ଭୁଲ ଆକାଉଣ୍ଟରେ ଯଦି ହୋଇଯାଏ UPI ପେମେଣ୍ଟ ତେବେ ଏମିତି ପାଇ ପାରିବେ ଫେରସ୍ତ, ଜାଣନ୍ତୁ ତରିକା

ନୂଆଦିଲ୍ଲୀ : ଆଜିର ଦିନରେ ଲୋକେ ଅଧିକାଂଶ ପେମେଣ୍ଟ UPI ଦ୍ୱାରା କରୁଥିବା ଦେଖାଯାଉଛି । ଆପଣ କେବଳ ଏକ କ୍ଲିକରେ UPI ଆଇଡି ଜରିଆରେ ଅତି ସହଜରେ କାହାକୁ ଟଙ୍କା ପଠାଇ ପାରିବେ । ଏହା ସହ ଆପଣ କେବଳ କ୍ୟୁ ଆର୍ କୋଡରେ କବେଳ ପିନ ଦେଇ ନେଣ ଦେଣ କରିପାରିବେ ।
ବେଳେ ବେଳେ ଏମିତି ହୋଇଥାଏ, ତରବରରେ ଲୋକେ ୟୁପିଆଇରୁ ପେମେଣ୍ଟକରିବା ବେଳେ ଭୁଲରେଅନ୍ୟ ଖାତା ବା ଆକାଉଣ୍ଟରେ ଚାଳିଯାଏ । ଏମିତି ସ୍ଥିତିରେ ଆପଣ ଆପଣଙ୍କ ଟଙ୍କା କେମିତି ଫେରି ପାଇବେ । ଆସନ୍ତୁ ଜାଣିବା ।
UPI ଆପ୍ରେ ଯୋଗାଯୋଗ କରନ୍ତୁ
ଯଦି ଆପଣ ଭୁଲ UPI ରେ ଟଙ୍କା ପଠାଇଦେଲେ, ତେବେ ସର୍ବ ପ୍ରଥମେ UPI ଆପ୍ ହେଲ୍ପଲାଇନ ନମ୍ବରରେ ଅଭିଯୋଗ କରନ୍ତୁ । ଫୋନ୍ ପେ, ଗୁଗୁଲ ପେ ବା ପେଟିଏମ ଭଳି ଆପ୍ସ ରେ ଭୁଲ ହେଲେ ଗ୍ରାହକଙ୍କୁ ସହାୟତା କରିବା ପାଇଁ ହେଲ୍ପଲାଇନ ନମ୍ବର ଦିଆଯାଇଛି । କେବେ ବି ଭୁଲ ନେଣ ଦେଣ ହେଲେ ସ୍କ୍ରିନ ସଟ୍ ନେବାକୁ ଭୁଲନ୍ତୁ ନାହିଁ ।
BHIM ରେ ମଧ୍ୟ କରନ୍ତୁ ଅଭିଯୋଗ
ଏହି ଆପରେ ଅଭଯୋଗ କରିବା ପରେ ଆପଣ ଭିମର ଟୋଲ ଫ୍ରି ନମ୍ବର ୧୮୦୦-୧୨୦-୧୭୪୦ ରେ କଲ୍ କରି ପୁରା ଖବର ନେଇପାରିବେ । ତେବେ ଭିମ ଆପରେ ଥରେ ପଇସା ଗଲେ ଫେରି ପାଇବେ ନାହିଁ । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଯାଇ କଥାବାର୍ତ୍ତା କରିବାକୁ ହେବ । କେବଳ ଯାହା ଆକାଉଣ୍ଟରେ ପଇସା ଯାଇଛି ସେ ହିଁ କେବଳ ଆପଣଙ୍କୁ ଟଙ୍କା ଫେରାଇ ପାରିବେ । ତେଣୁ ବ୍ୟାଙ୍କ ସହ ଯୋଗାଯୋଗ କରିବା ଭଲ ହେବ ।
RBI ରେ କରନ୍ତୁ ଅଭିଯୋଗ
ଆପଣ ପଇସା ଫେରି ପାଇବାକୁ ରିଜର୍ଭ ବ୍ୟାଙ୍କରେ ଅଭିଯୋଗ କରିପାରିବେ । ଏଥିପାଇଁ ଆପଣଙ୍କୁ bankingombudsman.rbi.org.in ରେ କ୍ଲିକ କରିବାକୁ ହେବ । ଏଠାରେ ଆପଣଙ୍କୁ ଭୁଲ ନେଣ ଦେଣ ଓ ଯେଉଁ ଖାତାକୁ ଟଙ୍କା ଚାଲିଯାଇଛି ଓ ଯେଉଁ ଖାତାରୁ ଟଙ୍କା ଯାଇଛି ତାର ପୂର୍ଣ୍ଣ ବିବରଣୀ ଦେବାକୁ ହେବ । ଯାହାର ଖାତାରେ ପଇସା ଚାଲିଯାଇଛି ଯଦି ସିଏ ଦେବାକୁ ମନା କରୁଛି, ତେବେ ଏନପିସିଆଇ େଓ୍ଵବସାଇଟକୁ ଯାଇ ଅଭିଯୋଗ କରି ପାରିବେ ।
NPCI ରେ ଅଭିଯୋଗ କରିବା ପାଇଁ ତରିକା
ଏଥିପାଇଁ ଆପଣଙ୍କୁ NPCI ର େଓ୍ଵବସାଇଟ୍ npci.org.in ରେ ଲଗ୍ ଇନ କରିବାକୁ ହେବ । ଏହାପରେ What We Do ଉପରେ କ୍ଲିକ୍ କରନ୍ତୁ । ପୁଣି ଆପଣ ୟୁପିଆଇ ସେକସନ୍କୁ ଯାଇ Dispute Redressal Mechanism ରେ କ୍ଲିକ କରି ଭୁଲ ନେଣଦେଣ ସମ୍ପର୍କିତ ସବୁ ସୂଚନା ଦେଇ ଅଭଯୋଗ ଦାଖଲ କରିପାରିବେ ।