ଏବେ କେବଳ ମାତ୍ର ଗୋଟିଏ ପୋର୍ଟାଲରୁ ଉଠାଇପାରିବେ ସମସ୍ତ ସରକାରୀ ଯୋଜନାର ଲାଭ, ଜାଣନ୍ତୁ କେମିତି ?

ସରକାରଙ୍କ ଦ୍ୱାରା ଅନେକ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଯାହାର ଲାଭ ଉଠାଇବା ପାଇଁ ଏବେ ଆଉ ଆପଣଙ୍କୁ ଅଫିସର ଚକ୍କର ଲଗାଇବାର ଆବଶ୍ୟକତା ପଡିବନି। ଘରେ ବସି ସହଜରେ ଅନଲାଇନ ପ୍ରକ୍ରିୟାରେ ଯୋଜନାର ଲାଭ ଉଠାଇପାରିବେ। ଏହି ଅନେକ ସ୍କିମ ବା ଯୋଜନାର ଅଲଗା ଅଲଗା େଓ୍ଵବସାଇଟ୍ସ ରହିଛି। କିନ୍ତୁ ଏବେ ଏକ ଏମିତି ପୋର୍ଟାଲ ଆରମ୍ଭ କରାଯାଉଛି,ଯାହା ଜରିଆରେ ଗୋଟିଏ ଜାଗାରେ ହିଁ ଆପଣ ସରକାରଙ୍କର ୧୫ଟି ଯୋଜନାର ଲାଭ ଏକାସାଥିରେ ଉଠାଇପାରିବେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜନସାଧାରଣଙ୍କ ଜୀବନକୁ ସହଜ ବନାଇବା ପାଇଁ ସରକାର ‘କମନ୍‌ ପୋର୍ଟାଲ’ (Common Portal) ଆଣିବାକୁ ଯୋଜନା କରୁଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଗୋଟିଏ ପ୍ଲାଟଫମରେ ବିଭିନ୍ନ ଯୋଜନାକୁ ଏକାସାଥିରେ ଆଣିବା। ଏହି ପୋର୍ଟାଲର ପାଇଲଟ ପରୀକ୍ଷଣ କରାଯାଉଛି। ସୂଚନା ଅନୁଯାୟୀ ‘ନ୍ୟୁନତମ ସରକାର, ଅଧିକତମ ଶାସନ’ ଦୃଷ୍ଟିକୋଣ ଅନୁଯାୟୀ ମୋଦି ସରକାର ବିଭିନ୍ନ ଯୋଜନାର ଲାଭ ଉଠାଇବା ପ୍ରସ୍ତୁତିରେ ଲାଗିଛନ୍ତି। କମନ ପୋର୍ଟାଲରେ ପିଏମ ଆବାସ, ଉଜ୍ୱଳା ଯୋଜନା ସମେତ ୧୫ ଋଣ ଆଧାରିତ ସରକାରୀ ଯୋଜନାକୁ ଏକାସାଥିରେ ସାମିଲ କରାଯିବ।

ଏମିତି ବି କୁହାଯାଉଛି ଯେ ଏହି ପୋର୍ଟାଲରେ ଯୋଜନାକୁ ଧିରେ ଧିରେ ରୋଲଆଉଟ କରାଯିବ। ଏହା ପଛର କାରଣ ହେଉଛି ଅନେକ ଏଜେନ୍ସୀଙ୍କର କିଛି କେନ୍ଦ୍ର ପ୍ରାୟୋଜିତ ଯୋଜନାରେ ପାର୍ଟନରସିପ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଋଣ ସହ ସମ୍ବନ୍ଧୀତ ପୁଞ୍ଜିଗତ ସବସିଡି ଯୋଜନା ଭଳି ଯୋଜନା, ଯାହାର ସଞ୍ଚାଳନ ଅଲଗା ଅଲଗା ମନ୍ତ୍ରାଳୟ ଦ୍ୱାରା କରାଯାଉଛି। କେବଳ ଏହାକୁ ଦେଖି ସରକାର ଗୋଟିଏ ହିଁ ପୋର୍ଟାଲରେ ଅଲଗା ଅଲଗା ଯୋଜନାକୁ ଏକାସାଥିରେ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏମିତିରେ ଲାଭାର୍ଥିଙ୍କୁ ଆଉ ଯୋଜନା ପାଇଁ ଚିନ୍ତା କରିବାକୁ ପଡିବନି।

ଏହି କମନ ପୋର୍ଟାଲ ବା ବୁଝାମଣା ପୋର୍ଟାଲର ପାଇଲଟ୍‌ ପରୀକ୍ଷଣ ଆରମ୍ଭ କରିଦିଆଯାଇଛି। ତେବେ ଏହାକୁ ଆରମ୍ଭ କରିବା ପୂର୍ବରୁ ସରକାର ସବୁ ଆଡକୁ ଦୃଷ୍ଟି ପକାଇ ଯାଞ୍ଚ କରୁଛନ୍ତି ଯେମିତି ଯଦି କୌଣସି ଥିବ ତାକୁ ଦୂର କରିହେବ। ଏହାପରେ ଏହି ପୋର୍ଟାଲକୁ ଲଞ୍ଚ୍‌ କରାଯିବ। ଏହି ପୋର୍ଟାଲର ପରୀକ୍ଷଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଅନ୍ୟ ଋଣଦାତାଙ୍କ ଦ୍ୱାରା କରାଯାଉଛି। ଏମିତି କୁହାଯାଉଛି ଯେ ଏହି ମଞ୍ଚରେ ରାଜ୍ୟ ସରକାର ଏବଂ ଅନ୍ୟ ସଂସ୍ଥା ଗୁଡିକ ନିଜର ଯୋଜନାକୁ ମଧ୍ୟ ସାମିଲ କରିପାରିବେ।

You might also like