ଭାରତରେ ଲଞ୍ଚ ହେଲା ଅନର ୭ଏସ୍ , ଜାଣନ୍ତୁ ଏହାର ମୂଲ୍ଯ ଏବଂ ଫିଚର

ନୂଆଦିଲ୍ଲୀ : ହୁୱାଇର ସବବ୍ରାଣ୍ଡ ଅନର ଭାରତରେ ଲଞ୍ଚ କରିଛି ନିଜର ନୂତନ ସ୍ମାର୍ଟଫୋନ୍ ଅନର ୭ଏସ୍। ମଇ ମାସରେ ପାକିସ୍ଥାନରେ ଲଞ୍ଚ ହୋଇଥିବା ଅନର ୭ଏସକୁ ଆଜି ଭାରତରେ ଲଞ୍ଚ କରାଯାଇଛି। ଅନର ୭ଏ , ଅନର ୭ସି ପରେ କମ୍ପାନୀ ଏହିକୁ ବଜେଟ ଫୋନ ଭାବେ ଲଞ୍ଚ କରିଛି। ଏହି ମୋବାଇଲର ଖାସ କଥା ହେଉଛି ଏହାର ୧୮.୯ ଏଚଡ଼ି ପ୍ଲସ ଡ଼ିସପ୍ଲେ ଏବଂ ୩୦୨୦ ଏମଏଏଚ୍ ବ୍ଯାଟେରୀ।
ଅନର ୭ଏସର ୨ଜିବି ରାମ୍/୧୬ ଜିବି ଷ୍ଟୋରେଜ୍ ବାରିଏଣ୍ଟର ମୁଲ୍ଯ ୬,୯୯୯ଟଙ୍କା ରହିଛି। ତେବେ ସ୍ମାର୍ଟଫୋନକୁ ଫ୍ଳିପକାର୍ଟରେ ଏକ୍ସକ୍ଯୁସିଭ୍ ଭାବେ ଲଞ୍ଚ କରାଯାଇଛି। ଏହାଛଡ଼ା ଫୋନକୁ ଅନଲାଇନ୍ ଷ୍ଟୋରରେ ମଧ୍ୟ ଉପଲବ୍ଧ କରାଯାଇଛି। ଫୋନଟିକୁ କଳା, ବ୍ଲୁ ଏବଂ ଗୋଲେଡ଼େନ୍ ରଙ୍ଗରେ ଉପଲବ୍ଧ କରାଯାଇଛି। ଅନର ୭ଏସର ବିକ୍ରି ୧୪ ସେପ୍ଟେମ୍ବର ଦ୍ବିପହର ୧୨ଟା ବେଳୁ ଆରମ୍ଭ ହେବାକୁ ଯାଉଛି।

honor7s

କଣ ରହିଛି ଫିଚର :

ଅନର ୭ଏସର ଡ଼ିସପ୍ଲେ ୫.୫୪ ଇଞ୍ଚ ଏଚଡ଼ି+ ବିଶିଷ୍ଟ ରହିଛି। ଫୋନରେ କ୍ବାଡ଼କୋର ମିଡ଼ିୟାଟେକ୍ ଏମଟି୬୭୩୯ ପ୍ରୋସେସର ବିଶିଷ୍ଟ ରହିବା ସହ ୨ଜିବି ରାମ୍ ଏବଂ ୧୬ ଜିବି ଷ୍ଟୋରେଜ୍ ରହିଛି। ଏହାର ରିଅର କ୍ଯାମେରା ୧୩ ମେଗାପିକ୍ସଲ ରହିଥିବା ବେଳେ ସାମ୍ନା ରହିଛି ୫ ମେଗାପିକ୍ସଲ।ମୋବାଇଲଟି ଉଦ୍ଭୟ ଫେସ୍ ଏବଂ ଫିଙ୍ଗର ଅନଲକ୍ ସେନ୍ସର ବିଶିଷ୍ଟ ରହିଛି। ସ୍ମାର୍ଟଫୋନକୁ ପାୱାର ଦେବା ପାଇଁ ୩୦୨୦ ବ୍ଯାଟେରୀ ମଧ୍ୟ ରହିଛି। ତେବେ ଏହାର ମୂଲ୍ଯ କେବଳ ୬୯୯୯ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.