ଭାରତୀୟ ମାର୍କେଟକୁ ଆସିବ Nokia 105 ମଡେଲ, ଥରେ ଚାର୍ଜ କଲେ ଚାଲିବ ପ୍ରାୟ ୧୮ ଦିନ

ଆପଣ ଜାଣିଥିବେ ବର୍ତ୍ତମାନ ଚାଲିଛି ସ୍ମାର୍ଟ୍ ଫୋନର ଦୁନିଆ । ସେଥିପାଇଁ ଏବେ ଯାହାକୁ ଦେଖିବେ ସମସ୍ତେ ଅଧିକରୁ ଅଧିକ ସ୍ମାର୍ଟ୍ ଫୋନ୍ ବ୍ୟବହାର କରୁଛନ୍ତି। ହେଲେ ଆପଣ ନୋକିଆ କି ପ୍ୟାଡ ଫୋନ୍ ବିଷୟରେ ଜାଣିଥିବେ। କାରଣ ଏହାକୁ ସର୍ବ ପ୍ରଥମେ ବ୍ୟବହାର କରାଯାଉଥିଲା। ଯାହାକି ଅଧିକ ଦିନ ପର୍ଯ୍ୟନ୍ତ ଲାଷ୍ଟିଂ ମଧ୍ୟ କରୁଥିଲା। କିନ୍ତୁ ସ୍ମାର୍ଟ ଫୋନ୍ ଆସିବା ପରେ ଏହି ଫୋନ ମାର୍କେଟରୁ କିଛି ଦିନ ପାଇଁ ଉଭା ନେଇଗଲା। ଏହା ପରେ ମଧ୍ୟ ନୋକିଆକୁ ଲୋକେ ଏତେ ପସନ୍ଦ କରୁଥିଲେ ସ୍ମାର୍ଟ୍ ଫୋନ କିଣି ସାରିବା ପରେ ମଧ୍ୟ ସେମାନେ ଏହି ଫୋନ୍ କିଣି ବ୍ୟବହାର କରୁଥିଲେ। କାରଣ ଏହା ଅଧିକ ସମୟ ପର୍ଯ୍ୟନ୍ତ ଚାର୍ଜ ରଖୁଥିଲା ଓ ଖରାପ ମଧ୍ୟ ହେଉନଥିଲା।

Nokia
Picture Credit – Nokia corporation

ତେବେ ବର୍ତ୍ତମାନ ମଧ୍ୟ ଭାରତୀୟ ମାର୍କେଟରେ ଲଞ୍ଚ ହେବାକୁ ଯାଉଛି ନୋକିଆର ଲାଟେଷ୍ଟ ଭର୍ସନ Nokia 105, HMD Global କମ୍ପାନୀ Nokia ର ଏକ ଜବରଦସ୍ତ ମଡେଲ୍‌ ଲଞ୍ଚ କରିଛି। ଏହି ମଡେଲ୍‌ରେ ବ୍ୟାଟେରୀର ଚାର୍ଜ ରଖିବା କ୍ଷମତା ରହିଛି ୧୮ଦିନ ପର୍ଯ୍ୟନ୍ତ। ଏହି ଫୋନର ଫିଚର ଜାଣିଲେ ଆପଣ ପୂର୍ବରୁ ବ୍ୟବହାର କରିଥିବା Nokia ମଡେଲ କଥା ମନେପଡିଯିବ।

ଆସନ୍ତୁ ଜାଣିବା Nokia 105 ମଡେଲ ବିଷୟରେ:

HMD Global କମ୍ପାନୀ, ଆଫ୍ରିକା ପାଇଁ ଡିଜାଇନ୍ କରିଥିବା ଏକ ନୂଆ ଫିଚର ଫୋନ୍‌ Nokia 105 ଲଞ୍ଚ କରିଛି। ଏହି Nokia 105 ମଡେଲକୁ ଆଫ୍ରିକା ଏଡିସନ୍ ପରି ପୂର୍ବ ଭଳି ଡିଜାଇନ୍ କରାଯାଇଛି।
ଏହି Nokia 105 ମଡେଲକୁ ସର୍ବପ୍ରଥମେ ୨୦୧୯ ମସିହାରେ ଲଞ୍ଚ କରାଯାଇଥିଲା ଓ କମ୍ପାନୀ ପୂର୍ବ ବର୍ଷ 4G କନେକ୍ଟିଭିଟି ସହିତ ଏହି ନୂଆ ମଡେଲ୍‌ ଲଞ୍ଚ କରିଥିଲା। ଏହି ନୂଆ ମଡେ଼ଲରେ ବେଶି ପରିବର୍ତ୍ତନ କରାଯାଇନାହିଁ କିନ୍ତୁ ଏହା ଯେମିତି ଅଧିକ ସମୟ ବ୍ୟବହାର ହୋଇପାରିବ ସେହି ଉପରେ ଗୁରୁତ୍ଵ ଦିଆଯାଇଛି ।

