Google ସ୍ମାର୍ଟଫୋନ ୟୁଜର୍ସଙ୍କୁ କଲା ଖୁସି, ଦମଦାର୍ ଫିଚର ସହିତ Android 16 Beta 1 ହେଲା ରିଲିଜ୍

ଯଦି ଆପଣ ସ୍ମାର୍ଟଫୋନ୍ ୟୁଜର୍ସ ତେବେ ଆପଣଙ୍କ ପାଇଁ ଏକ ଗୁଡ୍ ନ୍ୟୁଜ୍ । ଖୁବ୍ ଶୀଘ୍ର ଆପଣଙ୍କର ସ୍ମାର୍ଟଫୋନ୍ ବ୍ୟବହାର କରିବାର ଏକ୍ସପେରିଏନ୍ସ ପରିବର୍ତ୍ତନ ହେବାକୁ ଯାଉଛି । ଆପଣଙ୍କୁ କହିବୁ ଯେ ଲକ୍ଷ ଲକ୍ଷ ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପାଇଁ ଗୁଗୁଲ୍ ଦ୍ବାରା Android 16 Beta 1 ରିଲିଜ୍ ହୋଇଛି । Android ର ଏହି ନୂଆ ଭର୍ସନରେ ଅନେକ ଦମଦାର୍ ଫିଚର୍ସ ମିଳିବାକୁ ଯାଉଛି । ଗୁଗୁଲ୍ ବର୍ତ୍ତମାନ ପିକ୍ସେଲ ସ୍ମାର୍ଟଫୋନ୍ ପାଇଁ ଜାରି କରିଛି କିନ୍ତୁ ଖୁବ୍ ଶୀଘ୍ର ଏହି ସମସ୍ତ ଡିଭାଇସ୍ ପାଇଁ ରିଲିଜ୍ କରାଯିବ ।
ଆପଣଙ୍କଚ କହିବୁ ଯେ ଗୁଗୁଲ୍ ଗତ ବର୍ଷ ନଭେମ୍ବରରେ ନୂଆ Android ଭର୍ସନର ଡେଭ୍ଲପର୍ ପ୍ରିଭ୍ୟୁ ଉପସ୍ଥାପନ କରିଥିଲା ଏବଂ ବତ୍ତର୍ମାନ୍ ଏହାର ବିଟା ଭର୍ସନ ଉପସ୍ଥାପନ କରିଛି । ଯଦି ଆପଣ Android 16 Beta 1 ଫିଚର୍ସର ଲାଭ ଉଠାଇ ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କ ପାଖରେ Pixel 6 ପରେ କିଛି ପିକ୍ସେଲ୍ ସ୍ମାର୍ଟଫୋନ୍ ରହିବା ଜରୁରୀ ।
ଯଦି ଆପଣଙ୍କ ପାଖରେ ପିକ୍ସେଲ ସ୍ମାର୍ଟଫୋନ୍ ଅଛି ତେବେ ଆପଣ ସହଜରେ ବିଟା ପ୍ରୋଗ୍ରେସ୍ ପାଇଁ ସାଇନ୍-ଅପ୍ କରିପାରିବେ । ଆସନ୍ତୁ ଆପଣଙ୍କୁ Android 16 Beta 1 ଭର୍ସନରେ ଦମଦାର୍ ଫିଚର୍ସ ମିଳିବାକୁ ଯାଉଛି । ଆପ୍ସର ଉନ୍ନତ ଇଣ୍ଟିଗ୍ରେସନ୍ ପାଇଁ ଗୁଗୁଲ୍ ଲଗାତାର୍ ଏକ ଦମଦାର୍ ସ୍କ୍ରିନ୍ ଆଡପ୍ଟିବିଲିଟିରେ କାମ କରିଥାଏ । ଏପରି ସ୍ଥିତିରେ Android 16 Beta 1 ରେ ଆପ୍ସ ଆଡପ୍ଟିବିଲିଟିର ଫିଚର୍ସ ମିଳିପାରିବ । ନୂଆ Android Beta ଭର୍ସନରେ ଆପଣ ପୂର୍ବ ଅପେକ୍ଷା ଉନ୍ନତ UI ଏବଂ accessibility ପାଇବାକୁ ଯାଉଛନ୍ତି ।
Android 16 Beta 1 ଭର୍ସନରେ ଆପଣ ଆପଣଙ୍କର ଡାଟା ଏବଂ ପ୍ରାଇଭେସି ପାଇଁ ନୂଆ ସିକ୍ୟୁରିଟି ଫିଚର ମିଳିପାରିବ । Android 16 Beta 1 ରେ ୟୁଜର୍ସଙ୍କୁ ଆପ୍ସରେ fluid animation ଫିଚର ଦେଖିବାକୁ ମିଳିବ । ନୂଆ ଅପଡେଟ୍ ସହିତ ଆପ୍ସରେ ନୂଆ ଏବଂ ଉନ୍ନତ transitions ମଧ୍ୟ ଦେଖିବାକୁ ମିଳିବ । ଗୁଗୁଲ୍ ନୂଆ ଆଣ୍ଡ୍ରଏଡ୍ ଅପଡେଟରେ ସ୍ମାର୍ଟ ୩ ବଟନ୍ ନେବିଗେସନ୍ ପ୍ରିଭ୍ୟୁର ଫିଚର ପ୍ରଦାନ କରିବାକୁ ଯାଉଛି । ଏଥିରେ ଯେତେବେଳେ ୟୁଜର୍ସମାନେ ଯେକୌଣସି ବଟନ୍ ଉପରେ ଲଙ୍ଗ ପ୍ରେସ୍ କରନ୍ତି ତେବେ ସେମାନେ ଏକ ପ୍ରିଭ୍ୟୁ ଦେଖିବାକୁ ପାଇବେ ।