ହୁୱାଇର ବଢ଼ିଲା ଅସୁବିଧା, ଆଣ୍ଡ୍ରୋଏଡର ଅଫିସିଆଲ ସାଇଟରୁ ହଟାଗଲା ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଆମେରୀକି ଦ୍ବାରା ଚାଇନା କମ୍ପାନୀ ହୁଓ୍ବାଇ ଉପରେ ବ୍ଯାନ ଲଗାଯାଇଛି। ଏନେଇ ଦିନକୁ ଦିନ କମ୍ପାନୀର ଅସୁବିଧା ବଢ଼ିବାରେ ଲାଗିଛି। ପୂର୍ବରୁ ଗୁଗୁଲ ହୁୱାଇ ମୋବାଇଲ ମାନଙ୍କରେ କୌଣସି ପ୍ରକାରର ଅପଡେସନ ଦେବ ନାହିଁ କହିଥିବା ବେଳେ ଗତ କାଲି ଏହାର ଏସଡି କାର୍ଡ ବ୍ଯବହାର ଉପରେ ରୋକ ଲଗାଇ ଦିଆଯାଇଥିଲା। ଏବେ ଆଣ୍ଡ୍ରୋଏଡ ସ୍ମାର୍ଟଫୋନ ଏହାର ଅଫିସିଆଲ ସାଇଟରୁ ହୁୱାଇକୁ ହଟାଇଛି।

ଗୁଗୁଲ ହୁୱାଇ ଫ୍ଳାଗସିପ ସ୍ମାର୍ଟଫୋନ ହୁୱାଇ ପି୩୦ ପ୍ରୋ ଏବଂ ଫୋଲଡେବଲ ସ୍ମାର୍ଟଫୋନ ମେଟ ଏକ୍ସକୁ ଆନଡ୍ରୋଏଡର ଅଫିସିଆଲ ସାଇଟରୁ ହଟାଇ ଦେଇଇଛି।

mobile

ସୂଚନା ମୁତାବକ, ପୂର୍ବେ ଏହି ମୋବାଇଲକୁ ୱେବସାଇଟର ଲାଟେଷ୍ଟ ଏବଂ ଗ୍ରେଟେଷ୍ଟ ସେକ୍ସସନରେ ସ୍ଥାନ ଦିଆଯାଇଥିଲା। ତେବେ ବର୍ତ୍ତମାନ ହୁଓ୍ବାଇ ବ୍ଯବହାର କରୁଥିବା କିଛି ଗ୍ରାହକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.