ଫୋନରେ ଗରିଲା ଭାଇରସର ଆକ୍ରମଣ; ଜାଣନ୍ତୁ ଆଣ୍ଡ୍ରଏଡ ଡିଭାଇସରେ କେଉଁ ପ୍ରକାର ସମସ୍ୟା ସୃଷ୍ଟି ହୁଏ

୮.୯ ମିଲିୟନ ଆଣ୍ଡ୍ରୋଏଡ ଡିଭାଇସ ଗରିଲା ଭାଇରସ ଦ୍ୱାରା ସଂକ୍ରମିତ । ସୁରକ୍ଷା ସଂସ୍ଥା ଲଗାତାର ଭାବେ ଏହା ଉପରେ ନଜର ରଖିଛି । ତେବେ ଗୁଗୁଲ ପ୍ଲେଷ୍ଟୋରରେ ଥିବା ୧୫ଟି ଆପରେ ଏହି ଗରିଲା ଭାଇରସ ଥିବା ଜଣା ପଡ଼ିଛି ।

(କେନ୍ୟୁଜ ବ୍ୟୁରୋ): ଟେକ୍ନୋଲୋଜି ଲଗାତାର ଭାବେ ଉନ୍ନତି କରୁଛି । ବର୍ତ୍ତମାନ ସମୟରେ ଘରେ ଘରେ ସ୍ମାର୍ଟ ଡିଭାଇସ ବ୍ୟବହାର ହେଉଛି । ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଲୋକେ ଲାଭ ପାଉଥିଲେ ମଧ୍ୟ ଏହାର ଅନେକ କ୍ଷତି ରହିଛି । ନିକଟରେ ଆସିଥିବା ଏକ ରିପୋର୍ଟ ଅନୁସାରେ ଆଣ୍ଡ୍ରଏଡ ଡିଭାଇସ ସୁରକ୍ଷାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି । ବିଶେଷ ଭାବେ ଗରିଲା ଭାଇରସ ଦ୍ୱାରା ମୋବାଇଲ ଖରାପ ହେବାର ସମ୍ଭାବନା ରହିଛି ।  ଜାଣି ରଖନ୍ତୁ ଏହି ଭାଇରସରୁ କେଉଁ ପ୍ରକାର ସମସ୍ୟା ସୃଷ୍ଟି ହେଉଛି ।

ସାଇବର ସୁରକ୍ଷା ସଂସ୍ଥା ଟ୍ରେଣ୍ଡ ମାଇକ୍ରୋ ତରଫରୁ ଏକ ରିପୋର୍ଟ ଆସିଛି । ଏହି ସଂସ୍ଥାର ଅନୁସନ୍ଧାନ ଅନୁସାରେ ୫୦ ଟି ଭିନ୍ନ ଭିନ୍ନ ଡିଭାଇସର ଯାଞ୍ଚ କରାଯାଇଥିଲା । ଏହାର ଫଳାଫଳ ବହୁତ ହିଁ ଖରାପ ଆସିଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ୮.୯ ମିଲିୟନ ଆଣ୍ଡ୍ରୋଏଡ ଡିଭାଇସ ଭୟଙ୍କର ଭାଇରସ ଦ୍ୱାରା ସଂକ୍ରମିତ ହୋଇଛି । ଏହାକୁ ଗରିଲା ଭାଇରସ ଭାବେ ଚିହ୍ନିତ କରାଯାଇଛି । ସୁରକ୍ଷା ସଂସ୍ଥା ଲଗାତାର ଭାବେ ଏହା ଉପରେ ନଜର ରଖିଛି । ତେବେ ଗୁଗୁଲ ପ୍ଲେଷ୍ଟୋରରେ ଥିବା ୧୫ଟି ଆପରେ ଏହି ଗରିଲା ଭାଇରସ ଥିବା ଜଣା ପଡ଼ିଛି ।

ଗରିଲା ଭାଇରସ ଅତି ସହଜ ଭାବେ ନିଜ କାମ କରିଥାଏ । ଏହା ଆପଣଙ୍କ ଫୋନରେ ଏକ ‘ଅପଡେଟ ନୋଟିଫିକେସନ’ ଭାବେ ଆସି ନିଜର ବ୍ୟାକଡୋର ଖୋଲିଥାଏ । ଏହା ହାନିକାରକ ସଫ୍ଟେଓ୍ଵରକୁ ଆପଣଙ୍କ ଫୋନରେ ଡାଉନଲୋଡ କରିବା ପାଇଁ ଅନୁମତି ଦେଇଥାଏ । ଏହି ସଫ୍ଟେଓ୍ଵରକୁ ଅପଡେଟ କରିବା ପାଇଁ ଗରିଲା ଭାଇରସ ପ୍ରସ୍ତୁତ ହୋଇଥାଏ । ଗରିଲା ଭାଇରସରେ ସଂକ୍ରମିତ ଫୋନ ସାଧାରଣତଃ କମ ବ୍ୟାଟେରୀ ଯୁକ୍ତ ହୋଇଥାଏ । ଏହି ଭାଇରସ ପାଇଁ ମୋବାଇଲ ବ୍ୟବହାରକାରୀଙ୍କୁ ଅପ୍ରାସଙ୍ଗିକ ବିଜ୍ଞାପନ ଆସିଥାଏ । ଏହି ଆପଟି ଆମେରିକା, ମେକ୍ସିକୋ, ଇଣ୍ଡୋନେସିଆ, ଥାଇଲାଣ୍ଡ ଏବଂ ଋଷରେ ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.