ଟେକ୍

ସପ୍ତାହରେ କେତେ ଥର ଫୋନ ରିଷ୍ଟାର୍ଟ କରିବା ଉଚିତ୍‌ , କେବେ ବି ହେବନି ଫୋନ ହ୍ୟାଙ୍ଗ

ବର୍ତ୍ତମାନ ଫୋନ୍ ଆମ ଜୀବନର ଏକ ଅଙ୍ଗ ହୋଇଯାଇଛି । ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଫୋନ ମଣିଷର ପ୍ରତ୍ୟେକ କାର୍ଯ୍ୟରେ ଆବଶ୍ୟକ ହୋଇଥାଏ । ଫଟୋ କ୍ଲିକ୍ କରିବା, ଅଫିସ୍ ମେଲ୍ ଚେକ୍ କରିବା, ପେମେଣ୍ଟ୍ କରିବା, ସୋସିଆଲ୍ ମିଡିଆ ଚଲାଇବା, ଖାଦ୍ୟ ଅର୍ଡର କରିବା ଏବଂ ଟ୍ରେନ୍ ବୁକିଂ ଭଳି ଅନେକ କାମ ପାଇଁ ଆମେ ଫୋନକୁ ବ୍ୟବହାର କରିଥାଉ । ତେଣୁ ଆମ ଫୋନ ଠିକ ଭାବରେ କାମ କରିବା ନିହାତି ଆବଶ୍ୟକ । କିନ୍ତୁ ଅନେକ ସମୟରେ ଫୋନ ଠିକ ଭାବେ କାମ କରି ନଥାଏ । ମୋବାଇଲ ଅଧିକ ବ୍ୟବହାର କରୁଥିବାରୁ ଏହା ସ୍ଲୋ ପ୍ରୋସେସିଙ୍ଗ ସହ ଅନେକ ସମୟରେ ହ୍ୟାଙ୍ଗ ହୋଇଯାଏ । ବେଳେବେଳେ ଫୋନ ଏପରି ହ୍ୟାଙ୍ଗ ହୋଇଯାଏ ଯେ ଆପଣଙ୍କ ଜରୁରୀ ସମୟରେ, ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହି ସମସ୍ୟାରୁ ଆପଣ କିପରି ସହଜ ଏବଂ ସରଳ ଉପାୟରେ ବଞ୍ଚିବେ ତାହା ଜାଣି ରଖନ୍ତୁ ।

ତେବେ ଫୋନ୍ ରିଷ୍ଟାର୍ଟ କରି ଆପଣ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚଲାଇ ପାରିବେ । ଯେତେବେଳେ ଆପଣ ନିଜ ଫୋନକୁ ରିଷ୍ଟାର୍ଟ କରିଥାନ୍ତି , ଆପଣ ଏହାର ସମସ୍ତ ପ୍ରୋସେସକୁ ବନ୍ଦ କରି ଦିଅନ୍ତି ଏବଂ ପୁଣିଥରେ ଏହା ଆରମ୍ଭ ହୋଇଥାଏ । ଏହା ଦ୍ୱାରା ଆପଣଙ୍କ ଫୋନର ମେମୋରୀ ଏବଂ ପ୍ରୋସେସର୍ କରିବାରେ ରିଫ୍ରେସ ହେବାରେ ସାହାଯ୍ୟ ହୋଇଥାଏ । ଏହା ଦ୍ୱାରା ମୋବାଇଲ ସ୍ଲୋ ଚାଲିବା ଏବଂ ହ୍ୟାଙ୍ଗ ହେବାର ସମ୍ଭାବନା କମ ହୋଇଯାଏ । ତେବେ ମୋବାଇଲକୁ ସପ୍ତାହରେ କେତେଥର ରିଷ୍ଟାର୍ଟ କରିବା ଜରୁରୀ ହୋଇଥାଏ ତାହା ଜାଣି ରଖନ୍ତୁ ।

ଯେତେବେଳେ ଆପଣ ନିଜ ଫୋନକୁ ରିଷ୍ଟାର୍ଟ କରନ୍ତି ଏହା ଆପଣଙ୍କୁ ବହୁତ ଲାଭ ଦେଇଥାଏ । କିନ୍ତୁ ପ୍ରତି ସପ୍ତାହରେ ଏହା କେତେଥର କରାଯିବା ଉଚିତ୍ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବିଶେଷଜ୍ଞମାନଙ୍କ ମତରେ ସପ୍ତାହରେ ଅତି କମରେ ତିନିଥର ନିଜ ଫୋନ୍ ରିଷ୍ଟାର୍ଟ କରିବା ଉଚିତ୍ ।

ମୋବାଇଲ୍ କମ୍ୟୁନିକେସନ କମ୍ପାନୀ ଟି-ମୋବାଇଲ୍ ଅନୁଯାୟୀ, ସପ୍ତାହରେ ଥରେ ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ଫୋନକୁ ରିଷ୍ଟାର୍ଟ କରିବା ଉଚିତ୍। ଏହା ଫୋନ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିଥାଏ ଏବଂ ଏହା ଧିରେ ଚାଲିବା ଏବଂ ହ୍ୟାଙ୍ଗ ହେବାର ସମ୍ଭାବନାକୁ କମ କରିଥାଏ । ସାମସଙ୍ଗ କମ୍ପାନୀ ଅନୁସାରେ ତାର ଗାଲାକ୍ସି ମଡେଲକୁ ପ୍ରତିଦିନ ରିଷ୍ଟାର୍ଟ କରିବା ଉଚିତ୍। ଏହା ଫୋନର କାର୍ଯ୍ୟଦକ୍ଷତା ଏବଂ ସ୍ଥିରତାକୁ ଉନ୍ନତ କରିଥାଏ । ସାମସଙ୍ଗ ଗାଲାକ୍ସି ଫୋନରେ ଅଟୋ ରିଷ୍ଟାର୍ଟ କରିବାର ଏକ ଅପ୍ସନ ମଧ୍ୟ ରହିଛି । ଏହା ଦ୍ୱାରା ଆପଣ ନିଜ ଫୋନକୁ ନିଜ ହିସାବରେ ରିଷ୍ଟାର୍ଟ କରିପାରିବେ । ତେବେ ସମସ୍ତ ସ୍ମାର୍ଟଫୋନ ରିଷ୍ଟାର୍ଟ ହେବା ଦ୍ୱାରା ଏହା ଭଲ ଭାବେ କାମ କରିଥାଏ । ତେଣୁ ଆପଣ ମଧ୍ୟ ନିଜ ଫୋନକୁ ରିଷ୍ଟାର୍ଟ କରି ଏହାକୁ ବିନା ହ୍ୟାଙ୍ଗରେ ଚଲାଇ ପାରିବେ ।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

17 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

48 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

50 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

53 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

60 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago