ଖୁବଶୀଘ୍ର ଭାରତରେ ଲାପଟପ୍‌ ଲଞ୍ଚ କରିବ HONOR, ମିଳିବ ଫିଙ୍ଗରପ୍ରିଣ୍ଟ ସେନସର ପାଓ୍ଵାର ବଟନ ସହିତ ପପ୍‌ଅପ୍‌ କ୍ୟାମେରା

ମୋବାଇଲ ନିର୍ମାତା କମ୍ପାନୀ HONOR ଖୁବଶୀଘ୍ର ଭାରତୀୟ ବଜାରରେ ଲାପଟପ୍‌ ଲଞ୍ଚ କରିବାକୁ ଯାଉଛି। ଅନର ଭାରତରେ ଲାପଟପ୍‌ ଲଂଚି ପାଇଁ ଇ-କର୍ମସ ସାଇଟ୍‌ ଫ୍ଲିପକାର୍ଟ ସହିତ ଚୁକ୍ତି କରିଛି। ଏହି ଚୁକ୍ତି ଅନୁଯାୟୀHONOR MagicBook 15କୁ ଜଲଦି ଭାରତରେ ଲଞ୍ଚ କରିବ। ୩୧ ଜୁଲାଇରେ ଭାରତୀୟ ଲାପଟପ୍‌ ମାର୍କେଟରେ ଅର୍ନରର ଟକ୍କଯର ସାଓମୀ, ଏଚପି, ଡେଲ ଏବଂ ଲିନୋଭୋ ଭଳି କମ୍ପାନୀ ସହିତ ହେବ।

HONOR MagicBook 15 ବିକ୍ରି ପ୍ରଥମେ ଫ୍ଲିପକାର୍ଟରେ ହେବ। ମଲ୍ଟିଟାକ୍ସି ୟୁଜସରଙ୍କ ପାଇଁ ସଂପୂର୍ଣ୍ଣ ପରଫେକ୍ଟ ରହିଛି ଏହି ଲାପଟପ ବୋଲି କମ୍ପାନୀ ଦାବି କରିଛି। ଏହି ଲାପଟପ୍‌ରେ ଫାଷ୍ଟ ଚାର୍ଜିଂ କ୍ଷମତା ରହିଛି। ଏଥିରେ ୟୁଲସବି ଟାଇପ ସି ଚାର୍ଜିଂ ପୋର୍ଟ ସହିତ ୬୫ ଓ୍ଵାର୍ଟର ଫାଷ୍ଟ ଚାର୍ଜର ମିଳିବ। ଏହି ଲାପଟପ୍‌ରେ ପ୍ରାଇଭେସୀକୁ ଧ୍ୟାନରେ ରଖି ପପ୍‌ଅପ୍‌ କ୍ୟାମେରା ମଧ୍ୟ ରହିଛି। ଏହାସହିତ ଫିଙ୍ଗରପ୍ରିଣ୍ଟ ପାଓ୍ଵାରବଟନ ମଧ୍ୟ ମିଳିବ। ଲାପଟପର ଓଜନ ୧.୫୩ କିଲୋଗ୍ରାମ ରହିଛି।

hono

ଏହି ଲାପଟପରେ ୧୫.୬୦ ଇଞ୍ଚର ଡିସପ୍ଲେ ସହିତ1920×1080 ରିଜୋଲ୍ୟୁସନର ପିକ୍ସେଲ ମିଳିବ। ଏହାସହିତ ଲାପଟପରେ AMD Ryzen 5 ପ୍ରୋସେସର ସହିତ ୮ ଜିବି ରାମ ଏବଂ ୨୫୬ ଜିବି ଏସଏସଡି ଷ୍ଟୋରେଜ ମିଳିବ। ଭାରତରେ ଏହାକର ମୂଲ୍ୟ ୪୦ ହଜାର ପାଖାପାଖି ରହିବ।

Leave A Reply

Your email address will not be published.