ଓଟିଟି ପ୍ଲାଟଫର୍ମ ଏବଂ ଟିଆରପି ପାଇଁ ଖବୁଶୀଘ୍ର ଆସିବ ନୂଆ ଗାଇଡଲାଇନ୍, ଜାଣନ୍ତୁ କ’ଣ ରହିବ ନିୟମ

କେନ୍ଦ୍ର ସରକାର ଓଟିଟି ପ୍ଲାଟଫର୍ମରେ ୱେବ ସିରିଜରେ ବଢୁଥିବା ଅଶ୍ଳୀଳତାକୁ ନେଇ ନୂଆ ଗାଇଡଲାଇନ ଜାରି କରିପାରନ୍ତି। ଏହାସହିତ ସରକାର ଟିଆରପି ହେରଫେରକୁ ନେଇ ନୂଆ ନିୟମ ମଧ୍ୟ ଲାଗୁ କରିବାକୁ ଯାଉଛନ୍ତି। ଏନେଇ ଲୋକସଭାର ଏକ ପ୍ରଶ୍ନରେ ଉତ୍ତର ରଖିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଦେକର ।

ରିପୋର୍ଟ ଅନୁଯାୟୀ, ପ୍ରକାଶ ଜାଭଦେକର କହିଛନ୍ତି ଯେ, ଇଣ୍ଟରନେଟ୍ ଓ ମୋବାଇଲ ଆସୋସିଏସନ ଅଫ୍ ଇଣ୍ଡିଆ ବା ଆଇଏଏମଏଆଇ ଓଟିଟି ଡିଜିଟାଲ କଣ୍ଟେଣ୍ଟ୍ ପାଇଁ ନିୟମାବଳୀ ଆଣିବେ । କେଉଁ କଣ୍ଟେଣ୍ଟ୍ ପ୍ରଦର୍ଶିତ ହେବ ଓ କଣ ପ୍ରଦର୍ଶିତ ହୋଇପାରିବ ନାହିଁ ତାହା ଉପରେ ଗାଇଡଲାଇନ୍ ରହିବ । ଏଥିପାଇଁ ଅନେକ ବିଶେଷଜ୍ଞଙ୍କ ସହ ଏଦିଗରେ ଆଲୋଚନା କରାଯାଉଛି । କେଉଁ ବିଷୟ ସ୍ଥାନ ପାଇବ କଣ ନୁହେଁ ତାହା ନିର୍ଦ୍ଧାରଣ ହେବ । ବିଏଏଆରସି ବା ୱାର୍କର କାଉନସିନ୍ ଏଦିଗରେ ଯତ୍ନଶୀଳ ରହିଛି । ଏବେସୁଦ୍ଧା ମୋଟ୍ ୧୧ଟି ଓଟିଟି ପ୍ଲାଟଫର୍ମ ବିରୋଧରେ ଏଫଆଇଆର ଦାଖଲ ହୋଇଛି । ଓଟିଟି କଣ୍ଟେଣ୍ଟକୁ ଅଡିଟ୍ କରାଯିବ ।

ott platform

ଏତତ୍ ବ୍ୟତୀତ ଓଟିଟି ପ୍ଲାଟଫର୍ମସରେ ଉପଲବ୍ଧ କିଛି ଓ୍ବେବ୍ ସିରିଜ୍ ବିରୋଧରେ ଅନେକ ଅଭିଯୋଗ ମିଳିଛି। ଓଟିଟିରେ ରିଲିଜ୍ ହେଉଥିବା ଫିଲ୍ମ, ସିରିଏଲ୍, ଡିଜିଟାଲ୍ ସମାଚାର ପତ୍ର, କେବୁଲ ଟେଲିଭିଜନ୍ ନେଟ୍ଓ୍ବର୍କ (ରେଗୁଲେସନ୍) ଆକ୍ଟ ବା ସେନ୍ସର ବୋର୍ଡ ଅଧିନରେ ଆସୁ ନାହିଁ। ଖୁବଶୀଘ୍ର ଏଥି ପାଇଁ ନିଦ୍ଦେଶ ଜାରି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏପରିକି ଟିଆରପି ଓ ଘରୋଇ ଚ୍ୟାନେଲ ପାଇଁ ମଧ୍ୟ ନୂଆ ଗାଇଡଲାଇନ ଆସିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.