ଆଜିକାଲି ପ୍ରାୟତଃ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ବର୍ତ୍ତମାନ ସ୍ମାର୍ଟଫୋନ୍ ବିନା ଅନେକ ଲୋକଙ୍କ କାମ ବନ୍ଦ ହୋଇଯାଉଛି । ଆଜିର ଯୁଗରେ ଫୋନ୍ ଲୋକଙ୍କ ଜୀବନର ଏକ ଅଂଶ ହୋଇଗଲାଣି । କିନ୍ତୁ ଅନେକ ଥର ଆମେ ଆମ ଶରୀରର ଯତ୍ନ ନେବାକୁ ଭୁଲିଯାଉ । ବାସ୍ତବରେ, ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର ଆଖି ଉପରେ କୁପ୍ରଭାବ ପକାଇଥାଏ । ଅନେକ ଥର ଲୋକଙ୍କ ଆଖି ବୟସ ପୂର୍ବରୁ ଖରାପ ହେବାକୁ ଲାଗେ ।
ସେଥିପାଇଁ ସ୍ମାର୍ଟଫୋନକୁ ଆଖିଠାରୁ କିଛି ଦୂରରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସ୍ମାର୍ଟଫୋନ୍ ସ୍କ୍ରିନକୁ ଆଖିରୁ କେଉଁ ଦୂରତାରେ ରଖିବା ଉଚିତ୍ । ଆଖିଠାରୁ ସ୍ମାର୍ଟଫୋନ୍ ସ୍କ୍ରିନର ଦୂରତା ପ୍ରାୟ ୧୬ ରୁ ୨୪ ଇଞ୍ଚ ହେବା ଉଚିତ୍ । ପରଦାକୁ ଏହି ଦୂରତାରେ ରଖିବା ଦ୍ୱାରା ଆଖିରେ ଚାପ ସୃଷ୍ଟି ହୁଏ ନାହିଁ ଏବଂ ଆଖି ସୁସ୍ଥ ମଧ୍ୟ ରହିଥାଏ । ଏହା ବ୍ୟତୀତ ସ୍ମାର୍ଟଫୋନ୍ ସ୍କ୍ରିନର ବ୍ରାଇଟନେସ ଏବଂ କଣ୍ଟ୍ରୋଲ ଲେବଲକୁ ମଧ୍ୟ ସଠିକ୍ ଲେବଲରେ ରଖିବା ଉଚିତ୍ ।
ବାସ୍ତବରେ, ସ୍ମାର୍ଟଫୋନ୍ କିମ୍ବା ଯେକୌଣସି ଦିଭାଇସର ସ୍କ୍ରିନ୍ ବ୍ୟବହାର କରିବା ସମୟରେ ଏକ ନିୟମ ଅଛି । ଏହି ନିୟମ ଫଲୋ କରିବା ଦ୍ୱାରା ଆଖିକୁ ଆରାମ ମିଳିଥାଏ । ଏହି ନିୟମକୁ ୨୦-୨୦-୨୦ କୁହାଯାଏ । ଏହା ଏକ ଅତ୍ୟନ୍ତ ପ୍ରଭାବଶାଳୀ ନିୟମ ଭାବରେ ବିବେଚନା କରାଯାଏ । ଏହି ନିୟମ ଅନୁସରଣ କରିବା ଦ୍ୱାରା ଆପଣଙ୍କ ଆଖି ସୁସ୍ଥ ରହିଥାଏ । ଏହି ନିୟମ ଅନୁଯାୟୀ, ଲୋକମାନେ ପ୍ରତି ୨୦ ମିନିଟରେ ୨୦ ସେକେଣ୍ଡ ପାଇଁ ୨୦ ଫୁଟ ଦୂରରେ ଥିବା ଏକ ବସ୍ତୁକୁ ଦେଖିବା ପାଇଁ ପରାମର୍ଶ ଦିଆଯାଇଛି ।
ଏହା ଆପଣଙ୍କ ଆଖିରେ ଥିବା ଚାପକୁ ହ୍ରାସ କରିଥାଏ ଏବଂ ଆଖିକୁ ସୁସ୍ଥ ରଖେ । ଯେତେବେଳେ ଆମେ ସ୍ମାର୍ଟଫୋନ୍ ସ୍କ୍ରିନ୍ ପରି କ୍ରମାଗତ ଭାବରେ କୌଣସି ଛୋଟ ଜିନିଷକୁ ଦେଖିଥାଉ ଏହା ଆମ ଆଖିରେ ଚାପ ସୃଷ୍ଟି କରେ । ଏହା ଆଖିରେ ଶୁଷ୍କତା ଏବଂ ଅସ୍ପଷ୍ଟତା ସୃଷ୍ଟି କରେ । ବର୍ତ୍ତମାନ ୨୦-୨୦-୨୦ ନିୟମ ସହିତ, ଆପଣଙ୍କ ଆଖିର ମାଂସପେଶୀ ବହୁତ ଆରାମ ପାଇଥାଏ । ଏହା ବ୍ୟତୀତ ଆଖି ଆରାମ କରିବାକୁ ମଧ୍ୟ ସମୟ ପାଇଥାଏ, ଯାହା ଦ୍ୱାରା ଆଖି ସୁସ୍ଥ ରହିଥାଏ ।