ଇଂରାଜୀ ଭାଷାକୁ ନେଇ ଡରିଯାଉଛନ୍ତିକି, ବ୍ୟସ୍ତ ହୁଅନ୍ତୁନି ଏବେ ଗୁଗୁଲ ଆପଣଙ୍କୁ ଶିଖେଇଦେବ

ଚଳିତ ସପ୍ତାହର ଆରମ୍ଭରେ ବିଶ୍ୱର ପ୍ରସିଦ୍ଧ କମ୍ପାନୀ “ଗୁଗୁଲ” ଏକ ପିକ୍ସଲ ଇଭେଣ୍ଟ ଆରମ୍ଭ କରିବା ନେଇ ସୂଚନା ଦେଇଛି ।  ଯାହା ଦ୍ୱାରା ପିକ୍ସଲ ୬ ସିରିଜର ସ୍ମାର୍ଟଫୋନ ଲଂଚ କରିଥିଲା କମ୍ପାନୀ ।  କିନ୍ତୁ ପରେ କମ୍ପାନୀ ନିଜ Gmail ଓ Google Docs ପ୍ଲାଟ୍ଫର୍ମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ ଜାରି କରିଛି ।  କିନ୍ତୁ ଏନେଇ ଏଯାବତ କୌଣସି ପ୍ରକାର ଅପଡେଟ ରୋଲ ଆଉଟ କରାଯାଇ ନାହିଁ ।  ଲାଟେଷ୍ଟ ଅପଡେଟ ପାଇବା ପାଇଁ ଲାଟେଷ୍ଟ ଗୁଗୁଲ ସର୍ଭିସ ଖୋଜା ଜାରିରହିଛି ।  ନିକଟରେ ଗୁଗୁଲ ଏକ ନୂଆ ତରିକାର ଘୋଷଣା କରିଛି ଯାହାକୁ ବ୍ୟବହାର କରି Google Search ନିଜ ୟୁଜର୍ସ ମାନଙ୍କୁ ଭଲ ଇଂରାଜୀ ଶିଖିବାରେ ସାହାଯ୍ୟ କରିପାରିବ ।  ଯେଉଁ ମାନେ ଭାଷାକୁ ଭଲ ଭାବରେ ଜାଣିନଥିବେ ସେମାନଙ୍କୁ ଶବ୍ଦ ଶିଖିବାରେ ଏହା ସାହାଯ୍ୟ କରିବ ।  ଏହାବାଦ ଏହାଦ୍ୱାରା ସେମାନଙ୍କ ଭାଷା ଜ୍ଞାନରେ ବି ଅନେକ ସୁଧାର ଆସିପାରିବ ।

ସାଧାରଣ ଭାଷାରେ କହିବାକୁ ଗଲେ, ଗୁଗୁଲର ଏହି ନୁଆ ବ୍ୟବସ୍ଥ ୟୁଜର୍ସ ମାନଙ୍କୁ ନୋଟିଫିକେସନ ମାଧ୍ୟମରେ ପ୍ରତିଦିନ କିଛି କିଛି ନୂଆ ନୂଆ ଇଂରାଜୀ ଶବ୍ଦ ଶିଖିବାରେ ସାହାଯ୍ୟ କରିବ ।  ଏନେଇ ୟୁଜରଙ୍କ ପାଖକୁ ନୋଟିଫିକେସନ ବି ଆସିବ ।  ଏକ ନୂଆ ଶବ୍ଦ ସମେତ ଏହାର ଅର୍ଥ ଶିଖିବା କିଛିଟା ବିରକ୍ତିକର ହୋଇଥାଇପାରେ ।  ଏମିତି ବି ହୋଇପାରେ କିଛି ଦିନ ପରେ ୟୁଜର ମାନେ ଏହାକୁ ଭୁଲି ଯାଇପାରନ୍ତି ।  ତେଣୁ କରି ୟୁଜର ମାନଙ୍କୁ କୌଣସି ଇଂରାଜୀ ଶବ୍ଦକୁ ଆଉ ଟିକିଏ ଭଲ ଢଙ୍ଗରେ ଶିଖିବାରେ ଆଉ ସେଗୁଡିକୁ ମନେ ରଖିବାରେ ଏହା ସାହାଯ୍ୟ କରିବ । ଖାଲି ସେତିକି ନୁହେଁ ବିଶ୍ୱରେ ଘଟୁଥିବା ବିଭିନ୍ନ ଘଟଣା ବାବଦରେ ବି ଏହା ଜଣେଇବ ।

ଗୁଗୁଲ ସର୍ଚ୍ଚର ସବସ୍କ୍ରିପସନ ନେବା ବି ବାସ୍ତବରେ ଖୁବ ସହଜ ।  କୌଣସି ୟୁଜରଙ୍କୁ ସାଇନ ଅପ କରିବା ପାଇଁ ଗୁଗୁଲ ସର୍ଚ୍ଚରେ କୌଣସି ବି ଇଂରାଜୀ ଶବ୍ଦର ପରିଭାଷା ଦେଖିପାରିବେ ।  ଏହା ପରେ ଉପର ପଟର ଡାହାଣ ପଟ ବେଲ ଆଇକନ ଉପରେ କ୍ଲିକ କରିବେ ।  ଗୁଗୁଲ ପକ୍ଷରୁ ଏହା ବି କୁହାଯାଇଛିକି ଇଂରାଜୀ ଶିଖିବା ଓ ଫ୍ଲୁଏଣ୍ଟଲି ଇଂରାଜୀ ଶିଖିବାକୁ ଚାହୁଁଥିବା ଦୁହିଁଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।  ନୂଆ ଶବ୍ଦ ମାନଙ୍କର ଅର୍ଥକୁ ବୁଝିବା ଠାରୁ ଆରମ୍ଭ କରି ଏବାବଦରେ ଅନଲକ କରିବା ପାଇଁ ବି ଏହା ସାହାଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.