ଟେଲିଗ୍ରାମରେ ବିନା ଫୋନ୍ ନମ୍ବର ସେୟାର କରି ମଧ୍ୟ କରିପାରିବେ ଚାଟ୍‌, ଏପରି କରନ୍ତୁ ସେଟିଙ୍ଗ୍‌

ଟେଲିଗ୍ରାମରେ ସାଇନଅପ୍ କରିବା ପାଇଁ ଆପଣଙ୍କୁ ମୋବାଇଲ ନମ୍ବରର ଆବଶ୍ୟକ ପଡିଥାଏ। କିନ୍ତୁ ଟେଲିଗ୍ରାମ ୟୁଜ୍ କରିବା ପାଇଁ ଫୋନ୍ ନମ୍ବରର ଆବଶ୍ୟକ ପଡିବନାହିଁ। ଆପଣ ଆପଣଙ୍କ ପ୍ରୋଫାଇଲର ସେଟିଙ୍ଗକୁ ଯାଇ ନିଜ ଫୋନ୍ ନମ୍ବରକୁ ଗୋପନ ବି ରଖିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦୁଇଟି ତରିକାରେ ଟେଲିଗ୍ରାମରେ ୟୁଜର୍ସଙ୍କୁ ଆଡ୍ କରିପାରିବେ।

ପ୍ରଥମତଃ ଫୋନ ନମ୍ବର ଜରିଆରେ ଏବଂ ଦ୍ୱିତୀୟରେ ୟୁଜରନେମ ଜରିଆରେ ମଧ୍ୟ ୟୁଜର୍ସଙ୍କୁ ଆଡ୍ କରିପାରିବେ। ଯଦି ଆପଣ ଏବଂ ଆପଣଙ୍କ କଣ୍ଟାକ୍ଟସ ୟୁଜରନେମ ସିଷ୍ଟମର ବ୍ୟବହାର କରୁଛନ୍ତି ତେବେ ମଧ୍ୟ ଟେଲିଗ୍ରାମ ସହ ଯୋଡି ହୋଇପାରିବେ। ଏଥିପାଇଁ ବିନା ଫୋନ ନମ୍ବର ଦେଇ ମଧ୍ୟ ଆପଣଙ୍କ କାମ ହୋଇପାରିବ। ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ ସେଟିଙ୍ଗ୍ ଖାଲି ପରିବର୍ତ୍ତନ କରିବାକୁ ହେବ।

  1. ଟେଲିଗ୍ରାମରେ ଫୋନ୍ ନମ୍ବର ହାଇଡ୍ କରିବା ପାଇଁ ଆପଣଙ୍କୁ ନିଜ ସେଟିଙ୍ଗରେ ପରିବର୍ତ୍ତନ କରିବାକୁ ହେବ। ପ୍ରଥମେ ଟେଲିଗ୍ରାମ ଆପରେ ମେନୁ ଆଇକନ୍ ଉପରେ କ୍ଲିକ କରନ୍ତୁ। ଏହା ଆପଣଙ୍କ ସ୍କ୍ରିନ ଉପରେ ବାମପଟେ ସବୁଠାରୁ ଉପରେ ରହିଥାଏ।
  2. ଏହାପରେ ଆପଣଙ୍କୁ ପ୍ରାଇଭେସୀ ସେଟିଙ୍ଗକୁ ଯିବାକୁ ହେବ। ଯେଉଁଠି ଆପଣଙ୍କୁ ‘Phone Number’ ବିକଳ୍ପକୁ ଚୟନ କରିବାକୁ ହେବ।
  3. ଏହି ସେଟିଙ୍ଗରେ ର ଅପ୍ସନ ଦେଖାଯିବ। ଏଥିରେ ଆପଣ ଡେଫଲ୍ଟ ଅପ୍ସନ ‘Everybody’ପାଇବେ। ଯଦି ଆପଣ ନିଜ ଫୋନ ନମ୍ବର କଣ୍ଟାକ୍ଟସକୁ ଦେଖାଇବାକୁ ଚାହୁଁଛନ୍ତି, ତାହେଲେ ଆପଣ ‘ମାଇଁ କଣ୍ଟାକ୍ଟସ’ ଉପରେ କ୍ଳିକ କରିପାରିବେ।
  4. ଆଉ ଯଦି ଆପଣ କାହାକୁ ବି ନିଜର ଫୋନ ନମ୍ବର ଦେଖାଇବାକୁ ଚାହୁଁନାହାଁନ୍ତି, ତେବେ ଆପଣ ‘Nobody’ ଅପ୍ସନକୁ ସିଲେକ୍ଟ କରିପାରିବେ।
  5. ଯେତେବେଳେ ଆପଣ ଥରେ ଅପ୍ସନକୁ ଚୟନ କରିବେ, ତେବେ ଆପଣଙ୍କୁ  ‘Who can Find me by my Phone Number’ ନାମକ ଏକ ନୂଆ ସେକ୍ସନ ଦେଖାଇବ। ଅଧିକ ସିକ୍ୟୁର କରିବା ପାଇଁ ଆପଣ  ‘My Contacts’ ବିକଳ୍ପକୁ ଚୟନ କରନ୍ତୁ।
  6. ଏହାଦ୍ୱାରା ଏହା ସୁନିଶ୍ଚିତ ହୋଇପାରିବ ଯେ ୟୁଜର୍ସ ଆପଣଙ୍କ କଣ୍ଟାକ୍ଟସରେ ଅଛନ୍ତି। ସେ ଆପଣଙ୍କ ସହିତ ଟେଲିଗ୍ରାମ ଜରିଆରେ ଯୋଡି ହୋଇପାରିବେ। ନା ଆପଣଙ୍କୁ କେହି ଦେଖିପାରିବେ ନା ଆପଣଙ୍କ ଫୋନ ନମ୍ବରର କେହି ବ୍ୟବହାର କରିପାରିବେ।
  7. ଯେତେବେଳେ ଆପଣ ଥରେ ଏହି ପ୍ରୋସେସକୁ ପୂରା କରିଦେବେ, ତାହାପରେ ସ୍କ୍ରିନର ଡାହାଣ ଏବଂ ସବୁଠାରୁ ଉପରେ ଟିକ୍ ମାର୍କରେ ଟାପ୍ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.