ଟିଭି ଦୁନିଆରେ ଝଡ଼ ସୃଷ୍ଟି କରିବ ଗୁଗଲ୍‌, ଫ୍ରିରେ ଲଞ୍ଚ୍‌ କରିପାରେ ନିଜର ଟିଭି ଷ୍ଟ୍ରିମିଂ ଚ୍ୟାନେଲ

ନୂଆଦିଲ୍ଲୀ : ଗୁଗଲ କିଛି ବର୍ଷ ପୂର୍ବରୁ ନିଜର ଏଣ୍ଡ୍ରଏଡ୍‌ ଟିଭି ପ୍ଲାଟଫର୍ମ ଗୁଗଲ ଟିଭ ଲଞ୍ଚ କରିଥିଲା । ଯାହାକି କ୍ରୋମକାଷ୍ଟ ଓ ସ୍ମାର୍ଟ ଟିଭି ଭଳି ପ୍ଲାଟଫର୍ମ ସହିତ ମିଶିକରି କାମ କରିଛି । ଖବର ମିଳୁଛି କି ଖୁବ୍‌ ଶୀଘ୍ର ଗୁଗଲ ଟିଭିରେ ନିଜର ଫ୍ରି ଟିଭି ଚ୍ୟାନେଲ୍‌ ହେବ । ଆସନ୍ତୁ ଜାଣିବା କ’ଣ ରହିଛି ।

ଗୁଗଲ ଆଣିବ ନିଜର ଫ୍ରି ଟିଭି ଚ୍ୟାନେଲ୍‌

ପ୍ରୋଟୋକଲ ର ଏକ ରିପୋର୍ଟ ଅନୁଯାୟୀ ଖୁବ୍‌ ଶୀଘ୍ର ଗୁଗଲ ଟିଭିରେ ୟୁଜର୍ସଙ୍କୁ ଗୁଗଲ ନିଜର ଟିଭି ଚ୍ୟାନେଲ ଦେବ । ଏଥିପାଇଁ ୟୁଜର୍ସଙ୍କୁ ଏକ ବିଶେଷ ଲାଇଭ ଟିଭି ମେନୁ ମିଳିବ । ଯେଉଁଥିରେ ଆପଣ କୌଣସି ବି ଆପଣଙ୍କ ପସନ୍ଦୀୟ ଚ୍ୟାନେଲ ଦେଖିପାରିବେ । ବାକି କମ୍ପୋଟେବଲ ସ୍ମାର୍ଟ ଟିଭିରେ ଆପଣ ଏଣ୍ଟିନା ଜରିଆରେ ଚ୍ୟାନେଲ ଦେଖିପାରିବେ ।

କେବେ ଆସିବ ଏହି ଚ୍ୟାନେଲ

ଆସନ୍ତା କିଛି ସପ୍ତାହ ମଧ୍ୟରେ ଗୁଗଲ ଏହି ଚ୍ୟାନେଲ ସମ୍ପର୍କରେ ଘୋଷଣା କରିବ । ଆଗାମୀ କିଛି ସପ୍ତାହ କିମ୍ବା ମାସ ମଧ୍ୟରେ ଗୁଗଲ ଘୋଷଣା କରିପାରେ । ତେବେ ଆଗାମୀ ବର୍ଷ ୟୁଜର୍ସ ଏହାକୁ ଦେଖିପାରିବେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.