ଜୁଲାଇରୁ ମହଙ୍ଗା ହୋଇପାରେ ହୋଣ୍ଡା କମ୍ପାନୀ କାର, ଜାଣନ୍ତୁ କେତେ ବଢିବ

ଦେଶରେ ଲୋକପ୍ରିୟ ହୋଇଥିବା ହୋଣ୍ଡା କମ୍ପନୀର କାର ଆସନ୍ତା ମାସରୁ ମହଙ୍ଗା ହୋଇପାରେ। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ କାରର ଚାହିଦା ଓ ବଜାର ଦରକୁ ଆଖି ଆଗରେ ରଖି ଆସନ୍ତା ଜୁଲାଇ ମାସରୁ କମ୍ପାନୀ ଏହାର ମୂଲ୍ୟ ବଢାଇବା ବୋଲି ଜଣାପଡିଛି। ଦିନକୁ ଦିନ ଲୋକ ମାନଙ୍କର ଜୀବନ ଶୈଳୀ ବଦଳିବାରେ ଲଗିଛି ଓ ଏହି ଭିତର ମଧ୍ୟ ବଜାରର ସବୁ ଜିନିଷ ମହଙ୍ଗା ହେବାରେ ଲାଗିଛି । ଏଥିପାଇଁ କମ୍ପାନୀର କାର ଉପରେ ୧.୨ ପ୍ରତିଶତ ବୃଦ୍ଧି କରିପାରେ ବୋଲି ଆଶଙ୍କା କରାଯାଉଛି। କଞ୍ଚାମାଲ ସହ ନୂଆ ସୁରକ୍ଷା ଫିଚର୍ସ ଆଡ୍ କରିବା ପାଇଁ ଏହି ଦର ବଦ୍ଧି କରିବା ଲକ୍ଷ ରଖିଛି କମ୍ପାନୀ। ଏହି ମାସରେ ହୋଣ୍ଡା କାର ୧.୧୫ଲକ୍ଷ ଟଙ୍କା ଛାଡରେ ମିଳୁଛି। କାରଣ ଜୁଲାଇ ମାସରୁ ନୂଆ କାର ଗଡିକର ମୂଲ୍ୟ ବୃଦ୍ଧି କରିବା କମ୍ପାନୀ ଲକ୍ଷ ରଖିଛି । ଏହି ବର୍ଷ ମଧ୍ୟ ଅନେକ କାର କମ୍ପାନୀ କାର ଗୁଡିକର ମୂଲ୍ୟ ବୃଦ୍ଧି କରିଥିଲେ। ସେହିପରି ହୋଣ୍ଡା କମ୍ପାନୀ ମଧ୍ୟ ଫ୍ରେବୃଆରୀ ମାସରେ ନିଜ କାର ଗୁଡିକର ମୂଲ୍ୟ ୧୦,୦୦୦ ଟଙ୍କା ବଢାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.