ଅତିଶୀଘ୍ର ଗୁଗଲ ବନ୍ଦ କରିବାକୁ ଯାଉଛି ତାର ଏହି ସର୍ଭିସ, ଜାଣନ୍ତୁ କଣ

ଟେକ୍ନୋଲୋଜୀର ଗନ୍ତାଘର ଗୁଗଲ ନିଜର ଆଉ ଏକ ସର୍ଭିସ ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି । ୨୦୨୦ ମସିହା ସେପ୍ଟେମ୍ବର ମାସ ବେଳକୁ ଗୁଗଲ ନିଜର ଜବ ଆପ୍ଲିକେସନ ଟ୍ରାକିଙ୍ଗ ସିଷ୍ଟମ ହାୟରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବ ବୋଲି ଘୋଷଣା କରିଛି । ସୂଚନା ଅନୁଯାୟୀ ଗୁଗଲ ନିଜର ଏହି ଅନଲାଇନ ସର୍ଭିସକୁ ୨୦୧୭ରେ ଲଞ୍ଚ କରିଥିଲା ।

google hire

ଏକ ଟେକ୍ନୋଲୋଜି ୱେବସାଇଟର ରିପୋର୍ଟ ଅନୁଯାୟୀ ଗୁଗଲ ହାୟାରିଂ ପ୍ରକ୍ରିୟାକୁ ସହଜ କରିବା ପାଇଁ ୨୦୧୭ ମସିହାରେ ହାୟର ଲଂଚ କରିଥିଲା । ଏହା ସାହାଯ୍ୟରେ ଆବେଦକ ଜି ସୁଟରେ ଅତି ସହଜରେ ଜବ ସର୍ଚ୍ଚ କରିପାରୁଥିଲେ ଏବଂ ଏହା ବ୍ୟତୀତ ଜିମେଲ ବା ଗୁଗଲ କ୍ୟାଲେଣ୍ଡରରେ ଡକ୍ୟୁମେଣ୍ଟସକୁ ସିଡ୍ୟୁଲ କରିପାରୁଥିଲେ ।

Image result for google-to-shut-down-online-job-service-hire-in-2020-says-to-focus-on-cloud-service

ଗୁଗଲ କହିଛି କି କମ୍ପାନୀ ବର୍ତ୍ତମାନ ଏଭଳି ପ୍ରଡକ୍ଟସର କାମ ଉପରେ ଫୋକସ କରୁଛି ଯାହା ଗୁଗଲ କ୍ଲାଉଡ଼ ପୋର୍ଟଫୋଲିଓ ଉପରେ ଆଧାରିତ । ୟୁଜର୍ସ ମାନେ ବର୍ତ୍ତମାନ ଏକ ବର୍ଷ ପର୍ଯ୍ୟନ୍ତ ହାୟର ସର୍ଭିସକୁ ବ୍ୟବହାର କରିପାରିବେ ଏବଂ ୧ ସେପ୍ଟେମ୍ବର ୨୦୨୦ ଠାରୁ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯିବ ।

Image result for google-to-shut-down-online-job-service-hire-in-2020-says-to-focus-on-cloud-service

ଏହାସହ ପଢନ୍ତୁ ନିଜର ପୁରୁଣା ଫୋନକୁ ବିକ୍ରି କରିବା ବଦଳରେ ଏଥିରେ ବନାଇ ପାରିବେ ସିସିଟିବି, ଜାଣନ୍ତୁ କିପରି..

ସୂଚନା ମୁତାବକ ହାୟରକୁ ଡାୟନେ ଗ୍ରୀନ ପ୍ରସ୍ତୁତ କରିଥିଲେ ଏବଂ ସେହି ସମୟରେ ଏହା ବିବାପ ନାମକ ଏକ କମ୍ପାନୀର ଥିଲା । ପରେ ଗୁଗଲ ଏହାକୁ ଅଧିଗ୍ରହଣ କରି ନେଇଥିଲା ଏବଂ ଏକ ରିପୋର୍ଟ ଅନୁଯାୟୀ ଡାୟନେ ଗ୍ରୀନ ୩୮୦ ମିଲିୟନ ଡଲାର ବା ପାଖାପାଖି ୨,୭୨୫କୋଟି ଟଙ୍କାରେ ସେହି କମ୍ପାନୀ ଆରମ୍ଭ କରିଥିଲେ ।