‘ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ ଚାଲେଞ୍ଜ’ର ଚାହିଦା ବୃଦ୍ଧିକୁ ନେଇ ବଢିଲା ଆବେଦନ ତାରିଖ

କେନ୍ଯୁଜ୍: ସରକାର ‘ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ ଚାଲେଞ୍ଜ’ର ଆବେଦନ ଉତ୍ସାହଜନକ ହେବାରୁ ଏହାର ସମୟସୀମା ୨୬ ଜୁଲାଇକୁ ବୃଦ୍ଧି କରିଛନ୍ତି। ଦେଶରେ ଏହାର ଚାହିଦା ବଢିବାରୁ ଏହାର ସମୟ ସୀମା ବୃଦ୍ଧି କରାଯିବା ନେଇ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ସୂଚନା ଦେଇଛନ୍ତି।

app1ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ମୋଦି ବିଦେଶୀ ଆପ୍ ଉପରେ ନିର୍ଭରତା କମ କରିବା ପାଇଁ ଗତ ୪ ଜୁଲାଇରେ ଏହି ପ୍ରତିଯୋଗୀତା ଆରମ୍ଭ କରିଥିଲେ। ଏନେଇ ବର୍ତ୍ତମାନ ଭାରତୀୟ ୟୁନିଟିରୁ ବିଭିନ୍ନ ବିଭାଗରେ ୨,୩୫୩ ଆବେଦନ ଆସିଛି। ମନ୍ତ୍ରାଳୟ ପକ୍ଷରୁ ଅନ୍ଯ ଏକ ବୟାନ ଅନୁଯାୟୀ ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ୍ ଚ୍ଯାଲେଞ୍ଜ ପାଇଁ ଭଲ ପ୍ରତିକ୍ରିୟା ଥିବାର ଲକ୍ଷ୍ଯ କରିବା ପରେ ସରକାର ଏଥିରେ ଭାଗ ନେବା ପାଇଁ ଆବେଦନ ଜମା କରିବାର ଶେଷ ତାରିଖ ବୃଦ୍ଧି କରି ୨୬ ଜୁଲାଇ ୨୦୨୦ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.