୯୯କିମି ମାଇଲେଜ ଦେଇଥାଏ ଏହି ବାଇକ୍, ଦାମ ୩୩ ହଜାରରୁ ଆରମ୍ଭ
ଭାରତରେ ସମସ୍ତ ଆବଶ୍ୟକତା ଅନୁଯାୟୀ ବାଇକ୍ ରହିଛି କିନ୍ତୁ ସବୁଠାରୁ ଅଧିକ ଡିମାଣ୍ଡ ୧୦୦ସିସି ବାଇକର ରହିଛି। କାରଣ ଏହାର ଦାମ କମ୍ ହୋଇଥାଏ ଏବଂ ମାଇଲେଜ୍ ଅଧିକ ହୋଇଥାଏ। ସେହିଭଳି ଏଣ୍ଟ୍ରି ଲେବଲ ସେଗମେଣ୍ଟରେ ଅନେକ ବାଇକ ମହଜୁଦ ରହିଛି କିନ୍ତୁ ଯେଉଁ ଦୁଇ ବାଇକ ବିଷୟରେ ଆମେ କହୁଛୁ ତାହା ବହୁତ ଭଲ ଭାଇଲେଜ ଦେଇଥାଏ। ତେବେ ଆସନ୍ତୁ ଜାଣିବା ସେହି ବିଷୟାର ଅଥିକ କିଛି।
ଲମ୍ବା ସମୟ ଧରି ଏହି ବାଇକ ଭାରତରେ ମହଜୁଦ ରହିଛି। ନିଜର ୧୦୦cc ସେଗମେଣ୍ଟର ଏହା ସବୁଠାରୁ ସପୋର୍ଟୀ ଏବଂ ବହୁତ ଭଲ ଦେଖାଯାଉଥିବା ବାଇକ ଅଟେ। ଏଥିରେ ୧୦୦ccର DURALIFE ଇଞ୍ଜିନ ଲାଗିଛି ଯାହା ୭.୮PSର ପାୱାର ଦେଇଥାଏ। ଉତ୍ତମ ବ୍ରେକିଂ ସହିତ ଏଥିରେ Synchronized Braking Technology (SBT) ସାମିଲ କରାଯାଇଛି। SBT ସାହାଯ୍ୟରେ ଆଗ ଏବଂ ପଛ ବ୍ରେକ ଏକା ସାଥିରେ ଲାଗିଥାଏ। ଯାହାଦ୍ବାରା ବହୁତ ଭଲ ବ୍ରେକିଂ ମିଳିଥାଏ। ଏହାସହିତ ରାଇଡରଙ୍କୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ମିଳିଥାଏ।
CT100ବଜାଜ ସବୁଠାରୁ ଶସ୍ତା ବାଇକ୍ ଅଟେ। ଦିଲ୍ଲୀରେ ଏହାର ଏକ୍ସ ଶୋରୁମର ଦାମ ୩୩ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ। ଏହି ବାଇକରେ ୧୦୨ସିସିର ଇଞ୍ଜିନ ଲାଗିଛି ଯାହା ୭.୯ପିଏସ ପାୱାର ଏବଂ ୮.୪Nmର ଟୋର୍କ ଦେଇଥାଏ। ଏଥିରେ ୪ ସ୍ପିଡ୍ ଗିୟର ଦିଆଯାଇଛି। ବାଇକର ଟପ୍ ସ୍ପିଡ୍ ୯୦kmph ରହିଛି। ଏକ ଲିଟରରେ ଏହି ବାଇକ ୯୯କିମିର ମାଇଲେଜ୍ ଦେଇଥାଏ। ବାଇକର କର୍ଭ ଓଜନ ୧୦୯କେଜି ରହିଥିବାବେଳେ ଦିଲ୍ଲୀର ଏକ୍ସ-ଶୋରୁମର ଦାମ ୩୩ ହଜାର ଟଙ୍କାରୁ ଆରମ୍ଭ ହେଉଛି।