ଲଞ୍ଚ ହେବ Honor X9c, ରହିଛି ଜବରଦସ୍ତ ସ୍ପେସିଫିକେସନ୍

Honor India ବର୍ତ୍ତମାନ୍ X-ସିରିଜ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଅପକମିଙ୍ଗ ସ୍ମାର୍ଟଫୋନର ମାଇକ୍ରୋସାଇଟ୍ ଅନଲାଇନ୍ ସପିଂ ୱେବସାଇଟ୍ ଆମାଜନରେ ଲଞ୍ଚ କରାଯାଇଛି । ଏହି ମାଇକ୍ରୋସାଇଟରେ କମ୍ପାନୀ ଏହି ଫୋନର ଡିଜାଇନ୍ ଏବଂ ହାର୍ଡୱେର୍ ଡିଟେଲ୍ସ ସେୟାର କରିଛି । ବର୍ତ୍ତମାନ କମ୍ପାନୀ ଏହି ଅପକମିଙ୍ଗ ଫୋନର ମାର୍କେଟିଂ ନାମ ପ୍ରକାଶ କରିନାହିଁ । କିଛି ରିପୋର୍ଟ ଦାବି କରୁଛି ଯେ ଏହାକୁ Honor X9c ନାମରେ ଲଞ୍ଚ କରାଯାଇପାରିବ ।

Honor X9c ସ୍ମାର୍ଟଫୋନ୍ ବିଷୟରେ ଦାବି କରାଯାଉଛି ଯେ ଏହାକୁ ଫେବୃଆରୀ୧୫ ରେ ଲଞ୍ଚ କରାଯାଇପାରିବ । କମ୍ପାନୀ ଦ୍ବାରା ଲଞ୍ଚ ଏବଂ ଏହାର ନାମ ଅଫିସିଆଲି ଘୋଷଣା କରାଯାଇ ନାହିଁ । ଏହି ଅପକମିଙ୍ଗ ଫୋନର ରିୟର କ୍ୟାମେରା ସେଟଅପର ଡିଜାଇନ୍ Amazon ର ମାଇକ୍ରୋସାଇଟରେ ଦେଖିପାରିବେ । ଏହି ଫୋନରେ ଏକ ମାର୍କୁଲାର କ୍ୟାମେରା ମଡ୍ୟୁଲ୍ ଅଛି, ଯେଉଁଥିରେ ଦୁଇଟି କ୍ୟାମେରା ସେନ୍ସର ଏବଂ LED ଫ୍ଲାସ୍ ଦେଖାଯାଇଛି ।

Amazon ରେ ଲାଇଭ୍ ହୋଇଥିବା ଟିଜରରେ ଦର୍ଶାଯାଇଛି ଯେ ଏହି ଫୋନଟି ଏମ ବଡ଼ ବ୍ୟାଟେରୀ ଏବଂ ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଲଞ୍ଚ ହେବ । ଏହା ସହିତ ଫୋନରେ ଉନ୍ନତ ଡିସପ୍ଲେ ମଧ୍ୟ ରହିବ । ଏଥି ସହ ଏହି ଫୋନର କ୍ୟାମେରା OIS ଏବଂ EIS ସପୋର୍ଟ ସହିତ ଲଞ୍ଚ କରାଯିବ ।

ଏହି ଫୋନର ଡିଜାଇନ୍ ଦେଖିଲେ ଜଣାପଡୁଛି ଯେ ଏହା Honor X9c ହୋଇପାରେ । କମ୍ପାନୀ ଏହାକୁ ଗତ ବର୍ଷ ନଭେମ୍ବର ମାସରେ ମାଲେସିଆରେ ଲଞ୍ଚ କରିଥିଲା । ଏହି ଫୋନ୍ ମାଲେସିଆରେ ୧,୫୦୦ MYR (ପ୍ରାୟ ୨୯,୯୦୦ ଟଙ୍କା) ମୂଲ୍ୟରେ ଲଞ୍ଚ କରାଯାଇଥିଲା । ଯଦି ଏହି ଅପକମିଙ୍ଗ ଫୋନ୍ Honor X9c ହୁଏ, ତେବେ ଏହା Honor X9b କୁ ରିପ୍ଲେସ୍ କରିବ ।

Honor X9c ସ୍ମାର୍ଟଫୋନରେ ୬.୭୮ ଇଞ୍ଚର FHD+ AMOLED ଡିସପ୍ଲେ ଦିଆଯାଇଛି । ଏହାର ରିଫ୍ରେସ୍ ରେଟ୍ ୧୨୦ Hz ଏବଂ ରିଜୋଲ୍ୟୁସନ୍ ୧,୨୨୪ × ୨,୭୦୦ ପିକ୍ସେଲ ରହିଛି । କମ୍ପାନୀ Honor X9b ସ୍ମାର୍ଟଫୋରନରେ ମଧ୍ୟ ସମାନ ଡିସପ୍ଲେ ପ୍ରଦାନ କରିଥିଲା । ଏହି Honor ଫୋନରେ Qualcomm Snapdragon 6 Gen 1 ଚିପସେଟ୍ ଦିଆଯାଇଛି । ଗ୍ରାଫିକ୍ସ ପାଇଁ ଫୋନରେ Adreno GPU ମିଳିଥାଏ ।

କ୍ୟାମେରା ସ୍ପେସିଫିକେସନ୍ ବିଷୟରେ କହିବାକୁ ଗଲେ ଏଥିରେ ୧୦୮ MP ର ପ୍ରାଇମେରୀ କ୍ୟାମେରା ଦିଆଯାଇଛି, ଯାହା OIS ସପୋର୍ଟ କରିଥାଏ । ଏହି ଫୋନରେ ୫ MP ର ଅଲ୍ଟ୍ରା ୱାଇଡ୍ ଏଙ୍ଗଲ ଲେନ୍ସ ମିଳିବ । ଏହା ସହିତ ଫୋନରେ ୧୬ MP ର ଫ୍ରଣ୍ଟ କ୍ୟାମେରା ରହିବ । ଏହା ସହିତ ଫୋନରେ ୬,୬୦୦ mAh ର ବ୍ୟାଟେରୀ ଦିଆଯିବ , ଯାହା ୬୬ W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ । ପୁର୍ବରୁ Honor X9b ସ୍ମାର୍ଟଫୋନରେ ୫,୦୦୦ mAh ର ବ୍ୟାଟେରୀ ଏବଂ ୩୫ W ସୁପରଚାର୍ଜ ଫାଷ୍ଟ ଚାର୍ଜିଂ ଦିଆଯାଇଥିଲା । କନେକ୍ଟିଭିଟି ବିଷୟରେ କହିବାକୁ ଗଲେ ଏଥିରେ 5G, 4G LTE, Bluetooth 5.1, GPS, NFC ଏବଂ USB Type-C ପୋର୍ଟ ରହିଛି ।

You might also like