Haier ଲଞ୍ଚ କରିଛି C90 ଏବଂ C95 OLED Smart TV ସିରିଜ୍, ଘରେ ମିଳିବ ଥିଏଟରର ମଜ୍ଜା

ସବୁ ସମୟରେ କିଛି ନା କିଛି ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟ ଭାରତରେ ଲଞ୍ଚ ହୋଇଥାଏ । ଏକଥା ଆପଣମାନେ ବି ଜାଣିଥିବେ ନିଶ୍ଚୟ । ଏଥି ସହ କିଛି ପ୍ରଡକ୍ଟ ଲଞ୍ଚ ହେବା ଖବର ଶୁଣି ୟୁଜର୍ସମାନେ ବି ବହୁତ ଖୁସି ମଧ୍ୟ ହୋଇଯାଆନ୍ତି । ଏହି ଖୁସିକୁ ଆହୁରି ଦୁଇଗୁଣିତ କରିବା ପାଇଁ Haier ଭାରତରେ ଲଞ୍ଚ କରିଛି ଦୁଇଟି ସ୍ମାର୍ଟ ଟିଭି । ତେବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟ ଟିଭିର ସମ୍ପୂର୍ଣ୍ଣ ଡିଟେଲ୍ସ ।
Haier ଭାରତରେ ଏହାର OLED ସ୍ମାର୍ଟ ଟିଭି ଲାଇନ-ଅପ୍ ଏକ୍ସପାଣ୍ଡ କରିଛି ଏବଂ ଦୁଇଟି ନୂଆ ସିରିଜ୍ – C90 ଏବଂ C95 ଲଞ୍ଚ କରିଛି । ଏହି ସିରିଜରେ ତିନୋଟି ସ୍କ୍ରିନ୍ ସାଇଜରେ ସ୍ମାର୍ଟ ଟିଭି ଉପସ୍ଥାପନ କରାଯାଇଛି । Haier C90 ସିରିଜ୍ ତିନୋଟି ସ୍କ୍ରିନ୍ ସାଇଜ୍ ୫୫ ଇଞ୍ଚ, ୬୫ଇଞ୍ଚ ଏବଂ ୭୭ ଇଞ୍ଚରେ ଉପସ୍ଥାପନ କରାଯାଇଛି । ସେହିଭଳି Haier C95 ସିରିଜରେ ଦୁଇଟି ସ୍କ୍ରିନ୍ ଆକାର ୫୫ ଇଞ୍ଚ ଏବଂ ୬୫ ଇଞ୍ଚରେ ଲଞ୍ଚ କରାଯାଇଛି । ଏହି ଦୁଇଟି ସ୍ମାର୍ଟ ଟିଭି ସିରିଜ୍ ପ୍ରାୟ ସମାନ ଫିଚର୍ସ ସହିତ ଆସିଥାଏ । ଏହି ସ୍ମାର୍ଟ ଟିଭି ସିରିଜରେ, ଆପଣ ଘରେ ବସି ମଧ୍ୟ ଥିଏଟରର ଏକ୍ସପେରିୟନ୍ସ ପାଇପାରିବେ ।
ପ୍ରାଇସ୍ :
Haier C90 OLED ସିରିଜର ପ୍ରାରମ୍ଭିକ ମୂଲ୍ୟ ୧,୨୯,୯୯୦ ଟଙ୍କା । ସେହିପରି, C95 OLED ସିରିଜର ପ୍ରାରମ୍ଭିକ ମୂଲ୍ୟ ୧,୫୬,୯୯୦ ଟଙ୍କା ରହିଛି । ଏହି ଦୁଇଟି ସ୍ମାର୍ଟ ଟିଭି ସିରିଜ୍ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ସହିତ ମେଜର ରିଟେଲ୍ ଖୁଚୁରା ଆଉଟଲେଟ୍ସ ଏବଂ ଇ-କମର୍ସ ପ୍ଲାଟଫର୍ମରୁ କିଣାଯାଇପାରିବ ।
