ଟେକ୍

ଭାରତରେ ଲଞ୍ଚ ହେଲା ଗୁଗଲ୍ ୱାଲେଟ୍, ଜାଣନ୍ତୁ କେମିତି ଉଠାଇବେ ଏହି ସର୍ଭିସର ଫାଇଦା

ଭାରତରେ ଲଞ୍ଚ ହୋଇଯାଇଛି ଗୁଗଲ୍ ୱାଲେଟ୍ । ଆଜି ଏହି ଡିଜିଟାଲ୍ ୱାଲେଟ୍ ସର୍ଭିସକୁ ଗୁଗଲ୍ ଇଣ୍ଡିଆ ଲଞ୍ଚ କରିଛି । କିନ୍ତୁ ଗୁଗଲର ଏହି ୱାଲେଟ୍ ସର୍ଭିସ୍‌ ଗୁଗଲ୍ ପେ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ, ଯେଉଁଥିରେ ୟୁଜରମାନେ ସେମାନଙ୍କର କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ଗିଫ୍ଟ କାର୍ଡ ଇତ୍ୟାଦି ଡିଜିଟାଲ୍ ଭାବରେ ଷ୍ଟୋର କରିପାରିବେ । ଗୁଗଲ କେବଳ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ଭାରତରେ ଏହାର ୱାଲେଟ୍ ଲଞ୍ଚ କରିଛି । ଏହି ପ୍ରାଇଭେଟ୍‌ ଡିଜିଟାଲ୍ ୱାଲେଟରେ ୟୁଜରମାନେ ସେମାନଙ୍କର କାର୍ଡ, ଟିକେଟ୍, ପାସ୍, ଡିଜିଟାଲ୍ କି’ ଏବଂ ଆଇଡି ଷ୍ଟୋର୍‌ କରିପାରିବେ । ଗୁଗଲର ଏହି ୱାଲେଟ୍ ଡିଜି ଲକର୍ ପରି ହେବ, ଯେଉଁଥିରେ ୟୁଜରମାନେ ଫାଇନାନ୍ସିଆଲ୍‌ ଡକ୍ୟୁମେଣ୍ଟସକୁ ଡିଜିଟାଲ୍ ଭାବରେ ଷ୍ଟୋର୍‌ କରିପାରିବେ । ଗୁଗଲ ଅଫିସିଆଲ ଭାବେ ଭାରତରେ ଏହାର ୱାଲେଟ୍ ସର୍ଭିସ ଆରମ୍ଭ କରିଛି।

ଗୁଗଲ ୱାଲେଟକୁ ୟୁଜରମାନେ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ ଏବଂ ସେମାନଙ୍କର ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଲୟାଲିଟି କାର୍ଡ ଏବଂ ଗିଫ୍ଟ କାର୍ଡକୁ ଡିଜିଟାଲ୍ ଭାବେ ଷ୍ଟୋର୍‌ କରିପାରିବେ । ଗୁଗଲର ଏହି ୱାଲେଟ୍ ସର୍ଭିସ୍‌ ଗୁଗଲ୍ ପେ ଠାରୁ ଭିନ୍ନ ହେବ । ଯାହା ଦ୍ୱାରା ୟୁଜରମାନେ UPI ପେମେଣ୍ଟ ଏବଂ ରିଚାର୍ଜ ଭଳି କାମ କରିପାରିବେ ।

ଗୁଗଲ୍ ୱାଲେଟ୍ ଆପ୍ ଦ୍ୱାରା ୟୁଜରମାନେ ଫିଜିକାଲ୍‌ କଣ୍ଟାକ୍ଟ ବିନା ଅନଲାଇନ୍ ପେମେଣ୍ଟ କରିବାକୁ ସକ୍ଷମ ହେବେ । ଏହି ଆପ୍ ସାମସଙ୍ଗର ୱାଲେଟ୍ ଲାଇନରେ NFC (ନିୟର ଫିଲ୍ଡ କମ୍ୟୁନିକେସନ୍) ଫିଚରରେ କାମ କରିବ । ଏହା ଏକ ଡିଜିଟାଲ୍ ୱାଲେଟ୍, ଯେଉଁଥିରେ ୟୁଜରମାନେ ସେମାନଙ୍କର ଡେବିଟ୍ ଏବଂ କ୍ରେଡିଟ୍ କାର୍ଡକୁ ଲିଙ୍କ୍ କରିପାରିବେ ଏବଂ ଏକ ଭର୍ଚୁଆଲ୍ କାର୍ଡ କ୍ରିଏଟ୍‌ କରିପାରିବେ । ଏହା ବ୍ୟତୀତ ଗୁଗଲ୍ ୱାଲେଟ୍ ଆପ୍ ରେ ୟୁଜର୍ସ ଗିଫ୍ଟ କାର୍ଡ, ଜିମ୍ ମେମ୍ବରସିପ୍‌, ଅନଲାଇନ୍ ଟିକେଟ୍, ଫ୍ଲାଇଟ୍ ଟିକେଟ୍, ରେଳ ଟିକେଟ୍ ଇତ୍ୟାଦି ଡିଜିଟାଲ୍ ଭାବେ ଷ୍ଟୋର କରିପାରିବେ ।

