କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି । ବଢୁଥିବା ଖରା ଓ ଗରମ ଯୋଗୁ ଘର କିମ୍ବା ଅଫିସରେ ସବୁ ସ୍ଥାନରେ AC ଲଗାଯାଉଛି । ତେବେ ଗରମ ବଢିବା ଯୋଗୁ ଲୋକମାନେ ନୂଆ AC ମଧ୍ୟ କିଣୁଛନ୍ତି । ଏଥି ସହିତ ଅନେକ ଲୋକ ସେମାନଙ୍କ ଘରେ AC କିମ୍ବା ବଡ଼ ଫ୍ୟାନ ଲଗାଉଛନ୍ତି । ତେବେ ବେଳେବେଳେ AC ବହୁତ ପୁରୁଣ ହେବା ଯୋଗୁ ଅନେକ ଅସୁବିଧା ମଧ୍ୟ ହେବାକୁ ଲାଗିଥାଏ ।
ଯଦି ଆପଣ ମଧ୍ୟ ଏକ ନୂଆAC କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଆସିଥିବ ଯେ ଏକ ACର ୱାରେଣ୍ଟି କେତେ ବର୍ଷ ପର୍ଯ୍ୟନ୍ତ ଏବଂ ଗୋଟିଏ AC କେତେ ବର୍ଷ ବ୍ୟବହାର କରିପାରିବେ ? ବର୍ତ୍ତମାନ ସର୍ଟ ସର୍କିଟ ଯୋଗୁଁ AC ବିସ୍ଫୋରଣର ଅଧିକାଂଶ ଘଟଣା ସାମ୍ନାକୁ ଆସୁଛି । AC ପୁରୁଣା ହେବା ପରେ ମଧ୍ୟ ଅନେକ ଲୋକ ଏହାକୁ ବ୍ୟବହାର କରିଥାନ୍ତି, ଯାହା ବିପଜ୍ଜନକ ହୋଇପାରେ ।
କେତେ ବର୍ଷ ପାଇଁ ଗୋଟିଏ AC ବ୍ୟବହାର କରିବା ଉଚିତ୍ ?
କମ୍ପାନୀଗୁଡିକ ସାଧାରଣତଃ ବଜାରରେ ବିକ୍ରି ହେଉଥିବା ସମସ୍ତ ବ୍ରାଣ୍ଡର AC ର ଉପରେ ୧୦ ବର୍ଷର ୱାରେଣ୍ଟି ଦେଇଥାଏ । ଏହାର ଅର୍ଥ ଆପଣ ୧୦ ବର୍ଷ ପର୍ଯ୍ୟନ୍ତ ବିନା ଭୟରେ ନିଜ ଘର AC ବ୍ୟବହାର କରିପାରିବେ । ତେବେ ଆପଣ ପ୍ରତିବର୍ଷ AC ର ସଫା କରିବା ଉଚିତ, ଯାହା ଫଳରେ AC ଯୋଗୁ ଅଗ୍ନିକାଣ୍ଡର ଘଟଣା କମ୍ ହେବାକୁ ଲାଗିବ ।
Windows କିମ୍ବା Split AC କ’ଣ ?
ବର୍ତ୍ତମାନ, ବଜାରରେ ଦୁଇ ପ୍ରକାରର AC ଉପଲବ୍ଧ ହେଉଛି । ଯେଉଁଥିରେ Windows କିମ୍ବା Split AC ରହିଛି । ତେବେ ଆପଣ ଘରେ Windows AC ଲଗାଇପାରିବେ । ଏହାର ଏୟାର ବ୍ଲୋୟର ଏବଂ କୁଲିଂ ସିଷ୍ଟମ ସମାନ ବାକ୍ସରେ ଲଗାଯାଇଥାଏ । ସେହିପରି Split AC ଏକ ଇନଡୋର ଏବଂ ଆଉଟଡୋର ୟୁନିଟ୍ ହୋଇଥାଏ । ଇନଡୋର ୟୁନିଟ୍ ରୁମର କାନ୍ଥରେ ଲଗାଯାଇଛି । ଯାହା ଘରର ବାଲକୋନୀରେ ଲଗାଯାଇଥାଏ ।
ଆପଣ ସାଧାରଣତଃ ୮ ରୁ ୧୦ ବର୍ଷ ପାଇଁ ଏକ Windows AC ବ୍ୟବହାର କରିପାରିବେ । ସେହିପରି ଆପଣ ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ Split AC ବ୍ୟବହାର କରିପାରିବେ । ଏହା AC ର ମେଣ୍ଟନେସ୍ ଏବଂ କଣ୍ଡିସନ୍ ଉପରେ ପୂରା ନିର୍ଭର କରିଥାଏ । ଯଦି AC ଠିକ୍ ସମୟରେ ସଫା କରାଯାଏ ନାହିଁ, ତେବେ ACରେ ନିଆ ଲାଗିବାର ସମ୍ଭାବନା ଯଥେଷ୍ଟ ବଢିଯାଇପାରେ । ସେଥିପାଇଁ ଆପଣ ଗୋଟିଏ AC ୧୦ ରୁ ୧୫ ବର୍ଷ ପରେ ପରିବର୍ତ୍ତନ କରିବା ସହ ପ୍ରତିବର୍ଷ ଏହାକୁ ସଫା କରିବା ଉଚିତ । ଯାହା ଫଳରେ AC ଯୋଗୁ ହେଉଥିବା ଅଗ୍ନିକାଣ୍ଡର ଅଘଟଣ କମ୍ ହୋଇପାରିବ ।