ପୁରୁଣା ହୋଣ୍ଡା ଆକ୍ଟିଭାକୁ ମିନିଟରେ କରନ୍ତୁ ଇଲେକଟ୍ରିକ୍‌ ସ୍କୁଟର, ବହୁତ କମ୍‌ ବି ହେବ ଖର୍ଚ୍ଚ

ହୋଣ୍ଡା ଆକ୍ଟିଭା ଦେଶର ସବୁଠାରୁ ବେଷ୍ଟ ସେଲିଙ୍ଗ ସ୍କୁଟର। ଆଉ ଏବେ ଲୋକମାନେ ଏହାର ଇଲେକଟ୍ରିକ ମଡେଲକୁ ଅପେକ୍ଷା କରିଛନ୍ତି। କିନ୍ତୁ ଆକ୍ଟିଭାର ଇଲେକଟ୍ରିକ ମଡେଲ ବଜାରକୁ ଆସିବା ପୂର୍ବରୁ କନଭରଜନ୍‌ କିଟର ବ୍ୟବହାର ଅଧିକ ବଢ଼ିବାରେ ଲାଗିଛି। କାହିଁକି ଜାଣିଛନ୍ତି ଏହି ଇଲେକଟ୍ରିକ କନଭରଜନ୍‌ କିଟ୍‌ (Electric Conversion Kit) ବହୁତ କମ୍‌ ଖର୍ଚ୍ଚରେ ଆପଣଙ୍କ ରେଗୁଲାର ମଡେଲକୁ ଇଲେକଟ୍ରିକ ସ୍କୁଟରରେ ବଦଳାଇଦେବ।

ପେଟ୍ରୋଲର ଆକାଶ ଛୁଆଁ ଦରବୃଦ୍ଧିକୁ ଦେଖି ପ୍ରାୟ ଗାଡି ମାଲିକଙ୍କ ମୁଣ୍ଡ ବିନ୍ଧା ହେଉଛି। ସହଜ ଆଉ ଆରାମଦାୟକ ଯାତ୍ରା ପ୍ରଦାନ କରୁଥିବା ସ୍କୁଟର ଏବେ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦେଶର ଅନେକ ସହରରେ ପେଟ୍ରୋଲର ଦାମ୍‌ ଶହେ ଟଙ୍କା ଏବଂ ତାଠାରୁ ଅଧିକ ପାର କରିଗଲାଣି। ଖାସ୍‌ କରି ଏହି କାରଣ ଯୋଗୁଁ ଅଧିକାଂଶ ଲୋକ ଇଲେକଟ୍ରିକ ଭେଇକିଲ ଆଡକୁ ମନ ବଳାଉଛନ୍ତି। ଇଲେକଟ୍ରିକ ସ୍କୁଟରର ଦାମ୍‌ ରେଗୁଲାର ସ୍କୁଟର ମୁକାବିଲାରେ ବହୁତ ଅଧିକ ରହିଛି। ତେଣୁ ଲୋକମାନେ ଇଲେକଟ୍ରିକ କନଭର୍ଜନ କିଟକୁ ବେଷ୍ଟ ଅପ୍ସନ ବୋଲି ଭାବୁଛନ୍ତି।

ସ୍କୁଟର ମାମଲାରେ ହୋଣ୍ଡା ଆକ୍ଟିଭା ସବୁଠାରୁ ବେଷ୍ଟ ମଡେଲ। କମ୍ପାନୀ ପ୍ରତି ମାସ ଏହି ସ୍କୁଟରର ଲକ୍ଷେ ରୁ ଅଧିକ ୟୁନିଟ୍ସର ବିକ୍ରି କରୁଛି। ଯଦି ଆପଣଙ୍କ ପାଖରେ ହୋଣ୍ଡା ଆକ୍ଟିଭା ଅଛି ଏବଂ ଆପଣ ପେଟ୍ରୋଲର ଦାମକୁ ନେଇ ଚିନ୍ତିତ ତାହେଲେ ଆପଣ ଏହାକୁ ଇଲେକଟ୍ରିକ ସ୍କୁଟରରେ ପରିବର୍ତ୍ତନ କରିପାରିବେ। ଏହାକୁ କରିବା ପାଇଁ ଆପଣଙ୍କୁ ନୂଆ ସ୍କୁଟର ଭଳି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ବି ପଡିବନି। କଣ ଆଶ୍ଚର୍ଯ୍ୟ ହୋଇଗଲେ କି, ତାହେଲେ ବିଲକୁଲ ବି ଆଶ୍ଚର୍ଯ୍ୟ ହୁଅନ୍ତୁନାହିଁ । ବଜାରରେ ଏମିତି ଅନେକ କମ୍ପାନୀ ରହିଛି ଯେଉଁଠି ଟୁ-ହ୍ଵିଲର୍ସ ପାଇଁ ଇଲେକଟ୍ରିକ କନଭର୍ଜନ କିଟ୍‌ ଉପଲବ୍ଧ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଇଲେକଟ୍ରିକ କିଟ୍‌ ବିଷୟରେ ଜଣାଇବୁ। ଏହି କମ୍ପାନୀ ନିକଟରେ ର କନଭର୍ଜନ କିଟ୍‌ ଲଞ୍ଚ୍‌ କରିଥିଲା। ମହାରାଷ୍ଟ୍ର ବେସଡ୍‌ ଏହି କମ୍ପାନୀ ପାଇଁ ମଧ୍ୟ ଇଲେକଟ୍ରିକ କିଟ୍‌ ଉପଲବ୍ଧ କରୁଛି।

