Categories: ଟେକ୍

ହ୍ଵାଟସ୍‌ଆପ ଏବଂ ଟେଲିଗ୍ରାମ୍‌ ଭଳି ଭାରତ ସରକାର ଆଣୁଛନ୍ତି GIMs ଆପ୍‌, ଜାଣନ୍ତୁ କେଉଁ ଫୋନ୍‌ରେ କରିପାରିବେ ବ୍ୟବହାର

ଭାରତ ସରକାର ଖୁବ୍‌ଶୀଘ୍ର ହ୍ଵାଟସ୍‌ଆପ ଏବଂ ଟେଲିଗ୍ରାମ୍‌ ଭଳି ଏକ ମଲ୍ଟିମିଡିଆ ମେସେଜିଙ୍ଗ୍‌ ଆପ୍‌ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଏବେ ଏହାର ଟେଷ୍ଟିଂ ଚାଲିଛି। ଏହି ଆପ୍‌ର କୋଡ୍‌ ନାଁ ହେଉଛି GIMs ଅର୍ଥାତ୍‌ ଗଭର୍ନମେଣ୍ଟ ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ୍‌ ସିଷ୍ଟମ୍‌। ସବୁଠାରୁ ବଡ଼ କଥା ହେଲା, ଏହି ଟେଷ୍ଟିଂ ବର୍ତ୍ତମାନ ଓଡ଼ିଶାରେ ଚାଲିଛି ଏବଂ ଟ୍ରାଏଲ୍‌ ବେସିସ୍‌ରେ GIMs ବ୍ୟବହାର ପ୍ରଥମେ ଭାରତୀୟ ନୌସେନା କରିବ।

ମିଡିଆ ରିପୋର୍ଟ ମୁତାବକ, GIMs ଆପ୍‌କୁ ନ୍ୟାଶନାଲ୍‌ ଇନ୍‌ଫରମେଶନ ସେଣ୍ଟର, କେରଳ ୟୁନିଟ୍‌ ପ୍ରସ୍ତୁତ କରିଛି। ଏହି ଆପ୍‌କୁ ସରକାରୀ କର୍ମଚାରୀ ଏବଂ ସରକାରୀ ସଂସ୍ଥାଗୁଡ଼ିକ ଅଫିସିଆଲ୍‌ କମ୍ୟୁନିକେଶନ ପାଇଁ ବ୍ୟବହାର କରିବେ। ଚଳିତବର୍ଷ ସେପ୍ଟେମ୍ବର ପ୍ରାରମ୍ଭରେ GIMs ଆଇଓଏସ୍‌ ଭର୍ସନ ଜାରି କରାଯାଇଥିଲା, ଯାହାକି ଆଇଓଏସ୍‌ ୧୧ ଏବଂ ଏହାର ଉପର ଭର୍ସନ ପାଇଁ ଉପଲବ୍ଧ ଥିଲା। ଏବେ ଆଣ୍ଡ୍ରୋଏଡ୍‌ ଭର୍ସନ ଉପରେ କାମ ଚାଲିଛି।

ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ନିଜ ବିଭାଗର ପାଇଲଟ୍‌ ପ୍ରୋଜେକ୍ଟ ଅଧୀନରେ ଏହି ଆପ୍‌ର ଟେଷ୍ଟିଂ କରୁଛି। ସମସ୍ତ କର୍ମଚାରୀଙ୍କୁ ଆପ୍‌କୁ ଫୋନ୍‌ରେ ଇନ୍‌ଷ୍ଟଲ୍‌ କରିବା ପାଇଁ କୁହାଯାଇଛି।

ହ୍ଵାଟ୍‌ସଆପ ଏବଂ ଫେସ୍‌ବୁକ୍‌ ଭଳି ବିଦେଶୀ ଆପ୍‌ ସହ ବଢ଼ୁଥିବା ସିକ୍ୟୁରିଟି କାରଣକୁ ନେଇ ଏହି ଆପ୍‌କୁ ଲଞ୍ଚ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। GIMs ଆପ୍‌ ମଧ୍ୟ ଏଣ୍ଡ୍‌-ଟୁ-ଏଣ୍ଡ୍‌ ଇନ୍‌କ୍ରିପ୍‌ଟେଡ୍‌ ହେବ। ଏହି ଆପ୍‌ରେ କେବଳ ପର୍ସନାଲ୍‌ ଚାଟିଂ କରାଯାଇପାରିବ।

Roshni

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

6 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

22 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

35 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

44 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

47 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago