ଆସନ୍ତା ୮ରେ ହେବ ଲଞ୍ଚ ହେବ Honor ଏହି ଇଅରବଡ୍ସ, ଏମିତି ରହିଛି ନୂଆ ଫିଚର୍ସ

Honor ର ଲାଟେଷ୍ଟ ‘ଟ୍ରୁ େଓ୍ଵୟାରଲେସ ଇଅରବଡ୍‌ସ’ Honor Choice କୁ ୮ ଅକ୍ଟୋବରରେ ଭାରତରେ ଲଞ୍ଚ କରିବାକୁ ଯାଉଛି। କମ୍ପାନୀ ଏହାକୁ ଫ୍ଲିପକାର୍ଟର ବିଗ ବିଲିଅନ ଡେଜ ସେଲ ସମୟରେ ଲଞ୍ଚ କରିବ। କମ୍ପାନୀ ଏହାକୁ ଚଳିତବର୍ଷ ଜୁଲାଇରେ ୟୁକେରେ ଲଞ୍ଚ କରିଥିଲା। ଯାହାର ମୂଲ୍ୟ ୩,୨୫୫ ଟଙ୍କା ରହିଥିଲା। ଏହି ଡିଭାଇସ ବାଇନରାଲ ସିଂକ୍ରୋନସ୍‌ ଟ୍ରାନ୍ସମିଶନ ଟେକୋନଲଜି ଏବଂ ୭ ଏମଏମ ଡ୍ରାଇଭର୍ସ ସହିତ ଆସିବ। ଏଥିରେ ଉତ୍ତମ ଅଡିଓ ଏକ୍ସିପିରିଅନ୍ସ ମିଳିବ ବୋଲି କମ୍ପାନୀ ଦାବି କରିଛି।

ଏହି ଇଅରବଡସରେ ବ୍ଲୁଟୁଥ ୫.୦ ଏବଂ ୧୪୦ ମିଲି ସେକେଣ୍ଡର ଲୋ ଲେଣ୍ଟେିସି ଦିଆଯାଛି। ଏହାସହିତ ନିୟସ କ୍ୟାନେସେଲେନ ସହିତ ଡୁଆଲ ମାଇକ୍ରୋଫୋନ ସପୋର୍ଟ ମଧ୍ୟ ରହିଛି। ଏହି ବଡ୍‌ସIP54 ରେଟିଂ ରହିଛି। ଅର୍ଥାତ୍‌ ଏହି ଡିଭାଇସ ଡଷ୍ଟ ଏବଂ ଓ୍ଵାଟର ରେଜିଷ୍ଟାନ୍ସ ଯୁକ୍ତ ରହିଛି। ଏହା ସିଙ୍ଗଲ ଚାର୍ଜରେ ୬ ଘଣ୍ଟାର ବ୍ୟାଟେରୀ ମିଳିବ। ଏହା ସହିତ ଚାର୍ଜିଂ କେସରେ ୧୮ ଘଣ୍ଟାର ବ୍ୟାଟେରୀ ମିଳିବ। ଏହାଛଡା ଏଥିରେ ଟଚ୍‌ କଣ୍ଟ୍ରୋଲ ଏବଂ ଭଏସ ଆସିଷ୍ଟାଣ୍ଟ ସପୋର୍ଟ ମିଳିବ।

earbuds 1

ଏହାକୁHonor ଭାରତରେ ୮ ଅକ୍ଟୋବରକୁ ଲଞ୍ଚ କରିବାକୁ ଯାଉଛି। ଏହା ସହିତHonor Watch GS Pro ସ୍ମାର୍ଟଓ୍ଵାଚକୁ ମଧ୍ୟ ଲଞ୍ଚ କରିବ। ଇଅରବଡ୍ସ ପରି ସ୍ମାର୍ଟଓ୍ଵାଚ ମଧ୍ୟ ଫ୍ଲିପକାର୍ଟରେ ମିଳିବ।