୨୦୨୨ର ପ୍ରଥମ ଡିଜିଟାଲ ଷ୍ଟ୍ରାଇକ୍, ବ୍ୟାନ୍ ହେଲା ୫୪ଟି ଚାଇନିଜ ଆପ୍

ଭାରତ ସରକାର ଆଉ ୫୪ଟି ଚାଇନିଜ ଆପ୍କୁ ବ୍ୟାନ କରିଛନ୍ତି। ତେବେ ବ୍ୟାନ୍ ହୋଇଥିବା ଆପ୍ ଗୁଡ଼ିକର ଅଫିସିଆଲ୍ ଲିଷ୍ଟ୍ ଜାରି ହୋଇନାହିଁ । କିନ୍ତୁ ବିଶେଷ ସୁତ୍ରରୁ ଏହି ଖବର ପ୍ରକାଶ ପାଇଛି । ୨୦୨୦ରେ ମୋଟ ୨୭୦ଟି ଚାଇନା ଆପ୍କୁ ବ୍ୟାନ୍ କରାଯାଇଥିଲା । ଆଉ ୨୦୨୨ରେ ଏହା ହେଉଛି ପ୍ରଥମ ଡିଜିଟାଲ୍ ଷ୍ଟ୍ରାଇକ୍ ।
ତେବେ ଏହି ଆପ୍ ଗୁଡ଼ିକ ମଧ୍ୟରେ ଲୋକପ୍ରିୟ ଗରୀନା ଫ୍ରି ଫାୟାର୍ ଗେମ୍ ବି ସାମିଲ ରହିଛି । କାହିଁକି ନା ପୂର୍ବରୁ ମଧ୍ୟ ଏହି ଆପ୍କୁ ଗୁଗଲ୍ ପ୍ଲେ ଷ୍ଟୋର୍ ରୁ ହଟାଇ ଦିଆଯାଇଥିଲା । ତେଣୁ ଏହି ଗେମ୍ ଏହି ୫୪ ତାଲିକାରେ ସାମିଲ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ୫୪ଟି ଆପ୍କୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୩୨୦ଟି ଆପ୍କୁ ବ୍ୟାନ୍ କରାଗଲାଣି ।
Sweet Selfie HD, Beauty Camera – Selfie Camera, Equalizer & Bass Booster, CamCard for SalesForce Ent, Isoland 2: Ashes of Time Lite, Viva Video Editor, Tencent Xriver, Onmyoji Chess, Onmyoji Arena, AppLock ଓ Dual Space Lite
Govt of India to ban 54 Chinese apps that pose a threat to India’s security: Sources
— ANI (@ANI) February 14, 2022
ସୂଚନାଯୋଗ୍ୟ, ଭାରତ ସରକାର ଦେଶରୁ ଟିକଟକ୍ ଓ ପବଜି ଭଳି ଲୋକପ୍ରିୟ ମୋବାଇଲ୍ ଗେମ୍ ଆପ୍ କୁ ବ୍ୟାନ୍ କରିଛନ୍ତି । ହେଲେ ପରବର୍ତ୍ତୀ ସମୟରେ ପବଜି ଭାରତକୁ ପୁଣି ଫେରିଥିଲା । ୧୨ ଫେବୃଆରୀରୁ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରୁ ଗରୀନା ଫ୍ରି ଫାୟାର ଗେମ୍କୁ ହଟାଇ ଦିଆଯାଇଥିଲା। ତେବେ ଏହି ଗେମ୍ ମଧ୍ୟ ଏହି ଲିଷ୍ଟରେ ସାମିଲ ଥାଇପାରେ ବୋଲି ଆକଳନ କରାଯାଉଛି।