ଟାଇମ୍‌ ଟ୍ରାଭେଲ୍‌ କରାଇବ ଗୁଗଲ, ଦେଖିପାରିବେ ୨୦ ବର୍ଷ ପୁରୁଣା ସ୍ଥାନ

ନୂଆ ଟେକ୍ନୋଲୋଜି ଆସିବା ପରେ ଆମ ଚାରିପାଖରେ ଥିବା ସ୍ଥାନଗୁଡିକ ପରିବର୍ତ୍ତନ ହେଉଛି । ଆଜିଠାରୁ ୨୦ କିମ୍ବା ୩୦ ବର୍ଷ ପଛକୁ ଫେରିବା ସମ୍ଭବ ନୁହେଁ, କିନ୍ତୁ ଗୁଗଲ ଆପଣଙ୍କୁ ପୁରୁଣା ସମୟର ଦୃଶ୍ୟ ଦେଖାଇବାରେ ସାହାଯ୍ୟ କରିବ । ଗୁଗଲ୍ ଏବେ ଗୁଗୁଲ୍ ମ୍ୟାପ୍ ଏବଂ ଗୁଗଲ୍ ଆର୍ଥ ପାଇଁ ଏକ ଫିଚର ଆଣିଛି , ଯାହା ଏହାର ପୁରୁଣା ଅବସ୍ଥାର ନିର୍ଦ୍ଦିଷ୍ଟ ସ୍ଥାନକୁ ଦେଖାଇବ । ଏହାର ଅର୍ଥ ହେଉଛି ବର୍ତ୍ତମାନ ଆପଣ ନିଜ ସ୍ମାର୍ଟଫୋନ୍ କିମ୍ବା କମ୍ପ୍ୟୁଟରରେ ସହଜରେ ୨୦ କିମ୍ବା ୩୦ ବର୍ଷ ପୂର୍ବର ଏକ ନିର୍ଦ୍ଦିଷ୍ଟ ସ୍ଥାନ କିପରି ଦେଖାଯାଉଥିଲା ଦେଖିପାରିବେ ।

ଗୁଗଲ ଏହାର ମ୍ୟାପ୍‌ ସର୍ଭିସରେ ଟାଇମ୍ ମେସିନ୍ ପରି ଏକ ଫିଚର ଯୋଡିଛି । ଏହା ସାହାଯ୍ୟରେ ଆପଣ ଟାଇମ ଟ୍ରାଭେଲ୍‌ କରିପାରିବେ ଏବଂ ସେହି ସ୍ଥାନଗୁଡିକର ପୁରୁଣା ଅବସ୍ଥାକୁ ଦେଖିପାରିବେ ଯାହାକୁ ଆପଣ ଦେଖିବାକୁ ଚାହୁଁଥିବେ । ଏହି ଫିଚର ବ୍ୟବହାର କରିବାକୁ ଚାହୁଁଥିଲେ ଆପଣ ଗୁଗଲ୍ ମ୍ୟାପ୍ କିମ୍ବା ଗୁଗଲ୍ ଆର୍ଥକୁ ଯିବେ ଏବଂ ଆପଣ ଦେଖିବାକୁ ଚାହୁଁଥିବା ସ୍ଥାନକୁ ସର୍ଚ୍ଚ କରିବେ । ଏହା ପରେ ଆପଣ ଲୟୋର୍ ଅପ୍ସନ୍ କୁ ଯାଇ ଟାଇମଲେପ ଅପ୍ସନକୁ ଅନ୍ କରିବେ । ଏହା ପରେ ଆପଣ ପୁରୁଣା ଦିନକୁ ଫେରି ସେହି ସ୍ଥାନ ଦେଖିପାରିବେ ।

ଗୁଗଲ୍ ଷ୍ଟ୍ରିଟ୍ ଭ୍ୟୁ ଫିଚରକୁ ମଧ୍ୟ ଅପଡେଟ କରିଛି । ବର୍ତ୍ତମାନ ଷ୍ଟ୍ରିଟ୍ ଭ୍ୟୁରେ କାର୍ ଏବଂ ଟ୍ରାକରରୁ ନିଆଯାଇଥିବା ୨୮୦ ବିଲିୟନରୁ ଅଧିକ ଫଟୋ ଦେଖି ହବେ । ଏହା ସାହାଯ୍ୟରେ ଆପଣ ଦୁନିଆର ବିଭିନ୍ନ ସ୍ଥାନ ଦେଖିପାରିବେ ଯେପରି ଆପଣ ବାସ୍ତବ ଜୀବନରେ ସେଠାକୁ ଯାଇଛନ୍ତି । ଏହା ବ୍ୟତୀତ ଏହି ଫିଚର ସାହାଯ୍ୟରେ ଆପଣ ସାରା ବିଶ୍ୱରେ ରାସ୍ତା ଏବଂ ଅଟ୍ଟାଳିକା ଦେଖିପାରିବେ ଯାହା ଆପଣଙ୍କ ନିକଟରେ ଥିବା ପରି ଦେଖାଯିବ । ଗୁଗଲ ପ୍ରାୟ ୮୦ ଟି ଦେଶରେ ଷ୍ଟ୍ରିଟ୍ ଭ୍ୟୁ ଫିଚର ଜାରି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like