ଘରେ ବସି କରନ୍ତୁ ପାସପୋର୍ଟ ଆପ୍ଲାଏ, କେବଳ ଫଲୋ କରନ୍ତୁ ଏହି ପ୍ରୋସେସ୍‌

ଆମେ ସମସ୍ତେ ଜାଣିଛନ୍ତି ଯେ ପାସପୋର୍ଟ ଏକ ଏମିତି ଜରୁରୀ ଦସ୍ତାବିଜ, ଯାହାର ବ୍ୟବହାର ପରିଚୟ ପ୍ରମାଣ ପତ୍ର ଆକାରରେ କରାଯାଏ। ଏହାବିନା ବିଦେଶ ଯାତ୍ରା କରିପାରନ୍ତିନାହିଁ। ଆଜି ଆମେ ଆପଣଙ୍କୁ ଅନଲାଇନରେ ପାସପୋର୍ଟ ଆପ୍ଲାଏ କରିବାର ତରିକା ବିଷୟରେ ଜଣାଇବୁ।
ପାସପୋର୍ଟ ପାଇଁ ଅନଲାଇନ ଆପ୍ଲିକେସନର ପ୍ରୋସେସର ପୂରା କରିବା ପୂର୍ବରୁ ଏହା ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ନିଜ ଆପୋଏଣ୍ଟମେଣ୍ଟ ପାଇଁ ପାସପୋର୍ଟ ସେବା କେନ୍ଦ୍ର କିମ୍ବା ପାସପୋର୍ଟ ଅଫିସ ଯିବାକୁ ହେବ। ଏହାସହିତ ଆପଣ ନିଜ ଅରିଜିନାଲ ଡକ୍ୟୁମେଣ୍ଟସକୁ ସାଥିରେ ରଖିବାକୁ ହେବ।
ପାସପୋର୍ଟ ଆବେଦନ କରିବା ପାଇଁ ଆବଶ୍ୟକ କାଗଜପତ୍ର ଅନଲାଇନରେ ଉପଲବ୍ଧ କରାଯାଉଛି। ଯେତେବେଳେ ଆପଣ ପାସପୋର୍ଟ ଆବେଦନ କରିବେ ସେତେବେଳେ ଆପଣଙ୍କୁ ପାସପୋର୍ଟ ସର୍ଭିସ ସେଣ୍ଟରକୁ ଯିବା ପାଇଁ ୯୦ ଦିନର ସମୟ ମିଳିବ। ଯଦି ଆପଣ ଏହି ସମୟରେ ସେଣ୍ଟରକୁ ଯାଇ ପାରୁନାହାଁନ୍ତି ତାହେଲେ ଆପଣଙ୍କୁ ଆବେଦନ କରିବା ପାଇଁ ପୁର୍ନବାର ମଉକା ମିଳିବ। ତାହେଲେ ଆସନ୍ତୁ ଜାଣିବା ଏହାର ପ୍ରୋସେସ ବିଷୟରେ।

  1. ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ Passport Seva ପୋର୍ଟାଲକୁ ଯିବାକୁ ହେବ। ଏହାପରେ ରେଜିଷ୍ଟର ନାଓ ଉପରେ କ୍ଲିକ କରିବାକୁ ହେବ।
    ଏହାପରେ ଏଠାରେ ଆପଣଙ୍କୁ ନିଜର ସମସ୍ତ ଡିଟେଲ୍ସକୁ ଠିକ୍ ଭାବରେ ଏଣ୍ଟର କରିବାକୁ ହେବ। ଏହାପରେ ନିଜ ମୁତାବକ ପାସପୋର୍ଟ ଅଫିସକୁ ସିଲେକ୍ଟ କରିବାକୁ ହେବ।
  2. ସମସ୍ତ ଡିଟେଲ୍ସ ଭରିବା ପରେ ଆପଣଙ୍କୁ Captcha କ୍ୟାରେକ୍ଟର୍ସ ଟାଇପକ କରିବାକୁ ହେବ ଏବଂ ପୁଣିଥରେ ରେଜିଷ୍ଟର ବଟନ ଉପରେ ଟ୍ୟାପ କରିବାକୁ ହେବ।
  3. ଏହାପରେ ନିଜ ରେଜିଷ୍ଟର୍ଡ ଲଗଇନ ଆଇଡିରୁ ଲଗଇନ୍ କରିବାକୁ ହେବ।
  4. ଏହାପରେ Fresh Passport/ Re-issue of Passport ଲିଙ୍କ ଉପରେ କ୍ଲିକ କରିବାକୁ ହେବ। ଏହା ଧ୍ୟାନ ରଖନ୍ତୁ ଯେ ଯଦି ଆପଣ ଫ୍ରେସ ପାସପୋର୍ଟ ପାଇଁ ଆପ୍ଲାଏ କରୁଛନ୍ତି ତାହେଲେ ଆପଣଙ୍କ ପାଖରେ ପୂର୍ବରୁ କୌଣସି ପାସପୋର୍ଟ ଥିବା ଅନୁଚିତ। ଯଦି ଆପଣଙ୍କ ପାଖରେ ପୂର୍ବରୁ ହିଁ ପାସପୋର୍ଟ ଅଛି ତାହେଲେ ଆପଣଙ୍କୁ  Reissue କ୍ୟାଟଗରୀକୁ ସିଲେକ୍ଟ କରିବାକୁ ହେବ।
  5. ଏହାପରେ ସମସ୍ତ ଜରୁରୀ କାଗଜପତ୍ରକୁ ଭରିଦିଅନ୍ତୁ, ଯାହା ବି ଫର୍ମ ଆପଣଙ୍କୁ ଦିଆଯାଇଛି। ଏହାପରେ ଚେକ କରି Submit ଉପରେ ଟାପ୍ କରିଦିଅନ୍ତୁ।
  6. ଏହାପରେ Pay and Schedule Appointment ଲିଙ୍କ ଉପରେ କ୍ଲିକ କରନ୍ତୁ। ଏଠାରେ ଆପଣ ନିଜ ହିସାବରେ ନିଜ ଆପୋଏଣ୍ଟ ସ୍କିଡୁଲ କରିପାରିବେ।
  7. ଆପଣଙ୍କୁ ଫିସ ବି ଅନଲାଇନ ଭରିବାକୁ ହେବ। ଏହାପରେ Print Application Receipt ଉପରେ କ୍ଲିକ କରନ୍ତୁ।
  8. ଏହାପରେ ଆପଣଙ୍କ ପାଖରେ ଆପୋଏଣ୍ଟମେଣ୍ଟର ଡିଟେଲ ଏସଏମଏସର ଡିଟେଲ ଆସିଯିବ।।
  9. ଏହାପରେ ଆପଣଙ୍କୁ କେବଳ ପାସପୋର୍ଟ ସେବା କେନ୍ଦ୍ର କିମ୍ବା ନିକଟସ୍ଥ ପାସପୋର୍ଟ ଅଫିସକୁ ଯିବାକୁ ହେବ।
  10. ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ଏହିସମୟରେ ନିଜର ସମସ୍ତ ଅରିଜିନାଲ ଡକ୍ୟୁମେଣ୍ଟସକୁ ନିଜ ସାଥିରେ ଯିବାକୁ ହେବ। ଫିଜିକାଲୀ ଆପ୍ଲିକେସନ ରିସିପ୍ଟକୁ ନେବା ଆବଶ୍ୟକ ନାହିଁ। ଆପଣ ନିଜ ପାଖକୁ ଆସିଥିବା ମେସେଜକୁ ବି ସେଠାରେ ଦେଖାନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.