Haier C90 ଏବଂ C95 ର ଫିଚର୍ସ :
ହାୟର C90 ଏବଂ C95 ସିରିଜର ସମସ୍ତ ମଡେଲଗୁଡ଼ିକ ବେଜେଲ-ଲେସ୍ ଡିଜାଇନ୍ ସହିତ OLED ସ୍କ୍ରିନ୍ ସହିତ ଆସିଥାଏ । ଏହି ଦୁଇଟି ସିରିଜରେ ସେଲ୍ଫ-ଏମିସିଭ୍ ପିକ୍ସେଲ ସହିତ ଏକ ସ୍କ୍ରିନ୍ ଅଛି, ଯାହା ଡଲବି ଭିଜନ୍ IQ ଏବଂ HDR10+କୁ ସପୋର୍ଟ କରେ । ଏହି କାରଣରୁ ଟିଭିର ପିକ୍ଚର କ୍ବାଲିଟି ଭଲ ହେବ । ଏଥି ସହ ଏଥିରେ MEMC ଅର୍ଥାତ୍ ମୋସନ୍ ଏଷ୍ଟିମେସନ୍, ମୋସନ୍ କମ୍ପେନସେସନ୍ ଟେକ୍ନୋଲୋଜି ଦିଆଯାଇଛି ।
Haierର ଏହି ଦୁଇଟି OLED ସ୍ମାର୍ଟ ଟିଭି ସିରିଜ୍ ଗୁଗୁଲ୍ ଟିଭି ଅପରେଟିଂ ସିଷ୍ଟମରେ କାମ କରେ । ଏଗୁଡ଼ିକରେ ଏକ ହ୍ୟାଣ୍ଡସ୍-ଫ୍ରି ଭଏସ୍ କଣ୍ଟ୍ରୋଲ୍ ଫିଚର ଅଛି, ଯାହା ସାହାଯ୍ୟରେ ଟିଭି କଣ୍ଟେଣ୍ଟକୁ ଭଏସ୍ କମାଣ୍ଡ ମାଧ୍ୟମରେ କଣ୍ଟ୍ରୋଲ୍ କରାଯାଇପାରିବ । ଏଥି ସହ Haierର ଏହି ସିରିଜରେ ୩GB RAM ଏବଂ ୩୨GB ଅନବୋର୍ଡ ଷ୍ଟୋରେଜ୍ ରହିଛି । ଏଥିରେ କନେକ୍ଟିଭିଟି ପାଇଁ Wi-Fi 6, Bluetooth 5.2, ବିଲ୍ଟ-ଇନ୍ Chromecast ଭଳି ଫିଚର୍ସ ମିଳିଥାଏ ।
ଆପଣ ଜାଣି ରଖନ୍ତୁ ଯେ, ହାୟର C90ର ୭୭-ଇଞ୍ଚ ମଡେଲରେ ୬୫W ସ୍ପିକର ରହିଛି । ସେହିପରି, ଏହି ଉଭୟ ସିରିଜର ୫୫ ଏବଂ ୬୫ ଇଞ୍ଚ ମଡେଲରେ ୫୦W ସ୍ପିକର ପ୍ରଦାନ କରାଯାଇଛି । ଏଥି ସହ C95 ସିରିଜରେ ୧୪୪Hz ରିଫ୍ରେସ୍ ରେଟ୍ ସହିତ ଏକ ସ୍କ୍ରିନ୍ ଅଛି । ସେହିପରି, C90 ସିରିଜରେ ୧୨୦Hz ରିଫ୍ରେସ୍ ରେଟ୍ ସହିତ ଏକ ସ୍କ୍ରିନ୍ ମଧ୍ୟ ଉପଲବ୍ଧ । ଯଦି ଆପଣ ଆଫର୍ଡେବଳ ପ୍ରାଇସରେ ସ୍ମାର୍ଟ ଟିଭି କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଟିଭି ବେଷ୍ଟ ଅପ୍ସନ ହୋଇପାରିବ ।
Also read : Smart TV ନିକଟରେ AC ଲଗାଇଥିଲେ ହୋଇଯାଆନ୍ତୁ ସତର୍କ, ହୋଇପାରେ ଏହି ସମସ୍ୟା