ଗୁଗଲ ଆଲର୍ଟ: ଜଲଦି ନିଜ ଫୋନରୁ ହଟାନ୍ତୁ ଏହି ୬ ଟି ଆପ୍, ନହେଲେ ହୋଇପାରେ ବଡ଼ ଫ୍ରଡ

ଦିନକୁ ଦିନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଯେତେ ମାତ୍ରାରେ ଉନ୍ନତି କରୁଛି ସେତେ ମାତ୍ରାରେ ଅନଲାଇନ ଠକେଇ ଅଭିଯୋଗ ମଧ୍ୟ ବଢ଼ିବାରେ ଲାଗୁଛି। ଟେକ୍ନୋଲଜି ଯେତେ ଆଗଉଛି, ଏହି ସବୁ ସାଇବର କ୍ରାଇମ୍ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଥିପାଇଁ ମୋବାଇଲ୍ ଆପ୍ କମ୍ପାନୀ ଗୁଡ଼ିକ ମଧ୍ୟ ନିଜ ଆପ୍ଲିକେସନକୁ ପ୍ରୋଟେକ୍ଟ କରୁଛନ୍ତି। ଏମିତିକି ବର୍ତ୍ତମାନ ଗୁଗଲ ମଧ୍ୟ ନିଜ ଆପ୍ ଷ୍ଟୋରରୁ କିଛି ଆପ୍ଲିକେସନକୁ ହଟାଇଛି । ଖାଲି ଏତିକି ନୁହେଁ, ଗୁଗଲ ସମସ୍ତ ଫୋନ୍ ବ୍ୟବହାରକାରୀଙ୍କୁ ମଧ୍ୟ ଏହି ଆପ୍ ଅନଇଂଷ୍ଟଲ କରିବା ପାଇଁ ମଧ୍ୟ ଚେତାବନୀ ଦେଇଛି।

apps
picture credit- hosting signal

ଆପଣ ମଧ୍ୟ ଯେତେ ଜଲଦି ପାରୁଛନ୍ତି ଏହି ସବୁ ଆପକୁ ହଟାଇ ଦିଅନ୍ତୁ। କାରଣ ଏହି ସବୁ ଅପ୍ ଅନଲାଇନ ଫ୍ରଡର ମୁଖ୍ୟ କାରଣ। ଗୁଗଲ ଆପ୍ ଷ୍ଟୋର୍‌ରୁ ୬ ଟି ଆପ୍ ଅପସାରଣ କରିଛି ଅର୍ଥାତ୍ ପ୍ଲେ-ଷ୍ଟୋରରୁ ହଟାଇ ଦେଇଛି। କାରଣ ଏହି ଆପ୍ଲିକେସନ ଗୁଡ଼ିକ ଲୋକଙ୍କ ଫୋନରେ ଭାଇରସ୍ ମଧ୍ୟ ଆଣୁଛି। ଏହି ସମସ୍ତ ଆପ୍ସରେ ଶାର୍କବଟ୍ ବ୍ୟାଙ୍କ ଠକେଇ ମାଲୱେର୍ ମଧ୍ୟ ରହିଥିଲା ​​ଯାହା ଲୋକଙ୍କ ବ୍ୟାଙ୍କ ଡାଟା ସବୁ ଚୋରି କରୁଥିଲା।

ରିପୋର୍ଟ ଅନୁଯାୟୀ, ଏହି ମାଲୱେୟାର ଆପ୍ସ ପ୍ରାୟ ୧୫ ହଜାରରୁ ଅଧିକ ଥର ଡାଉନଲୋଡ୍ ହୋଇଛି । ସେଥିପାଇଁ ବର୍ତ୍ତମାନ ଗୁଗୁଲ ଏହି ସମସ୍ତ ଆପ୍ସକୁ ଏହାର ପ୍ଲେ-ଷ୍ଟୋରରୁ ହଟାଇ ଦେଇଛି। ବର୍ତ୍ତମାନ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ମଧ୍ୟ ଏହି ଆପ୍ସର ତାଲିକା ଦେଖନ୍ତୁ ଏବଂ ଯଦି ଆପଣଙ୍କର ଫୋନରେ ଏହି ଆପ୍ସଗୁଡ଼ିକ ମଧ୍ୟରୁ କୌଣସି ଆପ୍ ରହିଛି, ତେବେ ତୁରନ୍ତ ଏହାକୁ ଡିଲେଟ୍ କରନ୍ତୁ। ଏହି ସମସ୍ତ ଆପ୍ ଏହାର ଜିଓଫେନ୍ସିଂ ଓ ଫିଚର୍ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ଟ୍ରାକିଂ କରୁଥିଲା। କ୍ରମାଗତ ଟ୍ରାକିଂ ପରେ, ଏହି ଆପ୍ସ ସମସ୍ତ ୱେବସାଇଟ୍ ଏବଂ ଆପ୍ସର ଡାଟା ସଂଗ୍ରହ କରୁଥିଲା ଓ ଏହା ପରେ ହେଉଥିଲା ଫ୍ରଡ଼ିଂ।

