କଣ ଆପଣଙ୍କ ଫୋନ୍ ରେ କଲ ଡାଏଲ ସେଟିଙ୍ଗ ବଦଳି ଯାଇଛି କି ? କଣ ଆପଣ ବି କଲ କରିବା କି ରିସିଭ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି ? ତେବେ କଣ ଏହି ସେଟିଙ୍ଗସ । କାହିଁକି ହଠାତ ଏମିତି ହେଉଛି ? କିଛି ଭାଇରସ କି କେହି ମୋବାଇଲ ହାୟକ କରିନେଇଥିବା ଭାବୁଛନ୍ତି କି ? ତେବେ ଜାଣନ୍ତୁ ଏହାର କାରଣ କଣ ।
ବର୍ତ୍ତମାନ ମୋବାଇଲ୍ ଫୋନ୍ର କଲ୍ ଏବଂ ଡାଏଲର୍ ସେଟିଂସରେ ହଠାତ୍ ପରିବର୍ତ୍ତନ ହୋଇଛି । ଏହା ପ୍ରାୟତଃ ଗୁରୁବାର ଅପରାହ୍ନରୁ ଚାଲିଲାଣି । ଅନେକ ଲୋକ ଏହି ସେଟିଂ ରେ ବିରକ୍ତ ଅନୁଭବ କରୁଥିବା ବେଳେ ଅନେକ ଭୟଭୀତ ହୋଇଯାଉଛନ୍ତି । କେହି କେହି ତ ହ୍ବାଟସଆପ ଆଉ ଫେସବୁକରେ ଏମିତି ସ୍କ୍ରିନସଟ ଦେଇ ପୋଷ୍ଟ କରୁଛନ୍ତି ଆଉ ଯାବତୀୟ ପ୍ରଶ୍ନ ପଚାରୁଛନ୍ତି । ତେବେ ଆମେ ଆଜି ଆପଣଙ୍କର ଏହି ପ୍ରଶ୍ନଗୁଡିକର ଉତ୍ତର ରଖିବୁ । କିଏ ଓ କାହିଁକି ଏମିତି କରିଛି ଏବଂ ହା ପଛର କାରଣ କଣ ଚାଲନ୍ତୁ ଜାଣିବା । ଦର୍ଶକବନ୍ଧୁ ଆପଣ ମଧ୍ୟ ଆପଣଙ୍କ ଫୋନ୍ର କଲ୍ ଏବଂ ଡାଏଲର୍ ସେଟିଂସରେ ସମାନ ପରିବର୍ତ୍ତନ ଅନୁଭବ କରୁଥିବେ । ତେବେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ, କାରଣ ଆପଣ କେବଳ ଆପଣଙ୍କ ଫୋନ୍ରେ ଏପରି ପରିବର୍ତ୍ତନ ଦେଖୁନାହାଁନ୍ତି ବରଂ ଏହି ପରିବର୍ତ୍ତନ ଅଧିକାଂଶ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ଫୋନ୍ରେ ହୋଇଛି । ଲୋକମାନେ କଲିଂ ଇଣ୍ଟରଫେସ୍ରେ ଏହି ପରିବର୍ତ୍ତନ ପଛରେ କାରଣ ଜାଣିବାକୁ ଚାହୁଁଛନ୍ତି । ଲୋକମାନେ ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଯଦି ଆପଣ ମଧ୍ୟ ଜଣେ ଆଣ୍ଡ୍ରଏଡ୍ ବ୍ୟବହାରକାରୀ, ତେବେ ଆପଣଙ୍କ ଫୋନ୍ର କଲ୍ ଏବଂ ଡାଏଲର୍ ସେଟିଂସରେ ହଠାତ୍ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । କୌଣସି ଅପଡେଟ୍ କିମ୍ବା ଆଲର୍ଟ ବିନା ଏହି ପରିବର୍ତ୍ତନ ପାଇଁ ଲୋକମାନେ ବିରକ୍ତ ମଧ୍ୟ ହୋଇଛନ୍ତି । ଫଳସ୍ୱରୂପ, ଲୋକମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଅନେକ ଲୋକ ସୋସିଆଲ ମିଡିଆରେ ଏହି ପରିବର୍ତ୍ତନ ପଛର କାରଣ ପଚାରି ଆଲୋଚନା କରୁଛନ୍ତି । କିନ୍ତୁ ଅଧିକାଂଶ ଲୋକ ଏହା ପଛର କାରଣ ଜାଣି ନାହାଁନ୍ତି। ଫୋନରେ ଏହି ପରିବର୍ତ୍ତନ ଯୋଗୁଁ ଅନେକ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଛନ୍ତି । ଯଦି ଏହି ପରିବର୍ତ୍ତନ ଆପଣଙ୍କ ଫୋନ୍ରେ ମଧ୍ୟ ଘଟିଛି, ତେବେ ଆସନ୍ତୁ ଜାଣିବା ଏହାର କାରଣ ।
ଗୁଗୁଲ୍ ଫୋନ୍ ଆପକୁ ମ୍ୟାଟେରିଆଲ୍ 3 ଏକ୍ସପ୍ରେସିଭ୍ ରିଡିଜାଇନ୍ ପୁସ କରିଛି । ତେଣୁ ଏହି ପରିବର୍ତ୍ତନ କେବଳ ସେହି ସ୍ମାର୍ଟଫୋନରେ ହୋଇଛି । ଯେଉଁଠାରେ ଗୁଗୁଲ୍ ଫୋନ୍ ଆପ୍ ଡାଏଲର୍ ଆପ୍ ଭାବରେ ସେଟ୍ କରାଯାଇଛି । ଗୁଗୁଲ୍ ଏହାର ଫୋନ୍ ଆପ୍ ରେ ମ୍ୟାଟେରିଆଲ୍ 3 ଏକ୍ସପ୍ରେସିଭ୍ ପୁନଃଡିଜାଇନ୍ କାର୍ଯ୍ୟକାରୀ କରିଛି । ଯାହା ବର୍ତ୍ତମାନ ବ୍ୟବହାରକାରୀଙ୍କ ପାଖରେ ପହଞ୍ଚିବା ଆରମ୍ଭ କରିଛି । ଏହି ନୂତନ ଡିଜାଇନ୍ ବିଶେଷ ଭାବରେ ଏହାକୁ ଅଧିକ ଆଧୁନିକ, ସରଳ ଏବଂ ୟୁଜର ଫ୍ରେନ୍ଡଲି କରିବା ପାଇଁ ଡିଜାଇନ୍ କରାଯାଇଛି । ସବୁଠାରୁ ବଡ଼ ପରିବର୍ତ୍ତନ ଆପ୍ର ନାଭିଗେସନ୍ ସିଷ୍ଟମରେ ଦେଖାଯାଉଛି ।
ତେବେ ଆସନ୍ତୁ ଜାଣିବା ଏହି ଅପଡେଟ୍ ପରେ ଆପଣଙ୍କ ଫୋନରେ କଣ କଣ ପରିବର୍ତ୍ତନ ହୋଇଥିବ । ଅପଡେଟ ପରେ ଆପଣଙ୍କୁ ଡ଼ାଏଲର ଆପରେ ତିନୋଟି ଟବ୍ ଦେଖିବାକୁ ମିଳିବ, ଯେଉଁଥିରୁ ଫୋନ୍ ଟବ୍ ରେ କଲ୍ ହିଷ୍ଟ୍ରି ଏବଂ କରାଉଜଲ୍ ରେ ଫେବରାଇଟ କଣ୍ଟାକ୍ଟ ଦେଖିହେଵ । ଏହା ଆପଣଙ୍କର ଫୋନ୍ ବ୍ୟବହାର କରିବାର ଶୈଳୀରେ ପରିବର୍ତ୍ତନ ଆଣିବ । କାହିଁକି ନା କାହାକୁ କଣ୍ଟେକ୍ଟ କରିବା ପାଇଁ ଆପଣଙ୍କୁ ବାରମ୍ବାର କନ୍ତକ୍ଟ ସେକ୍ସନକୁ ଯିବାକୁ ପଡିବ ନାହିଁ । ତେଣୁ ଏହା ଗୁଗୁଲର ଏକ ବଡ ଓ ୟୁଜର ଫ୍ରେଣ୍ଡଲୀ ଅପଡେଟ କହିଲେ ଅତ୍ୟୁକ୍ତି ହେବ ନାହିଁ ।