ଲଞ୍ଚ ହୋଇଛି HMD Fusion, ରହିଛି ଜବରଦସ୍ତ ଫିଚର୍ସ ଏବଂ ସ୍ପେସିଫିକେସନ

Nokia ର ସ୍ମାର୍ଟଫୋନ ମେକର ପ୍ରାଇଭେଟ କମ୍ପାନୀ HMD ନିକଟରେ ଭାରତୀୟ ସ୍ମାର୍ଟଫୋନ ମାକେର୍ଟରେ HMD Fusion ଲଞ୍ଚ କରିଛି । କମ୍ପାନୀ ଅନେକ ଇନୋଭେଟିଭ୍‌ ଫିଚର୍ସ ସହିତ ଲଞ୍ଚ କରିଛି । ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ କିଣିବା ପାଇଁ ଯାଉଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । କାରଣ ବର୍ତ୍ତମାନ ଏହି ଫୋନର ସେଲ ଆରମ୍ଭ ହୋଇଛି । କ୍ୟାମେରା ଲର୍ଭସଙ୍କ ପାଇଁ ଏହି ଫୋନ ବହୁତ ସ୍ପେସାଲ ହେବାକୁ ଯାଉଛି ।

HMD Fusion ର ପ୍ରାଇସ୍‌ ଏବଂ ଅଫର୍ସ :

HMD Fusion ର ସେଲ ଗତକାଲିଠାରୁ ଆରମ୍ଭ ହୋଇଛି । ଆପଣ ଏହି ସ୍ମାର୍ଟଫୋନକୁ ଇ-କମର୍ସ ୱେବସାଇଟ୍‌ ଆମାଜନରୁ କିଣି ପାରିବେ । HMD ଏହି ସ୍ମାର୍ଟଫୋନକୁ ସିଙ୍ଗଲ ଭ୍ୟାରିଆଣ୍ଟରେ ଲଞ୍ଚ କରିଛି । ଏଥିରେ ଆପଣଙ୍କୁ 8GB RAM ଏବଂ ୨୫୬GB ଷ୍ଟୋରେଜ୍‌ ମିଳିବ । ଆପଣ ଏହାକୁ ଆମାଜନରୁ ୧୭,୯୯୯ ଟଙ୍କାରେ କିଣି ପାରିବେ ।

କମ୍ପାନୀ ଫାଷ୍ଟ ସେଲ୍‌ ଅଫରରେ ଗ୍ରାହକଙ୍କୁ ଦମଦାର ଡିସକାଉଣ୍ଟ ଅଫର କରିଛି । ଅଫରରେ ଆପଣ ଏହାକୁ ମାତ୍ର ୧୫,୯୯୯ ଟଙ୍କାରେ କିଣିପାରିବେ । ଫାଷ୍ଟ ସେଲ ବିଷୟରେ ସବୁଠାରୁ ବଡ ଖାସ୍‌ କଥା ହେଉଛି ଏଥିରେ ଗ୍ରାହକଙ୍କୁ, HMD Casual, Flashy ଏବଂ Gaming Outfits ଫ୍ରିରେ ଦିଆଯାଉଛି । ଏହି ଗିଫ୍ଟସର ପ୍ରାଇସ୍‌ ହେଉଛି ୫,୯୯୯ ଟଙ୍କା ।

HMD Fusion ର ଫିଚର୍ସ ଏବଂ ସ୍ପେସିଫିକେସନ :

୧. HMD Fusion ରେ ଆପଣଙ୍କୁ ୬.୫୬ ଇଞ୍ଚର ଦମଦାର HD+ ଡିସପ୍ଲେ ମିଳିବ । ଡିସପ୍ଲେରେ ୯୦Hz ରିଫ୍ରେସ ରେଟ୍‌ର ସପୋର୍ଟ ଦିଆଯିବ ।

୨. HMD ଏହି ଫୋନକୁ HMD Fusion Gaming Outfit ଏବଂ HMD Fusion Flashy Outfit ରେ ଲଞ୍ଚ କରିଛି ।

୩. ପରଫରମାନ୍ସ ପାଇଁ ଏହି ସ୍ମାର୍ଟଫୋନରେ ଆପଣଙ୍କୁ Snapdragon 4 Gen 2 ପ୍ରୋସେସର ମିଳିବ ।

୪. ଫଟୋଗ୍ରାଫି ପାଇଁ ଏଥିରେ ରିୟର ପ୍ୟାନେଲରେ ୧୦୮MP ର ପ୍ରାଇମେରୀ କ୍ୟାମେରା ଦିଆଯାଇଛି ।

୫. ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ଆପଣଙ୍କୁ ଫ୍ରଣ୍ଟରେ ୫୦ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି ।

୬. ସ୍ମାର୍ଟଫୋନକୁ ପାଓ୍ୱାର ଦେବା ପାଇଁ ଏଥିରେ ୫୦୦୦mAh ର ବ୍ୟାଟେରୀ ରହିଛି ଯାହା ୩୩W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ ।

You might also like