Amazonରେ ଆରମ୍ଭ ହେଲା Great Summer Sale, ଘରୋଇ ଉପକରଣରେ ମିଳୁଛି ବମ୍ପର ଡ଼ିସକାଉଣ୍ଟ

Amazon ରେ ଆରମ୍ଭ ହୋଇଯାଇଛି ନୂଆ Great Summer Sale । ଗତକାଲି ମଧ୍ୟରାତ୍ରିରୁ ଏହି ସେଲ୍ ଆରମ୍ଭ ହୋଇଛି । ଯେଉଁଥିରେ AC, ଫ୍ରିଜ୍, ଟିଭି, କୁଲର ସମେତ ଅନେକ ଇଲେକ୍ଟ୍ରୋନିକ୍ ଜିନିଷ ଉପରେ ବମ୍ପର ଡ଼ିସକାଉଣ୍ଟ ଦିଆଯାଉଛି । ଏହି ସେଲରେ ଆପଣ ସମସ୍ତ ଘରୋଇ ଉପକରଣ ଯେପରିକି ଏସି, ଟିଭି, ଫ୍ରିଜ୍ ଇତ୍ୟାଦି ୭୫% ପର୍ଯ୍ୟନ୍ତ ଡ଼ିସକାଉଣ୍ଟରେ କିଣିପାରିବେ ।

ଏହି ସେଲରେ ଆପଣ Haier, Lloyd, Samsung ଭଳି ବ୍ରାଣ୍ଡର ଏସି ଏବଂ ରେଫ୍ରିଜରେଟର ଶସ୍ତା ମୂଲ୍ୟରେ ଘରକୁ ଆଣିପାରିବେ । ସେହି ସମୟରେ, Samsung, LG, Panasonicର ସ୍ମାର୍ଟ ଟିଭି ଉପରେ ଭାରି ଅଫର ମିଳୁଛି । ଏହା ବ୍ୟତୀତ ଏହି ସେଲ୍ ସମୟରେ କୁଲର୍ ଏବଂ ୱାସିଂ ମେସିନ୍ ମଧ୍ୟ ଶସ୍ତାରେ କିଣାଯାଇପାରିବ ।

ଏସି ଉପରେ ବମ୍ପର ଡ଼ିସକାଉଣ୍ଟ:

-Amazon ସେଲରେ, ଆପଣ ୫୦% ପର୍ଯ୍ୟନ୍ତ ରିହାତି ସହିତ ଅନେକ ବ୍ରାଣ୍ଡର Split AC କିଣିପାରିବେ । ଆପଣ Voltas ୧.୫ ଟନ୍ 3 ଷ୍ଟାର Split AC ୩୩,୯୯୦ ଟଙ୍କାରେ ଘରକୁ ଆଣିପାରିବେ । ଏହି AC ର ମୂଲ୍ୟ ୬୭,୯୯୦ ଟଙ୍କା ଏବଂ ଏହା ପ୍ରାୟ ଅଧା ମୂଲ୍ୟରେ ଉପଲବ୍ଧ ।

-ଲଏଡ୍ ବ୍ରାଣ୍ଡର 3 ଷ୍ଟାର ରେଟିଂ ସ୍ପ୍ଲିଟ୍ ଏସି ମାତ୍ର ୩୪,୯୯୦ ଟଙ୍କାରେ ଉପଲବ୍ଧ । ଏହି AC କିଣିବା ଉପରେ ପ୍ରାୟ ୨୪,୫୦୦ ଟଙ୍କାର ରିହାତି ମଧ୍ୟ ମିଳିବ । ଏହାର ମୂଲ୍ୟ ୫୮,୯୯୦ ଟଙ୍କା ।

-ହାୟର ବ୍ରାଣ୍ଡ ଏସି କିଣିବା ଉପରେ ୫୦% ପର୍ଯ୍ୟନ୍ତ ଡିସକାଉଣ୍ଟ ମଧ୍ୟ ଉପଲବ୍ଧ । ଆପଣ ଏହି ଏସିକୁ ୩୪,୯୯୦ ଟଙ୍କାରେ ଘରକୁ ଆଣିପାରିବେ । ଏହାର ମୂଲ୍ୟ ୬୯,୯୯୦ ଟଙ୍କା ।

୬୦% ପର୍ଯ୍ୟନ୍ତ ଡ଼ିସକାଉଣ୍ଟରେ ରେଫ୍ରିଜରେଟର:

-ଆପଣ Mideaର ୧୯୦ ଲିଟର 3 ଷ୍ଟାର ରେଟିଂ ସିଙ୍ଗଲ୍ ଡୋର୍ ରେଫ୍ରିଜରେଟରକୁ ୧୪,୪୯୦ ଟଙ୍କାରେ କିଣିପାରିବେ । ଏହି ଫ୍ରିଜ୍ କିଣିବା ଉପରେ ଆପଣ ୨୬% ପର୍ଯ୍ୟନ୍ତ ରିହାତି ପାଇବେ । ଏହାର ମୂଲ୍ୟ ୨୧,୯୯୦ ଟଙ୍କା ।

-ହାୟର କମ୍ପାନୀର ୨୪୦ ଲିଟର ଡବଲ ଡୋର ରେଫ୍ରିଜରେଟର ମାତ୍ର ୨୧,୯୯୦ ଟଙ୍କାରେ ଉପଲବ୍ଧ ।

-ଏହା ବ୍ୟତୀତ ଏହି ସେଲରେ ସାମସଙ୍ଗର ୪୧୯ ଲିଟର ଡବଲ ଡୋର ଫ୍ରିଜ ଉପରେ ୨୦,୦୦୦ ଟଙ୍କାର ରିହାତି ଦିଆଯାଉଛି । ଆପଣ ଏହି ଫ୍ରିଜ୍ କୁ ୫୧,୯୯୦ ଟଙ୍କାରେ ଘରକୁ ଆଣିପାରିବେ ।

-ମଧ୍ୟରାତ୍ରିରୁ ଆରମ୍ଭ ହେଉଥିବା ଆମାଜନ ଗ୍ରେଟ୍ ସମର ସେଲରେ ଏସି ଏବଂ ଫ୍ରିଜ୍ ବ୍ୟତୀତ ୱାଶିଂ ମେସିନ୍, କୁଲର, ଚିମନି, ସ୍ମାର୍ଟ ଟିଭି ଇତ୍ୟାଦି ଅନେକ ଘରୋଇ ଉପକରଣ ଶସ୍ତାରେ କିଣାଯାଇପାରିବ ।

Also read: ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି Samsungର ଟ୍ରାଇ-ଫୋଲ୍ଡ ଫୋନ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