ଏମିତିକି ଯେକୌଣସି ସାଇଟରେ ଉପଭୋକ୍ତାଙ୍କ ଦ୍ୱାରା କରାଯାଇଥିବା ଲଗଇନ୍ ତଥ୍ୟ ବା ଡ଼ାଟାକୁ ରେକର୍ଡ କରିବା ପାଇଁ ଏହି ଆପଗୁଡ଼ିକ ବ୍ୟବହୃତ ହୁଏ। ଯାହା ଲଗଇନ୍ ID ରୁ ପାସୱାର୍ଡ ମଧ୍ୟ ଚୋରେଇ ନିଏ। ଏହି ଆପଗୁଡ଼ିକ ଇଟାଲୀ ଏବଂ ବ୍ରିଟେନରେ ଅଧିକ ଆକ୍ଟିଭ ଥିଲା। ସୁରକ୍ଷା ଅନୁସନ୍ଧାନ କମ୍ପାନୀ ଚେକ୍ ପଏଣ୍ଟ ଏହାର ବ୍ଲଗରେ ଏହି ଆପଗୁଡ଼ିକ ବିଷୟରେ ସୂଚନା ଦେଇଛି। ଏହି ସମସ୍ତ ଆପ୍ସରେ ଶାର୍କବଟ୍ ମାଲୱେର୍ ଥିଲା ଯାହା ବ୍ୟବହାରକାରୀଙ୍କ ଫୋନରେ “ଡ୍ରପର୍ସ” ଆପ୍ ଡାଉନଲୋଡ୍ କରୁଥିଲା ଏବଂ ଏହି ଆପ୍ ମାଧ୍ୟମରେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଡାଟା ଚୋରି କରୁଥିଲା। ଏହି ଆପଗୁଡିକୁ ବୈନେକ୍ ଆଡାମକିକ୍, ଆଡେଲ୍ମିଓ ପ୍ୟାଗନୋଟୋ ଏବଂ ବିଙ୍ଗୋ ଲାଇକ ଇଙ୍କ ପରି କମ୍ପାନୀଗୁଡିକ ଦ୍ୱାରା କାମ କରାଯାଇଛି। ଗୁଗୁଲ ହୁଏତ ଏହି ଷ୍ଟୋରଗୁଡିକ ପ୍ଲେ ଷ୍ଟୋରରୁ ଅପସାରଣ କରିଥାଇପାରେ କିନ୍ତୁ ଏହି ଆପଗୁଡ଼ିକ ଅନେକ ଥାର୍ଡ ପାର୍ଟି ଷ୍ଟୋର୍‌ରେ ବର୍ତ୍ତମାନ ଉପଲବ୍ଧ।

ଶାର୍କବଟ୍ ମାଲୱେର୍ ବ୍ୟବହାରକାରୀଙ୍କ ଠାରୁ SMS, ଜାଭା କୋଡ୍ ଡାଉନଲୋଡ୍, ଇନଷ୍ଟଲ୍ ଫାଇଲ୍, ଲୋକାଲ୍ ଡାଟାବେସ୍ ଅପଡେଟ୍, ଆପ୍, କଣ୍ଟାକ୍ଟ, ବ୍ୟାଟେରୀ ଅପ୍ଟିମାଇଜେସନ୍ ଡାଉନଲୋଡ କରିବା ପାଇଁ ଅନୁମତି ମଧ୍ୟ ମାଗୁଥିଲା। ଏହି ଆପ୍ ଗୁଡ଼ିକର ନାମ ହେଉଛି Atom Clean-booster Antivirus, Antivirus super cleaner, Alpha antivirus cleaner, powerful cleaner antivirus, center security antivirus, Center security antivirus। ଯଦି ଆପଣଙ୍କ ଫୋନରେ ଏହି ଆପ୍ ମଧ୍ୟରୁ କୌଣସି ବି ଆପ୍ଲିକେସନ ରହିଛି, ଏ ସବୁକୁ ଆପଣ ତୁରନ୍ତ ଡିଲେଟ୍ କରନ୍ତୁ। କାରଣ ଏହି ଆପ୍ଲିକେସନ ଦ୍ଵାରା ଆପଣ ବ୍ୟାଙ୍କ୍ ସହିତ ଫ୍ରଡ ହୋଇପାରେ।। ଖାଲି ଏହି ଆପ୍ ନୁହେଁ ଆପଣ ଯେକୌଣସି ଆପ୍ ଡାଉନଲୋଡ କରୁଛନ୍ତି, ଡାଉନଲୋଡ କରିବା ସମୟରେ ଦେଖନ୍ତୁ ଯେ ଏହା ଗୁଗଲ ପ୍ଲେ ଷ୍ଟୋର ଦ୍ଵାରା ଭେରିଫାଏଡ କି ନୁହେଁ।

Leave A Reply

Your email address will not be published.