ପୁଣି ଥରେ ରାସ୍ତାରେ ଜଲୱା ଦେଖାଇବେ ଏହି ଧମାକାଦାର କାର

ନୂଆଦିଲ୍ଲୀ : ରିଷ୍ଟୋରେସନ୍ ମେଡ଼ିଫିକେସନ ଯାହାକୁ ସାଧାରଣ ଭାଷାରେ କୁହାଯାଇଥାଏ ରେଷ୍ଟ୍ରୋମୋଡ୍। ଏଥିରେ ପୁରୁଣା କାର ବା ଗାଡ଼ି ଗୁଡ଼ିକୁ ନୂତନ ରୁପ ଦେବା ସହ କରାଯାଇଥାଏ କିଛି ଫିଚର ଅପଗ୍ରେଡ଼ସନ୍। ଅର୍ଥାତ୍ କାରର ଲୁକ୍ ଆପଣଙ୍କୁ କିଛି ପୁରୁଣା ବା ଭିଣ୍ଟେଜ୍ ଅନୁଭୂତ ଦେଇଥାଏ କିନ୍ତୁ ଏହାର ଫିଚର ବର୍ତ୍ତମାନର ରହିଥାଏ। ଆଜି ଆମେ ଆପଣଙ୍କୁ ସେହିପରି ତିନୋଟି ଲୋକପ୍ରିୟ କାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ଖୁବ ଶୀଘ୍ର ରିମୋଡ଼େଲିଂ କରାଯିବା ସହ ବଜାରରେ ପ୍ରବେଶ କରାଯିବ।

Hindustan Motors Ambassador

ଆମ୍ବାସେଡ଼ର (Ambassador)

ହିନ୍ଦୁସ୍ତାନ ମୋଟର ଆମ୍ବାସେଡ଼ର ଭାରତରେ ସବୁଠାରୁ ଅଧିକ ଚାଲିଥିବା କାର ମାନଙ୍କ ମଧ୍ୟରେ ଏକ। ପରେ ଏହାର ଚାହିଦା କମ ହେବା ସହ ଉତ୍ପାଦାନରେ କ୍ଷତି ହେବାରୁ ଏହାକୁ ବନ୍ଦ କରାଯାଇଥିଲା। ତେବେ ଏହାକୁ ରାଜକୀୟ କାର ହିସାବରେ ମଧ୍ୟ ବହୁକାଳ ବ୍ଯବହାର କରାଯାଇଛି। ଆପଣ ଜାଣି ଖୁସି ହେବେ ଖୁବ ଶୀଘ୍ର ଏହି କାରର ନୂଆ ରୁପ ଆସୁଛି ଯାହାକୁ Peugeot କମ୍ପାନି ଆଣୁଛି। ଏହାର ରେଷ୍ଟ୍ରୋ ଲୁକରେ ଆମ୍ବସେଡ଼ରରୁ ମୋଟା ଟାୟାର ସହ ହଳଦିଆ ରିମ୍ସ ସହ ଆସିବ। ଖାଲି ତାହା ନୁହଁ ଏହାର ହେଡ଼ଲାଇଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

Maruti 800 SS80 restomod

ମାରୁତି ୮୦୦ ଏସଏସ୮୦ (Maruti 800 ss80)

Ss୮୦ ଭାରତରେ ମାରୁତି ସୁଜୁକି ବ୍ରାଣ୍ଡର ପ୍ରଥମ କାର ଥିଲା। କମ୍ପାନି ଏହାକୁ ୧୯୮୩ ମସିହାରେ ଲଞ୍ଚ କରିଥିଲା। ଅନେକ ବର୍ଷ ଯାଏଁ ଗ୍ରାହକଙ୍କ ମଧ୍ୟରେ ଏହି କାରର ଚାହିଦା ରହିଥିଲା। ତେବେ ଏହାକୁ ବର୍ତ୍ତମାନ ରିମୋଡ଼େଲ କରାଯିବା ସହ ଫିଚର ଏବଂ ଲୁକରେ ପରିବର୍ତ୍ତନ କରାଯାଇଛି। ଏଥିରେ ଚାରି ଜଣ ଯାତ୍ରୀ ବସିବାର ସୁବିଧା ରହିଛି।

Premier Padmini

ପ୍ରିମିୟର ପଦ୍ମିନି (Premier Padmini)

ଏକ ସମୟ ଥିଲା ଯେତେବେଳେ ଭାରତୀୟ ରାସ୍ତାରେ ଆମ୍ବାସେଡ଼ର ସବୁଠାରୁ ବଡ଼ ପ୍ରତିଦ୍ବନ୍ଦୀ ଭାବେ ପ୍ରିମିୟର ପଦ୍ମୀନି ହିଁ ଚାଲୁଥିଲା। Fiat ବେସ୍ ଏହି ମଡ଼େଲ କମ ମୂଲ୍ଯରେ ସଠିକ୍ କାର ରହିଥିଲା। ଏହାର ନୂଆ ମଡ଼େଲରେ କଲ ସହ ହେଡ଼ଲାଇଟ ଏବଂ ଇନଣ୍ଟିରିୟର ଡ଼ିଜାଇନରେ ପରିବର୍ତ୍ତନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.