ଆପଣଙ୍କ ସ୍ମାର୍ଟଫୋନରେ ଭାଇରସ କିମ୍ବା ମାଲୱେୟାର ଆଟାକ୍ ହୋଇନି ତ, କେମିତି ଜାଣିବେ ?

କ’ଣ ଆପଣଙ୍କ ଫୋନରେ ଭାଇରସ ଅଛି ବୋଲି ଭାବୁଛନ୍ତି କି ? ଆପଣଙ୍କ ଫୋନ୍ ସ୍ଲୋ ହେଉଛି କି? ଯଦି ଆପଣଙ୍କ ଫୋନ୍ ସ୍ଲୋ ହେଉଛି ତେବେ ଏଥିରେ ଭାଇରସ୍ ଥାଇପାରେ। ମୋବାଇଲ ଫୋନ ଏବେ କେବଳ କଲ୍ ପାଇଁ ନୁହେଁ ବରଂ ଫଟୋ, ଭିଡିଓ ଦେଖିବା ସହ ଇଣ୍ଟରନେଟ ଇତ୍ଯାଦି ଦେଖିବାର କାମରେ ଆସିଥାଏ। ଆଜିକାଲି ବହୁତ ଆପ୍ ରହିଛି, ଯାହା ଯୋଗୁଁ ଫୋନରେ ଭାଇରସ ପସିଯାଏ, ଯାହାକୁ ଆପଣ ଜାଣିପାରନ୍ତି ନାହିଁ।

ତେବେ ଫୋନ୍‌ରୁ ଭାଇରସ୍ ଡିକ୍ଟେଟ୍ କରିବା ପାଇଁ ବହୁ ଆପ୍ସ ପ୍ଲେ ଷ୍ଟୋରରେ ରହିଛି। ଏହି ଆପ୍ସ ଗୁଡ଼ିକ ଭାଇରସ୍ ଫ୍ରି କରିବା ନାମରେ ସ୍କାନ୍ କରନ୍ତି ଏବଂ ଶତ ପ୍ରତିଶତ ଭାଇରସ୍ ଫ୍ରି ମଧ୍ୟ ଦେଖାନ୍ତି। ଏସବୁ ପରେ ମଧ୍ୟ ଫୋନ୍‌ରେ ପୁଣି ସମସ୍ୟା ଦେଖାଦେଇଥାଏ।

ହ୍ୟାକର୍ସମାନେ ସୁଯୋଗ ଦେଖି ୟୁଜରଙ୍କ ସିଷ୍ଟମ ଏବଂ ଆକାଉଣ୍ଟ ହ୍ୟାକ୍ କରୁଛନ୍ତି। ତେଣୁ ଯେକୌଣସି ଆପ୍ ଡାଉନଲୋଡ୍ କରିବା ପୂର୍ବରୁ ସାବଧାନ୍ ରୁହନ୍ତୁ। କୌଣସି ପ୍ରକାରର ଥାର୍ଡ ପାର୍ଟି ଆପ୍ ଆପଣଙ୍କ ଫୋନରେ ରଖନ୍ତୁ ନାହିଁ। ଏହି ଆପ୍ ଗୁଡିକୁ ପ୍ରଥମେ ପରୀକ୍ଷା କରନ୍ତୁ ତା’ପରେ ଯାଇ ଫୋନରେ ରଖନ୍ତୁ। ତେବେ ଏହି ଆପ୍ ଗୁଡ଼ିକୁ ଡାଉନଲୋଡ କରିବାକୁ ହେଲେ Google Play Store କିମ୍ବା App Store ବ୍ୟବହାର କରନ୍ତୁ।

କେମିତି ଜାଣିବେ ଫୋନ୍‌ରେ ଭାଇରସ୍ ଅଛି କି ନାହିଁ ?

– ଆପଣଙ୍କ ଫୋନରେ ଏମିତି କିଛି ଆପ୍ ରହିଛି, ଯାହା ଆପଣଙକ ବିନା ଅନୁମତିରେ ପ୍ରିମିଅମ ଆପ୍ସରେ ସବସ୍କ୍ରିପସନ ନେଇଯାଆନ୍ତି, ଏହାର ଅର୍ଥ ଆପଣଙ୍କ ଫୋନରେ ମାଲୱେୟାର ଏବଂ ଭାଇରସ ରହିଛି।

-ଯଦି ଆପଣଙ୍କ ଫୋନରେ ବହୁ ଥର ବିଜ୍ଞାପନ ଆସୁଛି କିମ୍ବା ପ୍ରୋସେସିଂ ସ୍ପିଡ୍ ସ୍ଲୋ ହୋଇଯାଇଛି ତେବେ ଫୋନ୍‌ରେ ଭାଇରସ୍ ଅଛି।

-ଯଦି ଆପଣଙ୍କ ଫୋନରେ ବାରମ୍ବାର ଟଙ୍କା ରୋଜଗାର କରିବା ପାଇଁ ମେସେଜ୍ ଆସୁଛି ତେବେ ଏହାର ଅର୍ଥ ଆପଣଙ୍କ ଫୋନ୍‌ରେ ଭାଇରସ୍ ଅଛି।

-ଏହି ଭାଇରସ୍ ଆପଣ ଫୋନରେ ନିଜେ ନିଜେ ଆପ୍ ଡାଉନଲୋଡ୍ ମଧ୍ୟ ହୋଇଯାଉଛି, ତେବେ ମଧ୍ୟ ଭାଇରସ୍ ଆଟାକ୍ ହୋଇଛି।

-ଯଦି ଆପଣଙ୍କ ଫୋନ୍ ନୂଆ ହୋଇଥିବା ସତ୍ତ୍ଵେ ଚାର୍ଜ ଜଲଦି ସରିଯାଉଛି। ତେବେ ଏହା ଭାଇରସ ଆଟାକ୍ ହୋଇପାରେ।

Leave A Reply

Your email address will not be published.