mechanicଆସନ୍ତୁ ଜାଣିବା କଣ ଏହି ଇଲେକଟ୍ରିକ କିଟ୍‌

କମ୍ପାନୀ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ ଏହି ଇଲେକଟ୍ରିକ କନଭର୍ଜନ କିଟ୍‌ ହାଇବ୍ରିଡ ଏବଂ କମ୍ପିଲିଟ ଇଲେକଟ୍ରିକ ଉଭୟ ଫର୍ମାଟରେ ଉପଲବ୍ଧ ରହିଛି। ଏହି ଦୁଇଟା କିଟର ମୂଲ୍ୟ ଅଲଗା ଅଲଗା ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଖାସ୍‌ ହୋଣ୍ଡା ଆକ୍ଟିଭାର ହାଇବ୍ରିଡ ଇଲେକଟ୍ରିକ କିଟ୍‌ ବିଷୟରେ ଜଣାଇବୁ। ଏହି କିଟର ଦାମ୍‌ ରହିଛି ୧୮,୩୩୦ ଟଙ୍କା। ଏହାସହିତ ଜିଏସଟି ଏବଂ ସିପିଙ୍ଗ ଚାର୍ଜ ଜୋଡିବା ପରେ ଏହା ପାଖାପାଖି ୨୩,୦୦୦ ଟଙ୍କା ହୋଇଯିବ।

ସବୁଠାରୁ ଖାସ୍‌ କଥା ହେଉଛି ଏହାକୁ ହୋଣ୍ଡା ଆକ୍ଟିଭାର ପୁରୁଣା ମଡେଲରେ ଇନଷ୍ଟଲ କରାଯାଇହେବ। କେବଳ ଏତିକି ନୁହେଁ କମ୍ପାନୀ ଦାବି କରିଛି ଯେ ଏହି କନଭର୍ଜନ କିଟ ସେହି ସମସ୍ତ ସ୍କୁଟର ପାଇଁ ଉପଯୁକ୍ତ ଯେଉଁଥିରେ ୧୦ ଇଞ୍ଚର ରିୟର ହ୍ଵିଲ (ପଛ ଚକା) ବ୍ୟବହାର କରାଯାଇଥିବ। ଆପଣ ଏହାକୁ କମ୍ପାନୀର ଅଫିସିଆଲ େଓ୍ଵବସାଇଟ ମାଧ୍ୟମରେ ମଧ୍ୟ ଅର୍ଡର କରିପାରିବେ ଏବଂ ନିଜ ଘର ଠିକଣାରେ ବି ମଗାଇ ପାରିବେ।

GoGoA1 ଇଲେକଟ୍ରିକ ସ୍କୁଟର କିଟରେ 60V ଏବଂ 1200W କ୍ଷମତାର ହାଇ ଏଫିସିଏନ୍ସୀ BLDC ହବ୍‌ ମୋଟର ଦିଆଯାଇଛି। ଯାହା ରିଜେନରେଟିଙ୍ଗ ସିନ୍‌ େଓ୍ଵବ କଣ୍ଟ୍ରୋଲ ଏବଂ ରିଷ୍ଟ ଥ୍ରୋଟାଲ ସହିତ ଆସିଥାଏ। ଏଠାରେ ଏହା ଜାଣିବା ବହୁତ ଜରୁରୀ ଯେ ଏହି ମୋଟରର ବ୍ୟବହାର ର କେବଳ ପୁରୁଣା ମଡେଲରେ ହିଁ କରାଯାଇହେବ। ଅର୍ଥାତ୍‌ ଏହାକୁ ଆପଣ ଲାଟେଷ୍ଟ ରେ ଲଗାଇପାରିବେନି।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣଙ୍କୁ ସ୍କୁଟରର ବ୍ୟାଟେରୀ ବାହାରୁ ବି କିଣିପାରିବେ ଯାହା ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ କେତେ କ୍ଷମତାର ଲିଥିୟମ ବ୍ୟାଟେରୀ ନିଜ ସ୍କୁଟରରେ ଲଗାଇବାକୁ ଚାହୁଁଛନ୍ତି। ଆପଣ ଯେଉଁଠି ବ୍ୟାଟେରୀ କିଣୁଛନ୍ତି ସେଠାକାର ଅନୁଯାୟୀ ଏହାର ଦାମ ଭିନ୍ନ ଭିନ୍ନ ଆସିପାରେ। କମ୍ପାନୀ ଏହି କନଭର୍ଜନ କିଟକୁ ଇନଷ୍ଟଲ କରିବା ସମୟରେ ଓ୍ଵାର୍କସପରେ ମେକାନିକକୁ ଭିଡିଓ କଲ୍‌ ମାଧ୍ୟମରେ ଡିରେକ୍ସନ ଦେବାର ଅନୁମତି ବି ଦେଉଛି। ଯାହାଦ୍ୱାରା କିଟକୁ ସହଜରେ ଆପଣଙ୍କୁ ଲଗାହୋଇପାରିବ। କମ୍ପାନୀ ଦାବି କରିଛି ଯେ ଏହି କନଭର୍ଜନ କିଟ ଆରଟିଓ ଦ୍ୱାରା ସିକୃତିପ୍ରାପ୍ତ। ଏହି କିଟକୁ ବ୍ୟବହାର କରିବା ପାଇଁ କୌଣସି ପରିଶ୍ରମ କରିବାକୁ ପଡେନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.