Airtel ଆପ୍ ଦ୍ବାରା ଏବେ କରିପାରିବେ ହୋଟେଲ ବୁକିଂ

ଏୟାରଟେଲ ଏବେ ନିଜର କଷ୍ଟମରଙ୍କ ପାଇଁ ଏକ ନୂଆ ସୁବିଧା ନେଇ ଆସିଛି। ୟୁଜର୍ସ ଏବେ କମ୍ପାନୀର ଆପ୍ ଜରୀଆରେ OYO ହୋଟେଲ ମଧ୍ୟ ବୁକ୍ କରିପାରିବେ। ଏଠାରେ ଗୋଟିଏ ପଟେ ଏୟାରଟେଲକୁ ନିଜର ଗ୍ରାହକଙ୍କ ଏନଗେଜମେଣ୍ଟ ବଢ଼ାଇବାରେ ସାହାଯ୍ୟ ମିଳିବ ଅନ୍ୟପଟେ OYOକୁ ମଧ୍ୟ ଲକ୍ଷ ଲକ୍ଷ କଷ୍ଟମର ମିଳିଯିବେ। ଏହାପୂର୍ବରୁ କମ୍ପାନୀ Airtel Thanks Appରେ ଓଲା ଜରୀଆରେ କ୍ୟାବ୍ ବୁକିଂ ସର୍ଭିସ, ଭୀମ ୟୁପିଆଇ ଜରୀଆରେ ଅନଲାଇନ ପେମେଣ୍ଟ ଏବଂ ଆଇଆରସିଟିସି ଦ୍ବାରା ଟ୍ରେନ ବୁକିଂର ସୁବିଧା ଦେଇସାରିଛି।
ଏହି ନୂଆ ସର୍ଭିସ ପାଇଁ OYO ଏବଂ ଏୟାରଟେଲ ପାର୍ଟନରସିପ୍ କରିଛି। ଏହାଦ୍ବାରା ଏୟାରଟେଲ ନିଜର ପ୍ଲାଟଫର୍ମରେ ଟ୍ରାଜାଙ୍କସନ ଏବଂ ପେମେଣ୍ଟ ପାଇଁ ୟୁଜରଙ୍କ ଏନଗେଜମେଣ୍ଟ ରେଟ ମଧ୍ୟ ବଢ଼ିପାରେ। ଏବେ କମ୍ପାନୀ Single function ବଦଳରେ multiple services apps ନେଇ ଆସିଛି। Paytm, PhonePe, Amazon, Truecaller ଏହି ସବୁ ଏମିତି ଆପ୍ ଯାହାର ପ୍ଲାଟଫର୍ମରେ ୟୁଜରଙ୍କୁ ଏକା ସାଥିରେ ଅନେକ ପ୍ରକାରର ସୁବିଧା ମିଳିଥାଏ।
ଏହିପରି Super Apps ବନାଇବା ପଛରେ କମ୍ପାନୀର ଉଦ୍ଦେଶ୍ୟ ଥାଏ ଯେ କଷ୍ଟମରଙ୍କୁ ଏକ ହାୟର ୱାଲେଟ ସେୟାର ମିଳୁ। ଅର୍ଥାତ କଷ୍ଟମର ଅନ୍ୟ କେଉଁ ଆପକୁ ନ ଯାଇ ନିଜର ଆପରେ ସବୁ ସୁବିଧା ପାଇଁ ବ୍ୟବହାର କରନ୍ତୁ।
କମ୍ପାନୀ ଜଣାଇଛି ଯେ ୟୁଜର୍ସ ନିଜର ବୁକିଂର ପୂରା ଆମାଉଣ୍ଟ ପୂର୍ବରୁ ପେ କରିପାରିବେ କିମ୍ବା ୧ ଟଙ୍କା ଦେଇ ବୁକିଂ କରିପାରିବେ। ଏବଂ ବଳକା ଆମାଉଣ୍ଟ ପରେ ପେମେଣ୍ଟ କରିପାରିବେ। Airtel Thanks App ଜରୀଆରେ ୟୁଜରଙ୍କୁ ଓୟୋ ଆପରେ ଉପଲବ୍ଧ ଅଫର୍ସ ପାଇବାର ମଉକା ମିଳିବ। ସେହିଭଳି ଯଦି ୧୫ ଜୁନ, ୨୦୧୯ ପର୍ଯ୍ୟନ୍ତ ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ୍ ତରଫରୁ ବୁକିଂର ପେମେଣ୍ଟ ଭରିଲେ ୬୦% ପର୍ଯ୍ୟନ୍ତ ଅଫ୍ ମିଳିବ।