ମଣିଷ ଭଳି କଥା ହେବ Googleର ନୂଆ chatbot ‘Meena’

ସ୍ମାର୍ଟଫୋନ୍‌ ୟୁଜରମାନେ ଆମାଜନ୍‌ ଅଲେକ୍ସା, ଗୁଗଲ ଆସିଷ୍ଟାଣ୍ଟ ଏବଂ ଆପଲ୍‌ ସିରି ଭଳି ଭଏସ୍‌ ଆସିଷ୍ଟାଣ୍ଟ ବ୍ୟବହାର କରି ପାଣିପାଗର ସୂଚନା, ଗୀତ ଓ ଖବର ଶୁଣିବା ସହ ଅନ୍ୟାନ୍ୟ ବିଷୟରେ ଜାଣିଥାଆନ୍ତି। କିନ୍ତୁ ଏଥିରେ କଥାବାର୍ତ୍ତା କରିବାରେ ଅଧିକ ମଜା ଆସି ନ ଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଗଲ ନିଜର ନୂଆ chatbot (ଟକିଂ ଆସିଷ୍ଟାଣ୍ଟ) ନେଇ ଆସୁଛି, ଯାହାର ନାଁ ରଖାଯାଇଛି ‘Meena’। ଏଥିରେ ଆପଣ ମନଭରି କଥାବାର୍ତ୍ତା ହୋଇପାରିବେ।

g44

୪୦ ବିଲିୟନ୍‌ ଶବ୍ଦ ଜାଣିଛି ‘Meena’ ଆସିଷ୍ଟାଣ୍ଟ

ଟେକ୍ନୋଲୋଜି ନ୍ୟୁଜ୍‌ େଓ୍ଵବ୍‌ସାଇଟ୍‌ ‘Venture Beat’ର ରିପୋର୍ଟ ମୁତାବକ, ‘Meena’କୁ ଢେର୍‌ ସାରା ସୋସିଆଲ ମିଡିଆ ଚାଟ୍‌ ଆଧାରରେ ପ୍ରସ୍ତୁତ କରାଯାଇଛି। ଏଥିରେ ଯେକୌଣସି ବିଷୟରେ କଥାବାର୍ତ୍ତା କରାଯାଇପାରିବ। Meena ଆପଣଙ୍କୁ ଜୋକ୍‌ ବି ଶୁଣାଇ ପାରିବ।

g66

ରିପୋର୍ଟରେ କୁହାଯାଇଛି, ‘Meena’କୁ ୪୦ ବିଲିୟନ୍‌ ଶବ୍ଦ ଶିଖାଯାଇଛି। କିନ୍ତୁ ୟୁଜରମାନେ କେବେଠାରୁ ଏହାକୁ ବ୍ୟବହାର କରିପାରିବେ, ସେ ବିଷୟରେ ଗୁଗଲ କୌଣସି ସୂଚନା ଦେଇନାହିଁ।

Leave A Reply

Your email address will not be published.