ଗାଡି ଚଲାଉଥିବାବେଳେ ଶେଷ ହୋଇଗଲା କି ପେଟ୍ରୋଲ, ବିନା ଧକ୍କା ଲଗାଇ ତୁରନ୍ତ କରନ୍ତୁ ଏହି କାମ

ଆପଣ କେବେ ନା କେବେ ଲୋକଙ୍କୁ ବାଇକ ଏବଂ ସ୍କୁଟିକୁ ଧକ୍କା ଲଗାଉଥିବାର ଦେଖିଥିବେ ନିଶ୍ଚୟ। ଏହି ସମୟରେ ଲୋକମାନେ ସେହି ବ୍ୟକ୍ତିଙ୍କୁ ବିଚାରି ନଜରରେ ଦେଖନ୍ତି। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କୁ ଏମିତି ପରିସ୍ଥିତିକୁ ସାମ୍ନା କରିବାକୁ ନପଡୁ, ତାହେଲେ ଆପଣଙ୍କୁ ପେଟ୍ରୋଲ ଟାଙ୍କିକୁ ବରାବର ସମୟରେ ଭରିବାକୁ ହେବ। ସେହିପରି କୌଣସି କାରଣ ବସତଃ ଯଦି ଆପଣ ପେଟ୍ରୋଲ ପକାଇବାକୁ ଭୁଲି ଯାଇଛନ୍ତି ତାହେଲେ କିଛି ଟିପ୍ସକୁ ନିଶ୍ଚୟ ଫଲୋ କରନ୍ତୁ, ଯାହାଦ୍ୱାରା ଆପଣଙ୍କୁ ଆଉ ମଝି ରାସ୍ତାରେ ହଇରାଣ ହେବାକୁ ପଡିବନି କି ଧକ୍କା ମାରି ଗଡାଇ ଗଡାଇ ନେବାକୁ ପଡିବନି।

ଯଦି ଆପଣଙ୍କୁ ପେଟ୍ରୋଲ ସରିଯିବାର ସଂକେତ ମିଳୁଛି ତାହେଲେ ଆପଣଙ୍କ ଧ୍ୟାନ ସର୍ବପ୍ରଥମେ ମୋଟରସାଇକେଲର ଚୋକ ଉପରେ ରହିବା ଉଚିତ। ପେଟ୍ରୋଲ ଶେଷ ହୋଇଯିବା ପରେ ଯଦି ଆପଣଙ୍କ ମୋଟରସାଇକେଲ କିମ୍ବା ସ୍କୁଟର ବନ୍ଦ ହୋଇଯାଏ ତାହେଲେ ପ୍ରଥମେ ଚୋକ୍‌ ର ହିଁ ବ୍ୟବହାର କରନ୍ତୁ। ଚୋକ୍‌ ର ବ୍ୟବହାର କରିବା ଦ୍ୱାରା ଗାଡିରେ ବଳକା ରହିଯାଇଥିବା କିଛି ପେଟ୍ରୋଲ ଇଞ୍ଜିନରେ ରହିଯାଇଥାଏ, ଯାହାଦ୍ୱାରା ବାଇକ ଷ୍ଟାର୍ଟ ହୋଇଯାଇଥାଏ। ଯେମିତି ହିଁ ଆପଣଙ୍କ ବାଇକ କିମ୍ବା ସ୍କୁଟର ଚୋକ ଅନ୍‌ କରିବା ପରେ ଷ୍ଟାର୍ଟ ହେଉଛି, ଆପଣ ତୁରନ୍ତ ନିକଟସ୍ଥ କୌଣସି ପେଟ୍ରୋଲ ପମ୍ପକୁ ଚାଲିଯାଆନ୍ତୁ। ଯଦିଓ ଅନେକ ଟୁହ୍ଵିଲର୍ସରେ ଏହି ସୁବିଧା ନଥାଏ।

bike gadiଆଉ ଏକ ଉପାୟ ହେଉଛି ପେଟ୍ରୋଲ ଟାଙ୍କିରେ ପ୍ରେସର ଦେବା। ପେଟ୍ରୋଲ ଟାଙ୍କିରେ ପ୍ରେସର ଭରିବା ଦ୍ୱାରା ଟୁହ୍ଵିଲର୍ସ ଷ୍ଟାର୍ଟ ହୋଇଯାଇଥାଏ। ଏଥିପାଇଁ ଆପଣଙ୍କୁ ନିଜ ଦୁଇ ଚକିଆ ବାହନର ଟାଙ୍କିରେ ଫୁଙ୍କିବାକୁ ପଡିବ। ଫୁଙ୍କିବା ଦ୍ୱାରା ଅନେକ ଥର ଗାଡି ଷ୍ଟାର୍ଟ ବି ହୋଇଯାଏ।

ଏଥିସହ ଆଉ ଏକ ତରିକା ହେଉଛି ଅନେକ ଥର ପେଟ୍ରୋଲ କମ୍‌ ରହିବା କାରଣରୁ ତେଲ ଟାଙ୍କିର ସାଇଡକୁ ଆସି ରହିଯାଇଥାଏ। ଏମିତିରେ ଏହା ଇଞ୍ଜିନ ପର୍ଯ୍ୟନ୍ତ ପହଁଚି ପାରିନଥାଏ। ଯଦି କେତେ ଆପଣଙ୍କ ବାଇକର ପେଟ୍ରୋଲ ସରିଯାଏ ତାହେଲେ ଆପଣ ମାତ୍ର କିଛି ମିନିଟ ପାଇଁ ସାଇଡ ଷ୍ଟାଣ୍ଡ ଦେଇ ରଖିଦିିଅନ୍ତୁ। ଏପରି କରିବା ଦ୍ୱାରା ସାଇଡରେ ଥିବା ତେଲ ଇଞ୍ଜିନ ପର୍ଯ୍ୟନ୍ତ ଆସିଯାଏ ଏବଂ ବାଇକ ଷ୍ଟାର୍ଟ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.