ଆରମ୍ଭ ହେଲା IMC 2024, 6G ଏବଂ AI ଉପରେ ରହିବ ଫୋକସ୍

ଚଳିତ ବର୍ଷ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ଅର୍ଥାତ IMC 2024ରେ 6G ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଅଧିକ ଫୋକସ୍ ରହିବ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ମେଗା ଟେକ୍ ଇଭେଣ୍ଟରେ ଟେକ୍ନୋଲୋଜି ସେକ୍ଟରର ଉଦ୍ଭାବନ ଦିଗରେ ଭାରତ ବହୁତ ବଡ଼ ଗୂରୂତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଦେଶର ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମରେ ଏହି ମେଗା ଟେକ୍ ଇଭେଣ୍ଟ ଆଜିଠାରୁ ଆରମ୍ଭ କରି ୧୮ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ ହୋଇଛି । ଏଥର IMC ୨୦୨୪ ର ଥିମ୍ ‘‘The Future is Now’’ ଅର୍ଥାତ ‘‘ଭବିଷ୍ୟତ ବର୍ତ୍ତମାନ’’ ଭାବରେ ରଖାଯାଇଛି ।
6G ଉପରେ ରହିବ ଫୋକସ୍ :
୨୦୨୨ ରେ ଅନୁଷ୍ଠିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ 5G ସର୍ଭିସ ଲଞ୍ଚ କରିଥିଲେ । ଏହି ବର୍ଷ ଆୟାଜିତ ହେବାକୁ ଥିବା ଏହି ଇଭେଣ୍ଟରେ ଟେଲିକମ୍ୟୁନିକେସନ୍ର ପରବର୍ତ୍ତୀ ଜେନେରେସନ୍ ଯଥା 6G ସମ୍ବନ୍ଧରେ ଅନେକ ବଡ଼ ଘୋଷଣା କରାଯାଇପାରେ । ଯେମିତିକି ଥିମ୍ ଠାରୁ ସ୍ପଷ୍ଟ ହୋଇଛି ଯେ ଭବିଷ୍ୟତର ଟେକ୍ନୋଲୋଜି ଯଥା 6G ଉପରେ ଧ୍ୟାନ ଦିଆଯିବ । ଭାରତ ଡିଜିଟାଲ ଇନୋଭେସନ ଏହି ସମୟରେ ବିକଶିତ ଦେଶମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଗତି କରୁଛି । କେବଳ ଏତିକି ନୁହେଁ, ଭାରତ ସବୁଠୁ ଅଧିକ 5G ସର୍ଭିସ ଏକ୍ସପେନସନ୍ କରିଥିବା ଦେଶ ପାଲଟିଛି ।
AI ଉପରେ ମଧ୍ୟ ନଜର ରଖାଯିବ :
ଚଳିତ ବର୍ଷର ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ 6G ସହିତ AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ମୁଖ୍ୟ ଫୋକସ୍ ରହିବ । ଜେନେରେଟିଭ୍ AI ର ବଢ଼ୁଥିବା ପରିସରକୁ ଦେଖି, ଟେକ୍ ସେକ୍ଟରର ଲୋକପ୍ରିୟ କମ୍ପାନୀ AI ସମ୍ବନ୍ଧରେ ନିଜର ମତ ପ୍ରକାଶ କରିପାରିବେ । ଏହି ବର୍ଷ ଭାରତ ତଥା ବିଶ୍ୱରେ ୫୦ରୁ ଅଧିକ ବକ୍ତା IMC ରେ ଭାଗ ନେବାକୁ ଯାଉଛନ୍ତି । ଯେଉଁମାନେ AI ସମ୍ବନ୍ଧରେ ନିଜର ମତ ଉପସ୍ଥାପନ କରପାରିବେ ।
ଏହା ବ୍ୟତୀତ, ଚଳିତ ବର୍ଷ ଅନେକ ବ୍ରାଣ୍ଡ IMC ୨୦୨୪ ରେ ସେମାନଙ୍କର ନୂଆ ପ୍ରୋଜେକ୍ଟକୁ ମଧ୍ୟ ଲଞ୍ଚ କରିପାରନ୍ତି । ଚୀନ୍ ବ୍ରାଣ୍ଡ୍ Xiaomi ଏହି ବର୍ଷ IMC ରେ ତା’ର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି, ଯାହା ସ୍ୱତନ୍ତ୍ର ଭାବେ ଭାରତୀୟ ୟୁଜର୍ସମାନଙ୍କ ପାଇଁ ଡିଜାଇନ୍ କରାଯାଇଛି । ଏହା ବ୍ୟତୀତ, IMC ୨୦୨୪ ଭାରତର ଦ୍ରୁତ ଗତିରେ ବଢୁଥିବା ଡିଜିଟାଲ ଫୁଟ୍ପ୍ରିଣ୍ଟ୍ରସ୍ ଉପରେ ମଧ୍ୟ ଫୋକସ ରହିବ ।