ଷ୍ଟ୍ରଙ୍ଗ ପାସଓ୍ଵାର୍ଡ କ୍ରିଏଟ କରିବା ପାଇଁ ନିଶ୍ଚିତ ଫଲୋ କରନ୍ତୁ ଏହି ଟିପ୍ସ, କେବେ ବି କେହି କରିପାରିବେନି ହ୍ୟାକ୍

ଆଜିକାଲି ଲୋକେ ସ୍ମାର୍ଟଫୋନରେ ଫେସବୁକ, ଟ୍ଵିଟର, ଜିମେଲ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ସମତେ ଅନେକ ପେମେଣ୍ଟ ଆପ୍ ମଧ୍ୟ ବ୍ୟବହାର କରୁଛେ। ଏହି ଆପ୍ସରେ ଆମର ଅନେକ ସମ୍ବେଦନଶୀଳ ଏବଂ ବ୍ୟକ୍ତିଗତ ବିବରଣୀ ରହିଥାଏ। ତେଣୁ ଏଗୁଡିକର ସୁରକ୍ଷା ପାଇଁ ପାସଓ୍ଵାର୍ଡ ଷ୍ଟ୍ରଙ୍ଗ ହେବା ବହୁତ ଜରୁରୀ ହୋଇଥାଏ। ତେବେ ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ବତାଇବକୁ, ଯାହାକୁ ଫଲୋ କରିବ ଆପଣ ଷ୍ଟ୍ରଙ୍ଗ ପାସଓ୍ଵାର୍ଡ କ୍ରିଏଟ କରିପାରିବେ, ଯାହା ଆପଣଙ୍କ ବିଭିନ୍ନ ଆକାଉଣ୍ଟକୁ ହ୍ୟାକ୍ରୁ ସୁରକ୍ଷିତ ରହିପାରିବେ।
– ନୂଆ ପାସଓ୍ଵାର୍ଡ କ୍ରିଏଟ କରିବା ସମୟରେ ପ୍ରଥମେ ଧ୍ୟାନରେ ରଖନ୍ତୁ କି, ଅନ୍ୟ ପାସଓ୍ଵାର୍ଡ ପରି ନହେବ। ଏମିତିରେ ଯଦି ଆପଣଙ୍କର ଗୋଟେ ଆକାଉଣ୍ଟରେ କିଛି ସମସ୍ୟା ଆସେ, ତେବେ ଅନ୍ୟଟି ମଧ୍ୟ ବିପଦରେ ପଡିପାରେ। ତେଣୁ ସବୁ ପ୍ଲାଟଫର୍ମରେ ଅଲଗା ପାସଓ୍ଵାର୍ଡ ରଖିବା ଉଚିତ।
– ନିଜ ନାମ କିମ୍ବା ପରିବାର କୌଣସି ବ୍ୟକ୍ତିଙ୍କ ନାମ ପାସଓ୍ଵାର୍ଡରେ କେବେ ବି ରଖନ୍ତୁ ନାହିଁ। ଏମିତି କରିବା ଦ୍ୱାରା ହ୍ୟାକସ ପାସଓ୍ଵାର୍ଡ ଗେସ୍ ଅନ୍ଦାଜା ଲଗାଇବାରେ ସହଜ ହେବ। ଏହାଛଡା ମୋବାଇଲ ନମ୍ବର ମଧ୍ୟ ପାସଓ୍ଵାର୍ଡ କେବେ ବି ରଖନ୍ତୁ ନାହିଁ।
– କେବେ ବି ପାସଓ୍ଵାର୍ଡ ବାର୍ଥଡେ, ଆନିଭରସାରି ତାରିଖକୁ କେବେ ବି ପାସଓ୍ଵାର୍ଡ ରଖନ୍ତୁ ନାହିଁ।
– ନିଜ ଆକାଉଣ୍ଟର ସୁରକ୍ଷା ପାଇଁ ପାସଓ୍ଵାର୍ଡ ନମ୍ବର, ଆଧାର ନମ୍ପର କିମ୍ବା ପ୍ୟାନକାର୍ଡ ନମ୍ବର କେବେ ବି ଦିଅନ୍ତୁ ନାହିଁ। ଯଦି ଏହାର ଫଟୋକପି କାହା ପାଖେ ଥିବ, ତେବେ ଆପଣଙ୍କ ପାଇଁ ଅସୁବିଧା ହୋଇପାରେ।
– ଲୋକ ଆଜିକାଲି ଅଧିକ ପାସଓ୍ଵାର୍ଡ ମନେ ରଖିବାକୁ କଷ୍ଟ ହେଉଛି ବୋଲି ନିଜର ସବୁ ପାସଓ୍ଵାର୍ଡକୁ ଅନଲାଇନରେ ସେଭ କରୁଛନ୍ତି। କିନ୍ତୁ କେବେ ବି ଏମିତି ଆପଣ କରନ୍ତୁ ନାହିଁ।
– ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ପ୍ରତି ମାସରେ ଆକାଉଣ୍ଟ ପାସଓ୍ଵାର୍ଡ ବଦଳାଇବା ଫାଇଦା ହୋଇଥାଏ।
– ପାସଓ୍ଵାର୍ଡ ସେଭ କରିବା ସମୟରେ ନ୍ୟୁମରିକାଲ ନମ୍ବର କେବେ ବି ବ୍ୟବହାର କରନ୍ତୁ ନାହିଁ। ପାସଓ୍ଵାର୍ଡ ରଖିବା ସମୟରେ ଆଲାବେଟ, ନମ୍ବର, ସ୍ପେଶାଲ କ୍ୟାରେକ୍ଟର ମିଶାଇ ବ୍ୟବହାର କରନ୍ତୁ।