ସାନଦାର ଫିଚର୍ସ ସହ ମାର୍କେଟକୁ ଆସିଲା Honor 20e, କମ ବଜେଟରେ ୟୁଜରଙ୍କୁ ମିଳିବ ହାଇ କ୍ୱାଲିଟି କ୍ୟାମେରାର ସପୋର୍ଟ

ଟେକ କମ୍ପାନୀ ଅନର ନିଜ ଆଉ ଏକ ଲାଟେସ୍ଟ ସ୍ମାର୍ଟଫୋନ Honor 20e କୁ ବଜାରରେ ଲଂଚ କରିଛି ।  କମ୍ପାନୀର ଏହି ସେଟକୁ ପୂର୍ବରୁ ଲଂଚ ହୋଇଥିବା Honor 20 ଲାଇଟର ଅପ ଗ୍ରେଡ଼ ଭର୍ଜନ ଭାବେ ଧରାଯାଉଛି ।  ସ୍ମାର୍ଟ ୟୁଜର୍ସ ମାନଙ୍କୁ ଏହି ସ୍ମାର୍ଟଫୋନରେ ୪ ଜିବି ରାମ, ଏଚଡ଼ି ଡିଷ୍ପ୍ଲେ ଓ ଦମଦାର ପ୍ରୋସେସରର ଦମଦାର ସପୋର୍ଟ ମିଳିପାରିବ ।  ତେବେ ଆସନ୍ତୁ ଏହି ଫୋନର ଦର ଓ ସ୍ପେସିଫିକେସନ ଗୁଡିକ ବିଷୟରେ ଜାଣି ରଖିବା ।

Honor 20eର ୪ ଜିବି ରାମ + ୬୪ ଜିବି ଷ୍ଟୋରେଜ ବିଶିଷ୍ଟ ଭେରିୟାଣ୍ଟର ଦର କମ୍ପାନୀ ତରଫରୁ ୧୮୦ ୟୁରୋ ବା ଭାରତୀୟ ମୁଦ୍ରା ଅନୁଯାୟୀ 14,800 ଟଙ୍କା ରଖାଯାଇଛି ।  ଗ୍ରାହକ ମାନଙ୍କ ପସନ୍ଦକୁ ଆଖି ଆଗରେ ରଖି କମ୍ପାନୀ ବ୍ଲାକ, ଫେଣ୍ଟମ ବ୍ଲୁ ରଙ୍ଗରେ ଉପଲବ୍ଧ କରୁଛି ।  ଫିଚର୍ସ ଦୃଷ୍ଟିରୁ ଦେଖିଲେ କମ୍ପାନୀ ଏହି ସ୍ମାର୍ଟ ଫୋନରେ ୬.୨୧ ଇଞ୍ଚର ଫୁଲ ଏଚଡ଼ି ପ୍ଲସ ଡିଷ୍ପ୍ଲେର ମଧ୍ୟ ସୁବିଧା ଦେଉଛି | ଯାହାର ରିଜୋଲୁସନ ୧୦୮୦X ୨୩୪୦ ପିକଶଲ ରହିବ ।

 

Honor 9X Lite and Honor 20E with octa-core Kirin 710 chipset ...

ଏହା ସହ Honor 20e ସ୍ମାର୍ଟଫୋନରେ ଅକଟାକ କିରିନ ୭୧୦ ଏଫ ଚିପସେଟର ସପୋର୍ଟ ମଧ୍ୟ ଦିଆଯାଇଛି ।  ୟୁଜରଙ୍କୁ ଷ୍ଟାଇଲିସ ଲୁକ ଦେଉଥିବା ଏହି ସ୍ମାର୍ଟଫୋନଟି ଏଣ୍ଡ୍ରଏଡ଼ ୯ ଓ ଇଏମ୍ୟୁଏଇ ୯.୧ ଅପରେଟିଙ୍ଗ ସିଷ୍ଟମରେ ହିଁ କାମ କରିଥାଏ ।  ଏସବୁ ସୁବିଧା ବ୍ୟତୀତ
ୟୁଜରଙ୍କୁ ଏହି ଫୋନରେ ବ୍ୟାକ ପ୍ୟାନେଲରେ ଟ୍ରିପଲ କ୍ୟାମେରା ସେଟଅପ ମିଳିପାରିବ ।  ଯେଉଁଥିରେ ୨୪ ମେଗାପିକଶାଲର

ପ୍ରାଇମେରୀ ସେନ୍ସର, ୮ ମେଗାପିକଶାଲର ଡେ଼ପଥ ଲେନ୍ସ ସମେତ ୨ ମେଗା ପିକଶାଲା ସେନ୍ସର ମଧ୍ୟ ଉପଲବ୍ଧ ଅଛି ।  ଏହାବାଦ ସେମାନେ ୮ ମେଗାପିକଶାଲା ଫ୍ରଣ୍ଟ ସେଲ୍ଫି କ୍ୟାମେରାର ସୁବିଧା ବି ଉଠାଇ ପାରିବେ । କନେକ୍ଟିଭିଟି ଦୃଷ୍ଟିରୁ ଦେଖିଲେ ଏହି ସ୍ମାର୍ଟଫୋନରେ ୱାଇ- ଫାଇ, ବଳୁଟୁଥ, ଜିପିଏସ ଓ ୟୁଏସବି ପୋର୍ଟ ଟାଇପ- ସି ପରି ଫିଚର୍ସ ଦିଆଯାଇଛି ।  ଏହାବାଦ ୟୁଜର୍ସଙ୍କୁ ଏହି ସ୍ମାର୍ଟଫୋନରେ ୩,୪୦୦ ଏମଏଏଚ ବ୍ୟାଟେରୀ ସପୋର୍ଟ ମଧ୍ୟ ମିଳିବ ।

Leave A Reply

Your email address will not be published.