Whatsapp status ରେ କେମିତି ଲଗାଇବେ GIF, ଜାଣନ୍ତୁ ସଂପୂର୍ଣ୍ଣ ଷ୍ଟେପ୍‌

ୟୁଜର୍ସଙ୍କ ପାଇଁ ହ୍ଵାଟସଆପ୍‌ ପ୍ରତିଦିନ ନୂଆ ନୂଆ ଫିଚର ଲଞ୍ଚ କରୁଛି। ୨୦୧୭ରେ ହ୍ଵାଟସଆପ୍‌ ଇନଷ୍ଟାଗ୍ରାମ ଷ୍ଟୋରିଜ ଭଳି ଷ୍ଟାଟସ ଅପଡେଟ୍‌ ପିଚର ଆଣିଥିଲା। ଏହି ଫିଚର ଅନ୍ୟ ୟୁଜର୍ସଙ୍କ ସହିତ ଟେକ୍ସଟ୍‌, ଫଟୋ, ଭିଡିଓ ସେୟାର କରିବାର ସୁବିଧା ଦେଇଥାଏ। ଅପଡେଟ୍‌ ଆଣ୍ଡ ଟୁ ଆଣ୍ଡ ଏନକ୍ରିପ୍ଟଟେଡ୍‌ ରହିଛି ଏବଂ ୨୪ ଘଣ୍ଟା ପରେ ଆପେ ଆପେ ଗାଏବ ମଧ୍ୟ ହୋଇଯିବ। ଷ୍ଟାଟସ ଅପଡେଟ୍‌ ଷ୍ଟାଟସ ସେକ୍ସସନରେ ଦେଖିବାକୁ ମିଳିବ। ଏହାକୁ ଥରେ ମାତ୍ର ଟାପ୍‌ କରି ଆକ୍ସେସ କରିପାରିବେ ୟୁଜର୍ସ।। କିନ୍ତୁ ଆପଣ ଜାଣନ୍ତି କି ହ୍ଵାଟସଆପରେ GIPHY ରୁ ସିଧାସଳଖ ହ୍ଵାଟସଆପ୍‌ ଷ୍ଟାଟସ ଭାବେGIF ସେୟାର ମଧ୍ୟ କରିପାରିବେ। ହେଲେ କେମିତି ଜାଣନ୍ତୁ :

ଆପଲ ଆଇଫୋନ ୟୁଜର୍ସଙ୍କୁ ଏକ ଅପସନ ମିଳିବ, ଯାହାଦ୍ୱାରା GIFକୁ ନିଜ ହ୍ଵାଟସଆପ ଷ୍ଟାଟସରେ ସେୟାର କରିପାରିବାର ସୁବିଧା ମଧ୍ୟ ମିଳିବ। ନିଜର ହ୍ଵାଟସଆପ୍‌ ଷ୍ଟାଟସରେGIF କେମିତି ସେୟାର କରିବେ, ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ :

– ପ୍ରଥମେ ଆଇଫୋନରେ ହ୍ଵାଟସଆପ୍‌ ଓପନ କରନ୍ତୁ।

– ସ୍କ୍ରିନର ଉପର ବାମକୋଣରେ ଥିବା ଷ୍ଟାଟସ ଅପସନକୁ ଟାପ୍‌ କରନ୍ତୁ।

– ଏବେ ଆଡ ଟୁ ମାଇଁ ଷ୍ଟାଟସ ଅପସନରେ ଟାପ୍‌ କରନ୍ତୁ।

– ଏବେ କ୍ୟାମେରାରୁ ସ୍କ୍ରିନ ବଟନର ବାମ ପଟେ ଦେଖିବାକୁ ମିଳିଥିବା ଗ୍ୟାଲେରୀ ଆଇକନରେ କ୍ଲିକ୍‌ କରନ୍ତୁ।

– ଏବେ ପେଜର ବଟମରେ ଆସୁଥିବାGIF ଅପସନ ଉପରେ ଟାପ୍‌ କରନ୍ତୁ।

whatsapp
Picture credit-Business standard

– GIF ସର୍ଚ୍ଚ କରିବା ପାଇଁ ସର୍ଚ୍ଚ ବକ୍ସର ବ୍ୟବହାର କରନ୍ତୁ।

– GIF ରେ ଟାପ୍‌ କରି ଏହାକୁ ସେୟାର କରିପାରିବେ।

– ଏବେ କ୍ୟାପସନ ଆଡ୍‌ କରିବା ସହିତ ଏଡିଟିଂ ଓ୍ଵିଣ୍ଡୋକୁ ଯାଇ ଜିଆଇଏଫକୁ ଏଡିଟ୍‌ କରିପାରିବେ।

– ଏବେ ଆପଣ ଏଡିଟ୍‌ କରି ସେଣ୍ଡ ବଟନ ଟାପ୍‌ କରିGIF ଷ୍ଟାଟସ ଦେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.