫିଚର୍ସ ମିଳିବ…

ଗୁଗୁଲ ବର୍ତ୍ତମାନ ଏହି ସ୍ମାର୍ଟ ୱାଚ୍ ର ଲଞ୍ଚ ତାରିଖ କିମ୍ବା ଫିଚର ବିଷୟରେ କୌଣସି ସୂଚନା ସ୍ପଷ୍ଟ ଭାବରେ ଦେଇ ନାହିଁ। ଗୁଗୁଲର ଏକ ବଡ ଲଞ୍ଚ ଇଭେଣ୍ଟରେ ଗୁଗୁଲ୍ ପିକ୍ସେଲ ୱାଚ୍ ସମସ୍ତଙ୍କ ସାମ୍ନାରେ ଉପସ୍ଥାପିତ ହେବ ବୋଲି ଆଶା କରାଯାଉଛି। ଗୁଗଲର ଏହି ଇଭେଣ୍ଟ ୧୧ ଏବଂ ୧୨ ମେରେ ହେବ । ଗୁଗଲ ୱାଚର ଲଞ୍ଚିଂ ଡେଟ୍ ପାଖେଇ ଆସିବା ପରେ ତାର ସ୍ପେଶିଫିକେସନ ଏବଂ ଫିଚର ସାମ୍ନାକୁ ଆସୁଛି ।

ଗୁଗୁଲର ନୂଆ ସ୍ମାର୍ଟ ୱାଚ୍ କିପରି ଦେଖାଯିବ। ଡିଜାଇନ୍ ବିଷୟରେ କହିବାକୁ ଗଲେ ପିକ୍ସେଲ ୱାଚର ଡିଜାଇନ୍ ଏହାର ସର୍କୁଲାର୍ ଡାଏଲ୍ ଏବଂ ପ୍ରୋପରାଇଟର ଷ୍ଟ୍ରିପ୍ସର ଝଲକ ମିଳିସାରିଛି । ବ୍ୟାଟେରୀ କଥା କହିବା ତ ଏଥିରେ ୩୦୦ ଏମଏଏଚର ବ୍ୟାଟେରୀ ମିଳିପାରେ ଏବଂ ଏହା ସେଲ୍ୟୁଲର କନେକ୍ଟିଭିଟି ଅପ୍ସନରେ ଆସିପାରେ । ଆପଣ ଏହାର କିଛି ମଡେଲରେ ସେଲୁଲାର୍ କନେକ୍ଟିଭିଟି ମଧ୍ୟ ପାଇପାରିବେ।

ୱେବସାଇଟ ଗୁଗଲ ପିକ୍ସେଲ ୱାଚକୁ ମଡେଲ ନମ୍ବର GWT9R, GBZ4S ଏବଂ GQF4C ସହିତ ୩ ଅଲଗା ଅଲଗା ଭେରିଏଣ୍ଟରେ ଲିଷ୍ଟ୍ କରିଛି । ଏଥିରେ ବ୍ଲୁଟୁଥ୍ ଭର୍ସନ ୫.୨ କନେକ୍ଟିଭିଟି ମିଳିଥାଏ । ସ୍ମାର୍ଟୱାଚରେ ଲାଟେଷ୍ଟ ଭର୍ସନ RWD7 ବଦଳରେ ସଫ୍ଟୱେୟାର ଭର୍ସନ ନମ୍ବର RWD5.211104.001 ସହିତ ଲିଷ୍ଟ କରାଯାଇଛି । ଏହି ସ୍ମାର୍ଟୱାଚ୍ ସାମସଙ୍ଗର ଏକ୍ସିନୋସ୍ ଚିପସେଟରେ କାମ କରିପାରିବ, ଆଉ କେହି କେହି ଏହା ସ୍ନାପଡ୍ରାଗନ୍ 4100 ଚିପସେଟରେ ଚାଲିବ ବୋଲି କହିଛନ୍ତି।

ତେବେ ସ୍ମାର୍ଟଫୋନ୍ ଗୁଗୁଲ୍ ପିକ୍ସେଲ ୱାଚ୍ ସହିତ ସ୍ମାର୍ଟଫୋନ୍ ଚାର୍ଜ ହୋଇପାରିବ କି ନାହିଁ ଏବଂ ଆପଣଙ୍କୁ ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯିବ କି ନାହିଁ ସେ ବିଷୟରେ କୌଣସି ସ୍ପଷ୍ଟ ଖବର ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.