ଟେକ୍

ଭାରତରେ ଲଞ୍ଚ ହେବାକୁ ଯାଉଛି Honor Magic V2, Vivoକୁ ଦେବ କଡା ଟକ୍କର

ଯଦି ଆପଣଙ୍କର ସ୍ମାର୍ଟଫୋନ୍ ପୁରୁଣା ହୋଇଗଲାଣି ଏବଂ ଆପଣ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । କେବଳ ଏତିକି ନୁହେଁ, ଯଦି ଆପଣ ନିଜର ସାଧାରଣ ସ୍ମାର୍ଟଫୋନକୁ ଏକ ଫୋଲଡେବଲ୍ ସ୍ମାର୍ଟଫୋନ୍ ସହିତ ଏକ୍ସଚେଞ୍ଜ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଦୁଇଗୁଣ ଖୁସି ଖବର ଅଛି । ବାସ୍ତବରେ, ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଖୁବ ଶୀଘ୍ର ଭାରତରେ ଏକ ନୂଆ ଫୋଲଡେବଲ୍ ଫୋନ୍ ଲଞ୍ଚ କରିପାରେ ।

ଏଥିରେ ଆପଣ କମ୍ ମୂଲ୍ୟରେ ଅନେକ ଦମଦାର ଫିଚର୍ସ ପାଇବାକୁ ଯାଉଛନ୍ତି । Honor Magic V2 ବିଶ୍ୱ ବଜାରରେ ଲଞ୍ଚ କରାଯାଇଛି । ବର୍ତ୍ତମାନ ଏଭଳି ଖବର ବାହାରକୁ ଆସୁଛି ଯେ କମ୍ପାନୀ ବର୍ତ୍ତମାନ ଏହାକୁ ଭାରତରେ ବି ଲଞ୍ଚ କରିପାରିବ । Honor ଦୁଇଟି ସ୍ମାର୍ଟଫୋନ୍ Honor Magic V2 ଏବଂ Honor Magic V2 RSR କୁ ନୂଆ ମ୍ୟାଜିକ୍ ସିରିଜରେ ଅନ୍ତର୍ଭୁକ୍ତ କରିଛି । HTech ସିଇଓ ମାଧବ ସେଠ ଅପକମିଂ ସିରିଜକୁ ନେଇ ମଧ୍ୟ ଏଲ ବଡ ଅପଡେଟ ଦେଇଛନ୍ତି।

ମାଧବ ସେଠଙ୍କ ପୋଷ୍ଟରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ Honor Magic ସିରିଜ୍ ଭିଭୋ X Fold 3 କୁ କଡ଼ା ପ୍ରତିଯୋଗିତା ଦେବ । ଅନ୍ୟ ଫୋଲଡେବଲ୍ ଫୋନ୍ ତୁଳନାରେ Honorର ଆଗାମୀ ସିରିଜରେ ଅନେକ ଭିନ୍ନ ଫିଚର ରହିବ । କମ୍ପାନୀ ଗତ ବର୍ଷ ସେପ୍ଟେମ୍ବରରେ Honor Magic V2 ଲଞ୍ଚ କରିଥିଲା । ଏହା ପରେ, Honor ଏହାର ଦ୍ୱିତୀୟ ମଡେଲ୍ ମ୍ୟାଜିକ୍ V2 RSR କୁ Porsche Design ସହିତ ଲଞ୍ଚ କରିଥିଲା ।

Honor Magic V2 ସ୍ପେସିଫିକେସନ୍ସ:

-Honor Magic V2 ରେ, ୟୁଜରମାନେ ୬.୪୩ ଇଞ୍ଚ କଭର ଡିସପ୍ଲେ ଏବଂ ୭.୯୨ ଇଞ୍ଚ ଇନର୍ ଡିସପ୍ଲେ ପାଇବେ ।

-ଆପଣ ଉଭୟ ଫୋନର ଡ଼ିସପ୍ଲେରେ OLED ଡିସପ୍ଲେ ପାଇବେ ଯେତେବେଳେ ଏହାର ୧୨୦Hz ର ରିଫ୍ରେସ ରେଟ ରହିବ ।

-Honor Magic V2 ରେ, ଗ୍ରାହକମାନେ Snapdragon 8 Gen 2 SoC ପ୍ରୋସେସର ପାଇବେ ।

-ଉଭୟ ସ୍ମାର୍ଟଫୋନରେ ଗ୍ରାହକମାନେ ୧୬ ଜିବି ରାମ୍ ଏବଂ ୧TB ପର୍ଯ୍ୟନ୍ତ ଷ୍ଟୋରେଜ୍ ପାଇବେ ।

-Honor Magic V2 ରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିବ ଯେଉଁଥିରେ ୫୦ + ୫୦ + ୨୦ ମେଗାପିକ୍ସେଲ କ୍ୟାମେରା ରହିବ ।

-Honor Magic V2 ରେ, ୟୁଜରମାନେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୧୬ ମେଗାପିକ୍ସେଲ କ୍ୟାମେରା ପାଇବେ ।

-ସ୍ମାର୍ଟଫୋନକୁ ପାୱାର ଦେବା ପାଇଁ ଏହାକୁ ୫୦୦୦mAh ବ୍ୟାଟେରୀ ଯୋଗାଇ ଦିଆଯାଇଛି ।

Srujanika Panda

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

2 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

16 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

27 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

35 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

51 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

60 mins ago