ସରିଲା ଟେନସନ୍‌ ! ଏବେ ଅନଲାଇନ୍‌ ଟ୍ରାନ୍ସଫର ହେବ RC, ଆଉ ଲଗାଇବାକୁ ପଡିବନି RTOର ଚକ୍କର

ରାସ୍ତାରେ ଗାଡି ଚଲାଇବା ସମୟରେ ଟ୍ରାଫିକ ନିୟମର ପାଳନ କରିବା ବହୁତ ଜରୁରୀ ହୋଇଥାଏ। ଏହାସହିତ କିଛି ଜରୁରୀ କାଗଜପତ୍ରକୁ ବି ସବୁବେଳେ ସାଥିରେ ରଖିବା ବେଶ୍‌ ଦରକାରୀ। ଏହିସବୁ ଡକ୍ୟୁମେଣ୍ଟସ ଭିତରେ ଡ୍ରାଇଭିଙ୍ଗ ଲାଇସେନ୍ସ ଠାରୁ ନେଇ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଏବଂ ଇନସୁରାନ୍ସ ଭଳି ଡକ୍ୟୁମେଣ୍ଟସ ସାମିଲ ରହିଛି। ତେବେ ଗାଡିର ଏହି ଡକ୍ୟୁମେଣ୍ଟସଙ୍କୁ ବନାଇବା ପାଇଁ ଆମକୁ ଆରଟିଓର ଚକ୍କର କାଟିବାକୁ ପଡିଥାଏ। ଯଦିଓ ଏବେ ଆଉ ଏପରି କରିବାର ଆବଶ୍ୟକତା ନାହିଁ। ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଡ୍ରାଇଭିଙ୍ଗ ଲାଇସେନ୍ସ, ଭେଇକିଲ ରେଜିଷ୍ଟ୍ରେସନ ଏବଂ ଅନରସିପ ଟ୍ରାନ୍ସଫର ଭଳି ୫୮ ସର୍ଭିସେସକୁ ଆଧାର ଲିଙ୍କ୍‌ ଜରିଆରେ ଅନଲାଇନ ଉପଲବ୍ଧ କରାଇଛନ୍ତି।

ଅନଲାଇନ୍‌ RC ଟ୍ରାନ୍ସଫର ପାଇଁ ଆପଣଙ୍କୁ ୱେବସାଇଟକୁ ଯିବାକୁ ହେବ ଏବଂ ନିଜର ଆକାଉଣ୍ଟ ବନାଇବାକୁ ହେବ। ଏହାପରେ ଆପଣଙ୍କୁ ଏକ ଫର୍ମ ଭରି ୫୨୫ ଟଙ୍କା ଫିସ୍‌ ଜମା କରିବାକୁ ହେବ। ତେବେ ମନ୍ତ୍ରାଳୟ କହିଛି ଯେ ଏବେ ସରକାରୀ ଅଫିସର ଚକ୍କର କାଟି ଆଉ ସମୟ ନଷ୍ଟ ହେବନି। ଏହାବ୍ୟତୀତ ରିଜୋନାଲ ଟ୍ରାନ୍ସପର୍ଟ ଅଫିସ (RTO)କୁ ଯାଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ କମ୍‌ ହୋଇଯିବ।

ଅନଲାଇନ ସର୍ଭିସ, ଯେଉଁଥିରେ ନାଗରିକ ନିଜର ଇଚ୍ଛା ଅନୁଯାୟୀ ଆଧାର ଲିଙ୍କ କରିପାରିବେ ସେଥିରେ ଲର୍ଣ୍ଣର ଲାଇସେନ୍ସ, ଡ୍ରାଇଭିଙ୍ଗ ଲାଇସେନ୍ସର କପି ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସକୁ ରିନ୍ୟୁ କରିବା ଭଳି ସେହି ସେବା ସାମିଲ ରହିଛି। ଯେଉଁଥିରେ ଗାଡି ଚଲାଇବାବେଳେ ଆଉ ଦେଖାଇବାକୁ ପଡିବନି। ମନ୍ତ୍ରାଳୟ ଏହି ସମ୍ପର୍କରେ ୧୬ ସେପ୍ଟେମ୍ବରକୁ ନୋଟିଫିକେସନ୍‌ ଜାରି କରିଛି। ଯେଉଁ ବ୍ୟକ୍ତିଙ୍କ ପାଖରେ ଆଧାର ସଂଖ୍ୟା ନାହିଁ, ସେମାନେ ଅନ୍ୟ କୌଣସି ପରିଚୟ ପତ୍ର ଦେଖାଇ ଏହି ସେବାର ଲାଭ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.