Nokia 105 ଆଫ୍ରିକି ଏଡିସନ୍‌ 1.77-ଇଞ୍ଚ୍‌ QVGA ସ୍କ୍ରିନ୍ ସହିତ ମାର୍କେଟରେ ଉପଲବ୍ଧ। ଖାଲି ଏତିକି ନୁହେଁ ଏଥିରେ ଲୋକପ୍ରିୟ ସ୍ନେକ୍‌ ଗେମ୍‌ ସହ ଆହୁରି ୧୦ଟି ଗେମ୍‌ ପୂର୍ବରୁ ଇନଷ୍ଟଲ ହୋଇଛି। କହିବାକୁ ଗଲେ ଏହାକୁ ରିଅର ସେଲ ଯୁକ୍ତ ପଲିକାର୍ବୋନେଟ ଥିବା ଏକ ସେଲ ଫୋନ୍ ମଧ୍ୟ କୁହାଯାଇପାରିବ। ଏହି ଫିଚର ଫୋନ ଏକ ୟୁନିସୋକ 6531E ପ୍ରୋସେସର ଦ୍ୱାରା ସଞ୍ଚାଳିତ ହେଉଛି ଯାହାକୁ 4MB ର‍୍ୟାମ୍‌ ସହ ସଂଯୁକ୍ତ କରାଯାଇଛି। ଏହି ଫୋନରେ ଆପଣଙ୍କୁ 4MB ଷ୍ଟୋରେଜ ମଧ୍ୟ ମିଳିବ।

ଫୋନ ସିରିଜ୍ S30 +OS ରେ ଚାଲି ଥାଏ ଓ କେବଳ 2G କନେକ୍ଟିଭିଟିକୁ ସପୋର୍ଟ କରିଥାଏ। Nokia 105 ର ବ୍ୟାଟେରୀ କଥା କହିବାକୁ ଗଲେ ଏଥିରେ 800 MAH ପାୱାର ର ବ୍ୟାଟେରୀ ରହିଛି, ଯାହାକି ଥରେ ଚାର୍ଜ ହେବା ପରେ ପ୍ରାୟ ୧୮ ଦିନ ପର୍ଯ୍ୟନ୍ତ ଚାଲିବ । ଏହା ହେଉଛି ଏହି ଫୋନର ସବୁଠୁ ବଡ଼ ଆଡଭାଣ୍ଟେଜ। ଏମିତି ଆପଣ ଯଦି ୧୨ ଘଣ୍ଟା ପର୍ଯ୍ୟନ୍ତ କାହା ସହ ଫୋନରେ କଥା ହେଉଛନ୍ତି ତେବେ ଏହାର ଚାର୍ଜ ସରିବାର ଡର ନଥିବ। ଏହି ଫୋନର ବ୍ୟାଟେରୀକୁ ମାଇକ୍ରୋୟୁଏସବି କନେକ୍ଟର ମାଧ୍ୟମରେ ଚାର୍ଜ କରାଯାଇପାରିବ। ଏଥିରେ ଏକ ବିଲ୍ଡ- ଇନ୍ ଟର୍ଚ୍ଚଲାଇଟ୍‌ ମଧ୍ୟ ରହିଛି ।

ନୋକିଆ କମ୍ପାନୀ ଏହା ମଧ୍ୟ କହିଛି ଯେ ଏଥିରେ ୨୦୦୦ଟି କଣ୍ଟାକ୍ଟ ନମ୍ବର ଓ ୫୦୦ଟି ମେସେଜ ସେଭ୍‌ କରି ରଖାଯାଇପାରିବ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ Nokia 105 ର ମୂଲ୍ୟ କୁହାଯାଇ ନାହିଁ। କିନ୍ତୁ
ବିଶ୍ୱର ସନେକ ସ୍ଥାନରେ ଅଳ୍ପ ମୂଲ୍ୟରେ ଏହି ଫୋନ ମିଳିଯାଏ ତେଣୁ ଅଧିକାଂଶ ଲୋକ ଏହାକୁ ବ୍ୟବହାର କରନ୍ତି । କମ୍ପାନୀ ଆଶା ରଖିଛି ଯେ ଏହି ବର୍ଷ ମଧ୍ୟ Nokia 105 ଭଲ ଫିଚର୍ ସହିତ ଭାରତୀୟ ମାର୍କେଟରେ ଲଞ୍ଚ ହେବ କିନ୍ତୁ ଏହାର ତାରିଖ ଘୋଷୋଣା କରାଯାଇନାହିଁ। ଏହା ବର୍ତ୍ତମାନ ଆଫ୍ରିକାରେ ଉପଲବ୍ଧ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.