ଜୁନ ୬ରେ Honda Cars India ପକ୍ଷରୁ ଲଞ୍ଚ ହେବ ଏହାର ନୂଆ ଏସୟୁଭି Elevate, ରହିଛି ଭଲ ଫିଚର

ହୋଣ୍ଡା ସବୁବେଳେ କାରର ଏକ ପସନ୍ଦର ବ୍ରାଣ୍ଡ ହୋଇଥାଏ । Honda Cars India ପକ୍ଷରୁ ଏହାର ନୂଆ ଏସୟୁଭି Elevateକୁ ଲଞ୍ଚ କରାଯିବ । ଭାରତ ହେଉଛି ପ୍ରଥମ ଦେଶ ଯେଉଁଠି ଏହି କାରକୁ ବଜାରକୁ ଅଣାଯାଉଛି । ଏହାର ଦାମ ୧୦ଲକ୍ଷ ୫୦ ହଜାରରୁ ୧୨ ଲକ୍ଷ ଭିତରେ ଏକ୍ସ ସୋରୁମ ଦାମ ରହିବ ରହିବ ।

କେନ୍ୟୁଜ୍‌(ବ୍ୟୁରୋ): ହୋଣ୍ଡା ସବୁବେଳେ କାରର ଏକ ପସନ୍ଦର ବ୍ରାଣ୍ଡ ହୋଇଥାଏ । ଭଲ ଫିଚର ସହ ବେଷ୍ଟ ଦାମରେ ଏହି ବ୍ରାଣ୍ଡ ବଜାରକୁ କାର ଆଣିଥାଏ । ବିଶେଷ କରି ମିଡ୍‌-ରେଞ୍ଜ କାର ପାଇଁ ଏହି ବ୍ରାଣ୍ଡ ବେଶ ପପୁଲାର ହୋଇ ରହିଛି । ସିଟି ସେଦାନ ଓ ଆମେଜ ଏହାର ପୁପୁଲାର କାର ହୋଇ ରହିଆସିଛି । ପୁଣି ହୋଣ୍ଡା ପକ୍ଷରୁ ସେଭଳି ଏକ କାର ଅଣାଯାଉଛି ।

Honda Cars India ପକ୍ଷରୁ ଏହାର ନୂଆ ଏସୟୁଭି Elevateକୁ ଲଞ୍ଚ କରାଯିବ । ଜୁନ ୬ ତାରିଖ ଅର୍ଥାତ ଆସନ୍ତାକାଲି ଏହି କାରକୁ କମ୍ପାନୀ ପକ୍ଷରୁ ଲଞ୍ଚ କରାଯିବ । ଭାରତ ହେଉଛି ପ୍ରଥମ ଦେଶ ଯେଉଁଠି ଏହି କାରକୁ ବଜାରକୁ ଅଣାଯାଉଛି । ହୋଣ୍ଡା ସିଟି ଓ ହୋଣ୍ଡା ଆମେଜ ପରେ ଏହା ହେଉଛି କମ୍ପାନୀର ତୃତୀୟ ଏଭଳି କାର । ଏହି କାର ବଜାରକୁ ଆସିଲା ପରେ Hyundai Creta, Kia Seltos, Maruti Suzuki Grand Vitara, Skoda Kushaq, Volkswagen Taigun ଓ MG Astor ସହ ପ୍ରତିଯୋଗିତା କରିବ । ଏହାର ଦାମ ୧୦ଲକ୍ଷ ୫୦ ହଜାରରୁ ୧୨ ଲକ୍ଷ ଭିତରେ ଏହାର ଏକ୍ସ ସୋରୁମ ଦାମ ରହିବ ରହିବ ।

ଏଥିରେ ରହିଛି 1.5 ଲିଟର VTEC DOHC ପେଟ୍ରୋଲ ଇଞ୍ଜିନ । ଏଥିରୁ 121 ହର୍ସ ପାଓ୍ଵାର ଜେନେରେଟ ସହ 145 Nm ପିକ୍‌ ଟର୍ଗ ଜେନେରେଟ କରିବ । ଏହାସହ ଏଥିରେ 6-speed ମାନୁଆଲ ଟ୍ରାନ୍ସମିଶନ ଓ 7-speed CVT ବା continuously variable transmission ରହିଛି ।

ଲୁକକୁ ଦେଖିଲେ ଏହାର ସେଣ୍ଟରରେ ହୋଣ୍ଡାର ଏକ ଲୋଗୋ ରହିଛି । ଏଥିରେ ଆପଣଙ୍କୁ ଏଲଇଡି ହେଡ ଲ୍ୟାମ୍ପ ଦେଖିବାକୁ ମିଳିବ । ଯାହାର ଡିଜାଇନ HR-V ସହ ସମାନ ରହିଛି । DRLs ସହ ଟେଲଲ୍ୟାମ୍ପସ ଦେଖିବାକୁ ମିଳିବ । ଏହା WR-V ସହ ସମାନ ରହିଛି । ୧୭ ଇଞ୍ଚର ଏଲୟ ହୁଇଲ ରହିଛି ସହ ଇଲେକ୍ଟ୍ରି ସନରୁଫ ରହିଛି । ଏଥିରେ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ରହିଛି । ଏହାସହ ଏଥିରେ ଡିଜିଟାଲ ଇନଷ୍ଟମେଣ୍ଟ କ୍ଲଷ୍ଟର, ଅଟୋମେଟିକ କ୍ଲାଇମେଟ କଣ୍ଟ୍ରୋଲ, େଓ୍ଵରଲେସ ଚାର୍ଜର ଓ ଭେଣ୍ଟିଲେଟେଡ ସିଟ ଭଳି ସୁବିଧା ରହିଛି । ସେଫଟି ଫିଚର ହିସାବରେ ଏଥିରେ ୬ଟି ଏୟାର ବ୍ୟାଗ ରହିଛି । ଏହାସହ ଇଏସସି, ଟିସି, ଟିପିଏମଏସ ଫିଚର ରହିଛି । ଏହି କାରରେ ଆପଣଙ୍କୁ ADAS ଫିଚର ଦେଖିବାକୁ ମିଳିବ । ଏହି କାରର ଲମ୍ବା ରହିଛି 4.2 ମିଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.