ପୁଣିଥରେ ପ୍ଲେ-ଷ୍ଟୋରରୁ ୧୭ଟି ଆପ୍‌ ହଟାଇଲା Google, ଆପଣଙ୍କ ମୋବାଇଲରେ ନାହିଁ ତ ଏହି ଆପ୍ଲିକେସନ୍‌

ପ୍ଲେ-ଷ୍ଟୋରରେ ବଢ଼ୁଥିବା ମାଲାସିୟସ୍‌ ଆପ୍‌କୁ ନେଇ ଗୁଗଲ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଜୋକର ମାଲାବେୟରରେ ପ୍ରଭାବିତ ହୋଇଥିବା ୧୭ଟି ଆପ୍‌କୁ ଟ୍ରାକ୍‌ କରି କମ୍ପାନୀ ଏହାକୁ ପ୍ଲେ ଷ୍ଟୋରରୁ ରିମୁଭ କରି ଦେଇଛି। ଯଦି ଏଥିରୁ କୌଣସି ଆପ୍‌ ଆପଣଙ୍କ ଫୋନ୍‌ରେ ରହିଛି ତେବେ ତୁରନ୍ତ ଅନ୍‌ ଇନ୍‌ଷ୍ଟଲ କରିଦିଅନ୍ତୁ। ଏହି ଆପ୍‌ର ବ୍ୟବହାର ଏସ୍‌ଏମ୍‌ଏସ୍‌, କଣ୍ଟାକ୍ଟ କପି କରିବା, ଡିଭାଇସ୍‌ରୁ ସୂଚନା ନେବା ଓ ପ୍ରିମିୟମ୍‌ ୱେୟାରଲେସ୍‌ ଆପ୍ଲିକେସନ୍‌ ପ୍ରୋଟୋକଲ(WAP)ର ସାଇନ୍‌ଅପ୍‌ ପାଇଁ କରାଯାଏ। Zscaler ThreatLabZ ର ରିସର୍ଚ୍ଚରମାନେ ଜୋକର ମାଲାବେୟର ବିଷୟରେ ଜାଣିବାକୁ ପାଇଛନ୍ତି।

ହଟାଯାଇଥିବା ୧୭ ଆପ୍‌ଗୁଡ଼ିକ ହେଉଛି:

  • All Good PDF Scanner
  • Mint Leaf Message-Your Private Message
  • Unique Keyboard – Fancy Fonts & Free Emoticons
  • Tangram App Lock
  • Direct Messenger
  • Private SMS
  • One Sentence Translator – Multifunctional Translator
  • Style Photo Collage
  • Meticulous Scanner
  • Desire Translate
  • Talent Photo Editor – Blur focus
  • Care Message
  • Part Message
  • Paper Doc Scanner
  • Blue Scanner
  • Hummingbird PDF Converter – Photo to PDF
  • All Good PDF Scanner

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଚଳିତବର୍ଷ ଜୋକର ମାଲାବେୟର ପ୍ରଭାବିତ ଆପ୍‌କୁ ଗୁଗଲ ଅନେକ ଥର ହଟାଇଛି। କିନ୍ତୁ ଏହି ଆପ୍‌ ବାରମ୍ବାର ପ୍ଲେ-ଷ୍ଟୋରକୁ ଫେରିଆସୁଛି।