ଭାରତରେ ଅନେକ ଫୋନ୍ ଲଞ୍ଚ ହୋଇଥାଏ । ଏକଥା ଆପଣମାନେ ବି ଜାଣିଥିବେ ନିଶ୍ଚୟ । କେତେବେଳେ ଅଧିକ ପ୍ରାଇସର ଫୋନ୍ ଲଞ୍ଚ ହୁଏ ତ କେତେବେଳେ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ ହୋଇଥାଏ । କିନ୍ତୁ ମଧ୍ୟମ ଶ୍ରେଣୀର ଲୋକମାନେ ସବୁବେଳେ ଅପେକ୍ଷାରେ ଧାଆନ୍ତି ଯେ କେବେ ଶସ୍ତା ଫୋନ୍ ଲଞ୍ଚ ହେବ । ଏହି ଲୋକମାନଙ୍କ ଖୁସି ଆଉ ଆଶାକୁ ଆଖିଆଗରେ ରଖି HMD ଲଞ୍ଚ କରିଛି ଏକ ଜବରସ୍ତ ସ୍ମାର୍ଟଫୋନ୍ । ଯାହାର ପ୍ରାଇସ୍ ବହୁତ୍ କମ୍ ହେଲେ ଫିଚର୍ସ ରହିଛି ଯବରଦସ୍ତ । ତେବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।
HMD ଭାରତରେ ଏହାର ଶସ୍ତା 5G ଫୋନ୍ ଲଞ୍ଚ କରିଛି, ଯେଉଁଥିରେ ୬୦୦୦mAh ବ୍ୟାଟେରୀ ଅଛି । ଏହି ଫୋନ୍ ଗତ ବର୍ଷର Vibe 5Gର ଏକ ଅପଗ୍ରେଡ୍ ମଡେଲ୍ । HMDର ଏହି ଶସ୍ତା ଫୋନର ଫିଚର୍ସ ବିଷୟରେ କହିବାକୁ ଗଲେ, ଏହାର IP64 ୱାଟର ଏବଂ ଡଷ୍ଟ ରେସିଷ୍ଟାନ୍ସ ରେଟିଂ ରହିଛି । ଫୋନର ଲୁକ୍ ଏବଂ ଡିଜାଇନ୍ ମଧ୍ୟ Gen-Z କୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି ।
HMD Vibe 2 5G ଫିଚର୍ସ:
HMDର ଏହି ବଜେଟ୍ ଫୋନ୍ଟି ୬.୭ ଇଞ୍ଚ HD+ ଡିସ୍ପ୍ଲେ ସହିତ ୧୨୦Hz ରିଫ୍ରେସ୍ ରେଟ୍ ସହିତ ଆସିଥାଏ । ଏଥିରେ ୪GB RAM ଏବଂ ୧୨୮GB ଷ୍ଟୋରେଜ୍ ଅଛି । ଏହି ଫୋନର ମେମୋରୀକୁ microSD କାର୍ଡ ମାଧ୍ୟମରେ ଏକ୍ସପାଣ୍ଡ କରାଯାଇପାରିବ । ଏହି ଫୋନଟି IP64 ରେଟିଂ ପାଇଛି, ଯାହା ଏହାକୁ ୱାଟର ଏବଂ ଡଷ୍ଟ ରେସିଷ୍ଟାନ୍ସ କରିଥାଏ ।
HMD Vibe 2 ଏକ Unisoc ପ୍ରୋସେସର ଦ୍ୱାରା ପରିଚାଳିତ । ଏହା 4GB RAM ସହିତ ୧୨୮GB ପର୍ଯ୍ୟନ୍ତ ଷ୍ଟୋରେଜକୁ ସପୋର୍ଟ କରେ । ଏହା Android 16 ଅପରେଟିଂ ସିଷ୍ଟମରେ ଚାଲିଥାଏ । ଏଥିରେ ୫୦MP କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ୮MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । HMD ଫୋନଟି ଏକ ପାୱାରଫୁଲ୍ 6000mAh ବ୍ୟାଟେରୀ ଏବଂ 18W ଫାଷ୍ଟ ଚାର୍ଜିଂ ପ୍ୟାକ୍ କରେ । ପ୍ରୋଟେକ୍ସନ ପାଇଁ, ଏଥିରେ ଏକ ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ ଫେସ୍ ଅନଲକ୍ ଫିଚର୍ସ ମଧ୍ୟ ସାମିଲ୍ ।
HMD Vibe 2 5G ର ପ୍ରାଇସ୍:
ଏହି HMD ଫୋନ୍ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ ଯାହା ହେଉଛି – ୪GB RAM + ୬୪GB ଷ୍ଟୋରେଜ୍ ଏବଂ ୪GB RAM + ୧୨୮GB ଷ୍ଟୋରେଜ୍ । ଫୋନଟିର ମୂଲ୍ୟ ମାତ୍ର ୧୦,୯୯୯ ଟଙ୍କା ଥିବାବେଳେ ଏହାର ଟପ୍ ଭାରିଆଣ୍ଟର ମୂଲ୍ୟ ୧୧,୯୯୯ ଟଙ୍ଖା ରହିଛି । ଏହି ଫୋନଟି ୯,୪୯୯ ଟଙ୍କାର ଏକ ସ୍ପେଶାଲ୍ ଲଞ୍ଚ ପ୍ରାଇସରେ କିଣାଯାଇପାରିବ । କମ୍ପାନୀ ଫୋନର ମୂଲ୍ୟ ଉପରେ ୧୫୦୦ ଟଙ୍କାର ଡିସକାଉଣ୍ଟ ପ୍ରଦାନ କରୁଛି । ଏଥିସହ ଏହି ଫୋନ ତିନୋଟି କଲର ଅପ୍ସନରେ ମଧ୍ୟ ଲଞ୍ଚ ହୋଇଛି, ଯାହା ହେଉଛି- କସ୍ମିକ୍ ଲାଭେଣ୍ଡର, ନର୍ଡିକ ବ୍ଲୁ ଏବଂ ପିଚ୍ ପିଙ୍କ୍ କଲରରେ ଉପସ୍ଥାପନା କରାଯାଇଛି । ଏହାକୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରୁ ମଧ୍ୟ ଆପଣ କିଣିପାରିବେ । ଯଦି ଆପଣ କମ୍ ବଜେଟରେ ଏକ ଜବରଦସ୍ତ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।
Also read: Realme ଲଭର୍ସ ପାଇଁ ମାର୍କେଟକୁ ଆସିଲା ଦମଦାର ଫୋନ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