Hero Motocorp ଆରମ୍ଭ କରିଛି ହୋମ ଡେଲିଭରୀ, ଏବେ ଘରେ ପହଁଚିଯିବ ବୁକିଂ କରିଥିବା ବାଇକ୍ ଏବଂ ସ୍କୁଟର
ହିରୋ ମୋଟରକର୍ପର ବାଇକ ଏବଂ ସ୍କୁଟରକୁ ଏବେ ଆପଣ ଅନଲାଇନ୍ କିଣି ଏହାର ହୋମ ଡେଲିଭରୀର ସୁବିଧା ମଧ୍ୟ ପାଇପାରିବେ।। କମ୍ପାନୀ ତାର ଦୁଇ ଜକିଆ ଯାନର ହୋମ ଡେଲିଭରୀ ସୁବିଧା ଆରମ୍ଭ କରିଛି। ଏହି ସୁବିଧା ହିରୋର ବାଇକ କିମ୍ବା ସ୍କୁଟରକୁ କମ୍ପାନୀର ଇ-କମର୍ସ ୱେବସାଇଟରେ କିଣିବା ଦ୍ୱାରା ମିଳିବ। ହୋମ ଡେଲିଭରୀ ପାଇଁ ଆପଣଙ୍କୁ ୩୪୯ ଟଙ୍କା ଅତିରିକ୍ତ ଖର୍ଚ୍ଚ ଦେବାକୁ ହେବ।
ହିରୋମୋଟରକର୍ପର ଟୁହ୍ଵିଲର୍ସର ବୁକିଂ ଏବଂ ଏହାର ହୋମ ଡେଲିଭରୀର ଅନଲାଇନ ସୁବିଧା ୩ ସହଜ ଷ୍ଟେପରେ ଉପଲବ୍ଧ ହେବ। ଏଥିପାଇଁ ଆପଣଙ୍କୁ ଇ-କମର୍ସ ପୋଟାଲ କୁ ଯିବାକୁ ହେବ। ଏହାପରେ ଲଗ-ଇନ କରି ବାଇକ୍ ଏବଂ ପରେ ଡିଲର ବାଛିବାକୁ ହେବ। ଏହାପରେ ତଳେ ଆପଣଙ୍କୁ ହୋମ ଡେଲିଭରୀର ଅପସନ ଦେଖାଯିବ। ଯାହାକୁ ସିଲେକ୍ଟ କରିବାକୁ ହେବ। ଏବେ ଆପଣଙ୍କୁ ଅନଲାଇନ୍ ପେମେଣ୍ଟ କରିବାକୁ ହେବ ଯାହା ବାଇକର ବୁକିଂ ମୂଲ୍ୟ ରହିଥିବ।
ଏହାପରେ ହିରୋର ଥାର୍ଡ ପାର୍ଟି ସର୍ଭିସ ପ୍ରୋଭାଇଡର ଆପଣ ଦେଇଥିବା ଆଡ୍ରେସକୁ ପହଁଚି ଜରୁରୀ କାଗଜପତ୍ର ନେବ। ବୁକ୍ କରାଯାଇଥିବା ବାଇକ ଏବଂ ସ୍କୁଟରକୁ ଆରଟିଓରେ ରେଜିଷ୍ଟ୍ରେସନ ହେବା ପରେ ତାହାର ହୋମ ଡେଲିଭରୀ କରାଯିବ। ଏହି ସୁବିଧା ଏବେ ମୁମ୍ବାଇ, ବେଙ୍ଗାଲୁରୁ ଏବଂ ନୋଏଡାରେ ଆରମ୍ଭ ହୋଇଛି। ଆଗାମୀ କିଛ ମାସରେ ଏହି ସୁବିଧା ୨୫ ଶହରରେ ମିଳିବ।
ଏହାସହ ପଢନ୍ତୁ : ମାର୍କେଟକୁ ଆସୁଛି Bajajର ସବୁଠାରୁ ମହଙ୍ଗା ସ୍କୁଟର, ଜାଣନ୍ତୁ କେବେ ହେବ ଲଞ୍ଚ
ହିରୋ ମୋଟରକପ ଲାଇନଅପରେ ଏଚଏଫ ଡିଲେକ୍ସ, ସ୍ପେଲଣ୍ଡର ପ୍ଲସ, ପେସନ ଠାରୁ ନେଇ ଏକ୍ସପ୍ଲସ ୨୦୦ ଆଦି ବାଇକ ସାମିଲ ଅଛି। ଏହାର ଦାମ ୩୮,୯୦୦ ଟଙ୍କାରେ ୧.୦୫ ଲକ୍ଷ ଟଙ୍କା ଭିତରେ ରହିଛି। ସ୍କୁଟର ବିଷୟରେ କହିବାକୁ ଗଲେ ଡେଷ୍ଟିନୀ ୧୨୫, ଡୁଏଟ, ମାଇକ୍ରୋ ଏଜ୍ ଏବଂ ପ୍ଲେଜର ଭଳି ସ୍କୁଟର କମ୍ପାନୀର ଲାଇନଅପରେ ରହିଛି।