ଗୁଗଲ୍ ଇଣ୍ଡିଆ ଅନୁଯାୟୀ ୟୁଜରମାନେ ୱାଲେଟରେ ବୋର୍ଡିଂ ପାସ୍, ଗିଫ୍ଟ କାର୍ଡ, ଲୟାଲିଟି କାର୍ଡ, ଇଭେଣ୍ଟ, ଡିଜିଟାଲ୍ କାର୍ କି’, ଆକ୍ସେସ୍, ଟ୍ରାଞ୍ଜିଟ୍ OTA ଇତ୍ୟାଦି ଡିଜିଟାଲି ଷ୍ଟୋର୍‌ କରିପାରିବେ। ଗୁଗଲ୍ ୱାଲେଟ୍ ଆଣ୍ଡ୍ରଏଡ୍ ୟୁଜରଙ୍କ Gmail ଆକାଉଣ୍ଟ୍ ସହିତ ଆପେ ଆପେ କନେକ୍ଟ ହୋଇଯିବ । ଏବଂ ୟୁଜରମାନେ ଏହି ସର୍ଭିସ୍‌ ଭଲ ଭାବେ ବ୍ୟବହାର କରିପାରିବେ । ଏହି ୱାଲେଟରେ ୟୁଜରମାନେ ସେମାନଙ୍କର ଟ୍ରେନ୍ ଏବଂ ବସ୍ ସହିତ ଫ୍ଲାଇଟ୍ ବୋର୍ଡିଂ ପାସ୍ ଷ୍ଟୋର କରିବାରେ ସକ୍ଷମ ହେବେ ।

ଗୁଗଲ୍ ନିଜ ଓ୍ଵାଲେଟ୍‌ ସର୍ଭିସ୍‌ ପାଇଁ PVR-INOX, ଫ୍ଲିପକାର୍ଟ ସୁପରକଏନ୍, ଏୟାର ଇଣ୍ଡିଆ, ମେକ୍ ମାଇ ଟ୍ରିପ୍, ଏୟାର ଇଣ୍ଡିଆ ଏକ୍ସପ୍ରେସ, ଇକ୍ସିଗୋ, ଅଭିବସ୍, ହାଇଦ୍ରାବାଦ ମେଟ୍ରୋ ରେଳ, ପାଇନ୍ ଲ୍ୟାବ, ସପର୍‌ ଷ୍ଟପ୍, ଡୋମିନୋସ୍, ଟ୍ୱିଡ୍, ବିଏମଡବ୍ଲୁ ଏବଂ ୱେଭଲିନ୍କ୍ସସହିତ ଚୁକ୍ତି କରିଛି । ଆଗାମୀ ଦିନରେ କମ୍ପାନୀ ଅନ୍ୟ ବ୍ରାଣ୍ଡ ସହିତ ଚୁକ୍ତି କରିବ ।

ଗୁଗଲ୍ ୱାଲେଟ୍ କିପରି ଡାଉନଲୋଡ୍ କରିବେ?
. ଆପଣ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଗୁଗଲ୍ ୱାଲେଟ୍ ଡାଉନଲୋଡ୍ କରିପାରିବେ ।
. ଏଥିପାଇଁ ଆପଣଙ୍କୁ ଗୁଗଲ୍ ପ୍ଲେ ଷ୍ଟୋରକୁ ଯିବାକୁ ପଡିବ ।
. ଏହା ପରେ ଆପଣଙ୍କୁ ଗୁଗଲ୍ ୱାଲେଟ୍ ସର୍ଚ୍ଚ କରିବାକୁ ପଡିବ ।

ବର୍ତ୍ତମାନ ଏହି ଆପ୍ କେବଳ ଗୁଗଲ୍ ପିକ୍ସେଲ୍ ୟୁଜରଙ୍କ ପାଇଁ ରହିଛି । ଖୁବଶୀଘ୍ର ଅନ୍ୟ ଆଣ୍ଡ୍ରଏଡ୍ ୟୁଜରମାନେ ଏହାକୁ ଗୁଗଲ୍ ପ୍ଲେ ଷ୍ଟୋରରେ ଦେଖିବାକୁ ପାଇବେ । ଯାହା ପରେ ଆପଣ ଏହାକୁ ନିଜ ସ୍ମାର୍ଟଫୋନରେ ଡାଉନଲୋଡ୍ କରି ପାରିବେ । ଗୁଗଲ୍ ଏହାକୁ ଧିରେ ଧିରେ ରୋଲ ଆଉଟ କରୁଛି ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago