Honor ଖୁବଶୀଘ୍ର ଲଞ୍ଚ କରିବ ଏକ ଜବରଦସ୍ତ ସ୍ମାର୍ଟଫୋନ୍, ଫିଚର୍ସ ରହିଛି ବଢ଼ିଆ

Honor ଖୁବଶୀଘ୍ର ଏକ ବଡ଼ ସରପ୍ରାଇଜ୍ ଦେବାକୁ ଯାଉଛି । ଚୀନ୍ ବ୍ରାଣ୍ଡ ଭାରତରେ ୮,୦୦୦ mAh ବ୍ୟାଟେରୀ ସହିତ ଏକ ପାୱାରଫୁଲ ସ୍ମାର୍ଟଫୋନ୍ ଲଞ୍ଚ କରିପାରେ । Honor କିଛି ସମୟ ଧରି କୌଣସି ପ୍ରଡକ୍ଟ ଲଞ୍ଚ କରିନାହିଁ । ଏହି ସ୍ଥିତିରେ ଚୀନ୍ ବ୍ରାଣ୍ଡର ଏହି ସ୍ମାର୍ଟଫୋନ୍ Samsung, Vivo, Realme, Xiaomi ସହିତ କଡା ଟକ୍କର ଦେଇପାରେ । ଗତ ବର୍ଷ କମ୍ପାନୀ ଅନବ୍ରେକବଲ୍ ସ୍ମାର୍ଟଫୋନ୍ Honor X9b ଲଞ୍ଚ କରି ୟୁଜର୍ସ ବେସ୍ ଖୁସି କରିଥିଲା । ଏହା ବ୍ୟତୀତ, କମ୍ପାନୀ ୨୦୦ MP କ୍ୟାମେରା ସହିତ ଏକ ଶସ୍ତା ଫୋନ୍ ମଧ୍ୟ ଉପସ୍ଥାପନ କରିଥିଲା ।
ଚାଇନିଜ୍ ଟିପଷ୍ଟର୍ ଡିଜିଟାଲ୍ ଚାଟ୍ ଷ୍ଟେସନ୍ (DCS) ମାକ୍ରୋବ୍ଳଗିଂ Weibo ରେ Honor ର ଏହି ଅପକମିଙ୍ଗ ବିଷୟରେ ଇନଫରମେସନ୍ ସେୟାର କରିଛି । DCS ଦାବି କରିଛି ଯେ କମ୍ପାନୀ ଏକ ବଡ଼ ବ୍ୟାଟେରୀ ବିଶିଷ୍ଟ ଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହା କିଛି ଏପ୍ରିଲ୍ ଫୁଲର ମଜ୍ଜା ନୁହେଁ । କମ୍ପାନୀ ଏହି ଫୋନଟି MIIT ଡାଟାବେସରେ DVD-AN00 ମଡେଲ ନମ୍ବର ସହିତ ଦେଖାଯାଇଛି । ଏହା ବ୍ୟତୀତ ଏଥିରେ ଶୀଘ୍ର 3C ସାର୍ଟିଫିକେସନ୍ ମଧ୍ୟ ମିଳିବାକୁ ଯାଉଛି ।
ଟିପଷ୍ଟର ଅନୁଯାୟୀ, Honor ର ଏହି ସ୍ମାର୍ଟଫୋନ୍ ଏକ ମିଡ୍ ରେଞ୍ଜ ଡିଭାଇସ୍ ହେବ । ଯେଉଁଥିରେ ୮,୦୦୦ mAh ର ଦମଦାର୍ ବ୍ୟାଟେରୀ ଦିଆଯାଇପାରିବ । ଏହା ବ୍ୟତୀତ ଫୋନରେ ୮୦ W ର ଚାର୍ଜିଂ ଫିଚର ମିଳିପାରିବ । କମ୍ପାନୀ ନିଜର ଏହି ମିଡ୍ ବଜେଟ୍ ଫୋନରେ ସିଲିକନ୍-କାର୍ବନ ବ୍ୟାଟେରୀର ବ୍ୟବହାର କରାଯାଇପାରିବ, ଯେଉଁଥି ପାଇଁ ଫୋନର ୱେଟ୍ ଅଧିକ ହେବ ନାହିଁ ।
Honor ବ୍ୟତୀତ, Realme ମଧ୍ୟ ୮,୦୦୦ mAh ର ବ୍ୟାଟେରୀ ସମେତ ଏକ ସ୍ମାର୍ଟଫୋନ୍ ଉପରେ କାମ କରିଥାଏ । କମ୍ପାନୀର ଏହି ଫୋନ୍ ୮୦ W SuperVOOC ଫାଷ୍ଟ ଚାର୍ଜିଂ ସହିତ ଆସିପାରେ । Realme ନିକଟରେ ୬,୦୦୦ mAh ବ୍ୟାଟେରୀ ସ୍ମାର୍ଟଫୋନ୍ ଭାରତୀୟ ବଜାରରେ ଲଞ୍ଚ କରିଛି । ଚୀନ୍ ବ୍ରାଣ୍ଡର ଏହି ସ୍ମାର୍ଟଫୋନ୍ Realme P3 ସିରିଜରେ ଉପସ୍ଥାପନ କରାଯାଇଛି ।
ଗତ ବର୍ଷ ଲଞ୍ଚ ହୋଇଥିବା Honor ର ମିଡ୍ ବଜେଟ୍ ଫୋନ୍ X9b ରେ ୬.୭୮ ଇଞ୍ଚର ଡିସପ୍ଲେ ଅଛି । ଏହି ଫୋନରେ ୫,୮୦୦ mAh ର ବ୍ୟାଟେରୀ ଅଛି । ଏହା ବ୍ୟତୀତ ଫୋନରେ ଫାଷ୍ଟ ଚାର୍ଜିଂ ଫିଚର ଏବଂ ଅକ୍ଟାକୋର ପ୍ରୋସେସର ଦିଆଯାଇଛି । ଏହି Honor ଫୋନ୍ ୮ GB RAM ଏବଂ ୨୫୬ GB ଷ୍ଟୋରେଜକୁ ସପୋର୍ଟ କରେ । ଏହି ସ୍ମାର୍ଟଫୋନର ବ୍ୟାକରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି, ଯେଉଁଥିରେ ୧୦୮ MP ର ମେନ୍, ୫ MP ର ଅଲ୍ଟ୍ରା ୱାଇଡ୍ ଏବଂ ୨ MP ର ମାକ୍ରୋ କ୍ୟାମେରା ସାମିଲ୍ ଅଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୧୬ MP ର କ୍ୟାମରୋ ମିଳିବ ।
Also read: ଭାରତରେ ଲଞ୍ଚ ହେଲା Motorola Edge 60 Fusion, ଜାଣନ୍ତୁ ପ୍ରାଇସ୍ ଏବଂ ପିଚର୍ସ